Posted inଖେଳ

ବିଦେଶରେ ଫସି ରହିବାର ଫାଇଦା ଉଠାଇଲେ ଲିଅନ

ଚେନ୍ନାଇ, ୧୧।୭(ପି.ଟି.)-କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ କଟକଣା ଯୋଗୁ ବିଦେଶରେ ଫସି ରହିବାର ଫାଇଦା ନେଇଛନ୍ତି ଭାରତର ଯୁବ ଅନ୍ତର୍ଜାତୀୟ ଚେସ୍‌ ମାଷ୍ଟର ଲିଅନ ଲ୍ୟୁକ ମେଣ୍ଡୋଙ୍କା। ସର୍ବିୟାରେ ଅନୁଷ୍ଠିତ ପାରାସିନ୍‌ ଓପନ ଚେସ୍‌ ଟୁର୍ନାମେଣ୍ଟରେ ସେ ରନର୍ସଅପ୍‌ ହୋଇଛନ୍ତି। ୨୪୭୦ ଏଲୋ ରେଟିଂପ୍ରାପ୍ତ ୧୪ ବର୍ଷୀୟ ଏହି ଗୋଆ ଚେସ୍‌ ପ୍ରତିଭା ୯ ରାଉଣ୍ଡରୁ ୭ ପଏଣ୍ଟ ହାସଲ କରିଛନ୍ତି। କରୋନା ଭାଇରସ ସଂକ୍ରମଣ ଯୋଗୁ ଭାରତରେ ଲକ୍‌ ଡାଉନ୍‌ କଟକଣା ଲାଗୁ ହୋଇଯିବାରୁ ପିତା ଲିଣ୍ଡନଙ୍କ ସହ ଲିଅନ ପାଖାପାଖି ୩ ମାସ ହେଲା ହଙ୍ଗେରିରେ ଅଟକି ରହିଛନ୍ତି। ସମୟର ସଦୁପଯୋଗ କରି ଏହାର ଫାଇଦା କିନ୍ତୁ ନେଇଛନ୍ତି ଲିଅନ। ସେ ଗତ ଜୁନ୍‌ରେ ବୁଦାପେଷ୍ଟରେ ଅନୁଷ୍ଠିତ ବାଲାଟନ ଚେସ୍‌ ଫେଷ୍ଟିଭାଲରେ ଚାମ୍ପିୟନ ହୋଇଥିବାବେଳେ ଏବେ ପାରାସିନ ଓପନରେ ରନର୍ସଅପ୍‌ ହୋଇଛନ୍ତି। ନିଜ ପ୍ରଦର୍ଶନରେ ସନ୍ତୁଷ୍ଟ ଥିବା ଲିଅନ ଗ୍ରାଣ୍ଡମାଷ୍ଟର ନର୍ମ ହାସଲରୁ ଅଳ୍ପକେ ବଞ୍ଚତ୍ତ ହେଲେ ବୋଲି ପ୍ରକାଶ କରିଛନ୍ତି। ”ପାରାସିନ ଓପନରେ ମୋ ପ୍ରଦର୍ଶନରେ ମୁଁ ଖୁସି। ତେବେ ଶେଷ ରାଉଣ୍ଡରେ ୨୩୪୦ରୁ ଊର୍ଦ୍ଧ୍ୱ ରେଟିଂ ପ୍ରାପ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ଖେଳି ପାରିଥିଲେ ମୁଁ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରିପାରିଥାନ୍ତି। ଅଳ୍ପକେ ସେଥିରୁ ବଞ୍ଚତ୍ତ ହେଲି“ ବୋଲି ସେ ପ୍ରକାଶ କରିଛନ୍ତି। ପ୍ରତିଯୋଗିତାରେ ସେ ୫ ବିଜୟ ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ପ୍ରତିଯୋଗିତା ସ୍ଥଳକୁ ପ୍ରବେଶ ପୂର୍ବରୁ ପିଲାମାନଙ୍କୁ ଥର୍ମାଲ ସ୍କିନିଂ କରାଯିବା ସହ ସାନିଟାଇଜର ପ୍ରଦାନ କରାଯାଇଥିଲା ଏବଂ ନିଜ ବୋର୍ଡ ନିକଟରେ ବସିବା ସମୟରେ ମାକ୍ସ ପରିଧାନ କରିବାକୁ କୁହା ଯାଇଥିଲା। ଶନିବାରଠାରୁ ପାରାସିନରେ ଆରମ୍ଭ ହେବାକୁ ଯାଉଥିବା ଗ୍ରାଣ୍ଡମାଷ୍ଟର ରାଉଣ୍ଡ-ରବିନ ଟୁର୍ନାମେଣ୍ଟରେ ଲିଅନ ଭାଗନେବେ। ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରିବା ତାଙ୍କର ପରିବର୍ତ୍ତୀ ଲକ୍ଷ୍ୟ। ତାଙ୍କ ମା’ ଜଣେ ଡାକ୍ତର ହୋଇଥିବାରୁ ଗୋଆରେ କରୋନା ଭାଇରସରେ ସଂକ୍ରମିତ ରୋଗିଙ୍କ ସେବାରେ କାର୍ଯ୍ୟରତ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

୨୦୨୬ରେ ଆସୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସିଖବର: ଟିମ ଇଣ୍ଡିଆରେ…

ନୂଆଦିଲ୍ଲୀ,୨୯।୧୨: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ, ଭାରତୀୟ ଦଳ ଏହି ଫର୍ମାଟରେ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri