କନ୍ଧମାଳରେ ମାଛଚାଷ ଚାହିଦାଠାରୁ କମ୍‌

ଫୁଲବାଣୀ ଅଫିସ, ୨୦ା୭- ରାଜ୍ୟ ସରକାର ମତ୍ସ୍ୟଜୀବୀମାନଙ୍କୁ ମାଛଚାଷ ଲାଗି ପ୍ରୋତ୍ସାହନ ଦେଉଛନ୍ତି। ଏବେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଯେଭଳି ମାଛ ଚାଷ କରି ଲାଭବାନ୍‌ ହେବେ ସେ ନେଇ ବି ଯୋଜନା ହୋଇଛି। ଜୀବନ ଜୀବୀକା ମିଶନରେ କନ୍ଧମାଳ ଜିଲାର ବିଭିନ୍ନ ପଞ୍ଚାୟତ ପୋଖରୀରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମାଛଚାଷ କରି ନିଜର ଉନ୍ନତି ସହ ଜିଲାରେ ମାଛର ଚାହିଦାକୁ ପୂରଣ କରିବା ଲକ୍ଷ୍ୟ ରହିଛି। ହେଲେ ଏ ପର୍ଯ୍ୟନ୍ତ ତାହା ହୋଇନାହିଁ ଅର୍ଥାତ ମାଛ ଉପତ୍ାଦନ ହୋଇନି ା ଜିଲାରେ ମାଛର ଯେତିକି ଚାହିଦା ରହିଛି ତାହାଠୁ କମ୍‌ ଉପତ୍ାଦନ ହେଉଛି ା ଲୋକେ ଆନ୍ଧ୍ର ମାଛ ଉପରେ ନିର୍ଭର କରୁଛନ୍ତି। ପଡୋଶୀ ବୌଦ୍ଧ ଜିଲାରୁ ବି କିଛି ମାଛ ଆସୁଛି। ଏପଟେ ଜିଲାରେ ମତ୍ସ୍ୟଜୀବୀଙ୍କୁ ତାଲିମ୍‌ ସହ ପ୍ରୋତ୍ସାହନ ପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ ହେଉଥିବା ବିଭାଗ ପକ୍ଷରୁ କୁହାଯାଉଛି।
କନ୍ଧମାଳ ଜିଲାର ଫୁଲବାଣୀ, ଫିରିଙ୍ଗିଆ ଓ କ.ନୂଆଗାଁଠାରେ ୩ଟି ମତ୍ସ୍ୟ ଉପତ୍ାଦନ କେନ୍ଦ୍ର ରହିଛି। ଫୁଲବାଣୀଠାରେ ୧ ଏକର ୯ ଡେସିମିଲ ଜମିରେ ଥିବା ଏହି ଉପତ୍ାଦନ କେନ୍ଦ୍ରରେ ପ୍ରତିବର୍ଷ ୨୯୨ କି.ଗ୍ରା. ଗୁଣ୍ଡ ଯାଆଁଳ ଛଡ଼ାଯାଇଥାଏ। ସେଗୁଡିକ ବଡ଼ ହେଲା ପରେ ଫିରିଙ୍ଗିଆର ତଣ୍ଡ୍ରିଗାଁ ଓ କ.ନୂଆଗାଁର ସିର୍ତ୍ତିଗୁଡ଼ାଠାରେ ଥିବା ଯାଆଁଳ ଉପତ୍ାଦନ କେନ୍ଦ୍ରରେ ଛଡ଼ାଯାଏ ା ସେଠାରେ ବିକ୍ରି କରାଯାଇଥାଏ। ଏବେ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇ ଯାଆଁଳ ଦିଆଯାଉଛି ା ସେମାନେ ଲିଜ୍‌ ଅବା ସରକାରଙ୍କ ପ୍ରୋତ୍ସାହନ ଅନୁସାରେ ନେଇଥିବା ପଞ୍ଚାୟତ ପୋଖରୀ କିମ୍ବା ବନ୍ଧରେ ଯାଆଁଳ ଛାଡି ଆତ୍ମ ନିର୍ଭରଶୀଳ ହେବେ ା ହେଲେ ସ୍ବୟଂ ସହାୟିକା ଗୋଷ୍ଠୀ ବର୍ତ୍ତମାନ ପର୍ଯ୍ୟନ୍ତ ମାଛ ଉପତ୍ାଦନ କରି ନାହନ୍ତି।
ଅନ୍ୟପକ୍ଷରେ ଫୁଲବାଣୀ ମତ୍ସ୍ୟ ଯାଆଁଳା ଉପତ୍ାଦନ କେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିବା ବେଳେ ଫିରିଙ୍ଗିଆରେ ଥିବା ମତ୍ସ୍ୟ ବିଭାଗର ପୋଖରୀଗୁଡ଼ିକ ଶୁଖିଲା ପଡ଼ିଛି। କର୍ମଚାରୀମାନଙ୍କ ପାଇଁ ନିର୍ମିତ କ୍ୱାର୍ଟର୍ସ ମରାମତି ଅଭାବରୁ ଭାଙ୍ଗିରୁଜି ଗଲାଣି। ଜିଲାର ୧୨ ବ୍ଲକରେ ସହକାରୀ ମତ୍ସ୍ୟ ଅଫିସର ପଦବୀଗୁଡିକ ମଧ୍ୟରୁ ୩ଟିରେ କର୍ମଚାରୀ ଥିବା ବେଳେ ୯ଟି ବ୍ଲକରେ ଖାଲିପଡିଛି। ଫୁଲବାଣୀସ୍ଥିତ ମତ୍ସ୍ୟ ବିଭାଗରେ ମତ୍ସ୍ୟ ସହାୟକ ପଦବୀ ଓ ବରିଷ୍ଠ କିରାଣି ପଦବୀ ଦୀର୍ଘଦିନ ହେଲା ଖାଲିପଡିଛି। ଫଳରେ ମତ୍ସ୍ୟଚାଷୀମାନେ କୌଣସି ବିଷୟରେ ଜାଣିବା ପାଇଁ ଆସିଲେ କାହାକୁ ନ ପାଇ ନିରାଶରେ ଫେରୁଛନ୍ତି। ଗତ କିଛିବର୍ଷ ହେଲା ଉପଯୁକ୍ତ ପ୍ରୋତ୍ସାହନ ଓ ଜ୍ଞାନକୌଶଳ ଅଭାବରୁ ମାଛ ଉପତ୍ାଦନ କମିବାରେ ଲାଗିଛି। ଫଳରେ ବ୍ୟବସାୟୀମାନେ ଆନ୍ଧ୍ରରୁ ମାଛ ଆଣି ଚଢ଼ାଦରରେ ବିକ୍ରି କରୁଛନ୍ତି। ଅଭିଯୋଗ କଲେ କେହି ଶୁଣିବାକୁ ନାହିଁ ା ଏ ସମ୍ପର୍କରେ ସହକାରୀ ମତ୍ସ୍ୟ ଅଧିକାରୀ ଜ୍ଞାନରଞ୍ଜନ ସେଠୀଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି, ବିଭାଗରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି। ଅନୁଦାନ ମଧ୍ୟ କମ୍‌ ଆସୁଛି। ଏହାବ୍ୟତୀତ ରକ୍ଷଣାବେକ୍ଷଣ ଅଭାବରୁ ପୋଖରୀ ଗୁଡିକରେ ପାଣି ମଧ୍ୟ ରହୁନି। ଫଳରେ ମାଛଚାଷ ବ୍ୟାହତ ହେଉଛି। ଆଗାମୀ ଦିନରେ ସ୍ବୟଂ ସହାୟିକା ଗୋଷ୍ଠୀ ଭଲ ମାଛ ଉପତ୍ାଦନ କରିବେ ବୋଲି ଆଶା ରଖିଛୁ ା କେବଳ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ନୁହଁନ୍ତି, ଅନ୍ୟମାନେ ମଧ୍ୟ ସରକାରଙ୍କ ମାଛ ଚାଷ ଯୋଜନାରେ ସାମିଲ ହୋଇ ଉପତ୍ାଦନ ବଢ଼ାଇଲେ ଜିଲାର ଚାହିଦା ପୂରଣ ହେବ ବୋଲି ସହକାରୀ ମତ୍ସ୍ୟ ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପୂର୍ଣ୍ଣ ଟିମ୍‌ ଉପରେ ଭାରି ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ

ଆବୁଧାବି,୧୨।୧୨: ଭାରତୀୟ କିଶୋର ତାରକା ବୈଭବ ସୂର୍ଯ୍ୟବଂଶୀ U19 ଏସିଆ କପରେ UAE ବିପକ୍ଷରେ ୧୭୧ ରନ୍‌ କରି ୨୦୨୫ରେ ତାଙ୍କର ଚମତ୍କାର ଫର୍ମ ଜାରି...

ଦାୟିତ୍ୱ ନେଲେ ନବନିର୍ବାଚିତ ଅଧ୍ୟକ୍ଷା, ନୂଆ ରୂପରେଖ ନେଇ କହିଲେ…

କୁନ୍ଦୁରା,୧୨ା୧୨(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପନିର୍ବାଚନରେ ସ୍ବାଧୀନ ଭାବେ ବିଜୟୀ ହୋଇ ଦାୟିତ୍ୱ ନେଲେ ବନିତା କାନ୍ଦଲିଆ। ବହୁ ବାଦବିବାଦ...

ଆହୁରି ୨ଦିନ ପ୍ରବଳ ଶୀତ: ଆଜି ୯ ଜିଲାକୁ ଓ୍ୱାର୍ନିଂ

ଭୁବନେଶ୍ୱର,୧୨।୧୨: ଆହୁରି ୨ ଦିନ ଯାଏ ଶୀତ ଲହରି ଜାରି ରହିବ। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଶୀତ ଲହରି...

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ହେବ ଶ୍ମଶାନ ଘାଟ

ପୁରୁଷୋତ୍ତମପୁର,୧୨ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ମୃତଦେହ ଦାହ କରିବା ଓ କ୍ରିୟାକର୍ମ କରିବା ସହ ମୃତବ୍ୟକ୍ତିଙ୍କ ଅସ୍ଥି ରଖିବା ଲୋକଙ୍କ ଲାଗି ସମସ୍ୟା ପାଲଟିଥିବାବେଳେ...

ଧାନ ସଂଗ୍ରହରେ ଅଚଳାବସ୍ଥା ଜାରି: ଜାତୀୟ ରାଜପଥରେ ଗର୍ଜିଲେ ଚାଷୀ

ସମ୍ବଲପୁର,୧୨।୧୨(ପ୍ରମୋଦ ବହିଦାର): ସମ୍ବଲପୁରରେ ଟୋକନ ମିଳିବା ବିଳମ୍ବକୁ ନେଇ ତାତି ଉଠିଛନ୍ତି ଚାଷୀ। ଉତ୍ତ୍ୟକ୍ତ ଚାଷୀ ଶୁକ୍ରବାର ପୂର୍ବାହ୍ନରୁ ସମ୍ବଲପୁର ସହରର ୨କୁ ନେଇ ଚାଷୀ...

୨୦୨୬ରେ ରାହୁ ଗୋଚର: ଏହି ୩ ରାଶିର ବଦଳିବ ଭାଗ୍ୟ, ୩ ରାଶିର ଭାଗ୍ୟ ଖରାପ

ନୂଆଦିଲ୍ଲୀ,୧୩।୧୨: ୨୦୨୬ ବର୍ଷ କିଛି ରାଶି ପାଇଁ ପରିବର୍ତ୍ତନଶୀଳ ବର୍ଷ ହୋଇପାରେ। ନୂତନ ବର୍ଷରେ ରାହୁ ଦୁଇଥର ନିଜର ସ୍ଥାନ ପରିବର୍ତ୍ତନ କରିବେ। ସମ୍ପତ୍ତି ଲାଭ...

ମାତ୍ର ୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ: ପ୍ରଥମ ଦିନରୁ ଲାଭ ହିଁ ଲାଭ…

ନୂଆଦିଲ୍ଲୀ,୧୨।୧୨: ଅନେକ ଲୋକ ଚାକିରି ଛାଡି ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ତଥାପି, ଅନେକ ଲୋକ ପାଣ୍ଠି ଅଭାବରୁ ଏହା କରିପାରୁ ନାହାଁନ୍ତି।...

ଭୋ ଭୋ ହୋଇ କାନ୍ଦିଲେ ହେମା ମାଳିନୀ: ୨ ଝିଅଙ୍କ ଆଗରେ ଘଟିଲା…

ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ନିକଟରେ ଦେହାନ୍ତ ହୋଇଥିଲା। ତାଙ୍କ ପରିବାର ଏବେ ବି ଏହି ଆଘାତରୁ ମୁକୁଳିପାରୁନାହିଁ। କିଛି ଦିନ ପୂର୍ବେ ସନ୍ନି ଦେଓଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri