ଗୁଣ୍ଡୁରି କରିଛି ଆତ୍ମନିର୍ଭରଶୀଳ

କଣିହାଁ,୧୨ା୭ (ସଚ୍ଚିଦାନନ୍ଦ ପ୍ରଧାନ): ଶିକ୍ଷିତ ହୋଇଥିବାରୁ ଚାକିରି କରିବାକୁ ଚାହିଁଥିଲେ। କିନ୍ତୁ ସେଥିରେ ମନ ମାନି ନ ଥିଲା। ତେଣୁ ଚାକିରି ଛାଡ଼ି ଆତ୍ମନିର୍ଭରଶୀଳ ହେବାକୁ ନିଷ୍ପତ୍ତି ନେବା ସହ ଆରମ୍ଭ କରିଥିଲେ ଗୁଣ୍ଡୁରି ପକ୍ଷୀ (କୋଏଲ) ଓ କୁକୁଡ଼ା ପାଳନ। ହାତରେ ବେଶି ଅର୍ଥ ନ ଥିବାରୁ ମାତ୍ର କେତୋଟି ଗୁଣ୍ଡୁରି ଓ କୁକୁଡ଼ାରେ ସେ ଆରମ୍ଭ କରିଥିବା ବ୍ୟବସାୟ ଏବେ ଆଗକୁ ବଢ଼ିଛି। ମାସିକ ୨୫ରୁ ୩୦ ହଜାର ଭଳି ରୋଜଗାର ହେଉଛି। ପ୍ରୋତ୍ସାହନ ମିଳିଲେ ଆଗାମୀ ଦିନରେ ବଡ଼ ଫାର୍ମଟିଏ କରିବେ ବୋଲି କହିଛନ୍ତି ଅନୁଗୋଳ ଜିଲା କଣିହାଁ ବ୍ଲକ ଶୁଶୁବା ପଞ୍ଚାୟତ ପୋଡ଼ାଗଡ଼ର ଚିନ୍ମୟ ସାହୁ।


ଚିନ୍ମୟଙ୍କ କହିବା ଅନୁଯାୟୀ, ଇ-ଫାର୍ମିଂ ବିଷୟରେ ସେ ଇଣ୍ଟରନେଟ୍‌ରୁ ଜାଣି ଗୁଣ୍ଡୁରି ଓ କୁକୁଡ଼ା ଚାଷ ପ୍ରତି ମନ ବଳାଇଲେ। ଦେଢ଼ବର୍ଷ ପୂର୍ବରୁ ତାଙ୍କ ହାତରେ ମାତ୍ର ୨୦ ହଜାର ଟଙ୍କା ଥିଲା। ଏଚ୍‌ଏଚ୍‌ଜି ସହାୟତାରେ ୬୦ ହଜାର ଟଙ୍କା ଋଣ କରି ୨ ବଖରା ଆଜବେଷ୍ଟସ ଘରେ ଗୁଣ୍ଡୁରି ଓ କୁକୁଡ଼ା ପାଳନ ଆରମ୍ଭ କଲେ। ଗୁଣ୍ଡୁରି ଓ କୁକୁଡ଼ା ଚିଆଁ କିପରି ଲାଳନପାଳନ କରାଯାଉଛି ତାହା ଜାଣିବା ପାଇଁ ବିଭିନ୍ନ ଫାର୍ମ ବୁଲି ଚାଷୀଙ୍କଠାରୁ ପରାମର୍ଶ ନେଲେ। ଏହା ପରଠାରୁ ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଉଦ୍ୟମ କରି ଆସୁଛନ୍ତି। ଗୁଣ୍ଡୁରି ଚିଆଁ ଗୋଟାପ୍ରତି ୯ଟଙ୍କାରେ କିଣାଯାଉଛି। ମାତ୍ର ମାସକ ମଧ୍ୟରେ ଏହା ମାଂସ ଉପଯୋଗୀ ହୋଇଯାଉଛନ୍ତି। ୫୦ ଦିନରେ ଅଣ୍ଡା ଦେଲେ ଗୋଟା ୨ ଟଙ୍କାରେ ବିକ୍ରି ହେଉଛି। ଗୁଣ୍ଡୁରି ମାଂସ କୁକୁଡ଼ାଠାରୁ ଅଧିକ ସ୍ବାଦିଷ୍ଟ ହୋଇଥିବାରୁ ଗୋଟାପ୍ରତି (ସର୍ବାଧିକ ୨୫୦ ଗ୍ରାମ) ୪୫ରୁ ୬୦ ଟଙ୍କାରେ ବିକ୍ରି ହେଉଛି। ଏହି ପକ୍ଷୀ ଜଙ୍ଗଲୀ ପ୍ରଜାତିର ହାଇବ୍ରିଡ୍‌। ତେଣୁ ପାଳନ କରାଯିବା ଆଇନସମ୍ମତ। ଏହାବ୍ୟତୀତ ସେ ବିଭିନ୍ନ ପ୍ରକାର କୁକୁଡ଼ା ପାଳନ କରୁଛନ୍ତି। କୁକୁଡ଼ା ଯେଉଁଖାଦ୍ୟ ଖାଉଛନ୍ତି ଗୁଣ୍ଡୁରି ମଧ୍ୟ ତାହା ଖାଉଛନ୍ତି। ତେଣୁ ସେପରି କିଛି ଅସୁବିଧା ହେଉନାହିଁ। ଏହି ସ୍ବଳ୍ପ ସମୟ ମଧ୍ୟରେ ଯାହା ଆୟ ହୋଇଛି ସେଥିରେ ସମସ୍ତ ଋଣ ପରିଶୋଧ କରିସାରିଛନ୍ତି। ତାଙ୍କ ଦେଖାଦେଖି ଅନୁଗୋଳ ଓ ଦେବଗଡ଼ ଜିଲାର ୨୦ରୁ ଅଧିକ ଯୁବକ ଏହି ଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତି। ତାଙ୍କୁ କୌଣସି ପ୍ରକାର ସରକାରୀ ସହାୟତା ମିଳିନାହିଁ। ଆଗାମୀ ଦିନରେ ପ୍ରୋତ୍ସାହନ ମିଳିଲେ ସେ ଏକ ବଡ଼ ଫାର୍ମ କରିପାରନ୍ତେ ବୋଲି ଚିନ୍ମୟ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ କଣିହାଁ ପ୍ରାଣୀ ସମ୍ପଦ ଚିକିତ୍ସକ ଡାକ୍ତର କମଳଲୋଚନ ଦାସ କହିଛନ୍ତି, ସରକାର ଯୁବକମାନଙ୍କୁ ସ୍ବାବଲମ୍ବୀ କରିବାକୁ ବିଭିନ୍ନ ଯୋଜନାରେ ସହାୟତା କରୁଛନ୍ତି। ସମ୍ପୃକ୍ତ ଯୁବ ଚାଷୀଙ୍କୁ ସହଯୋଗ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଡାକ୍ତର ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri