ଲକ୍‌ଡାଉନ୍‌ ପାଇଁ ଅଟକିଥିଲା ତେଲୁଗୁ ହିରୋ ନିତିନଙ୍କ ବିବାହ: ହୋଇପାରେ ଜୁଲାଇ ଶେଷ ସୁଦ୍ଧା

ଟଲିଉଡ ତାରକା ନିତିନ୍‌ ଏବଂ ଶାଲିନିଙ୍କ ବିବାହ ଖବର କିଛି ଦିନ ଧରି ଚର୍ଚ୍ଚାରେ ରହିଆସୁଛି। ଫେବୃୟାରୀରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିବା ବେଳେ ଏପ୍ରିଲରେ ବିବାହ ହୋଇଥାନ୍ତା। ମାତ୍ର କରୋନା ଲାଗି ଲକ୍‌ଡାଉନ୍‌ ହୋଥିବାରୁ ବିବାହ ହୋଇପାରି ନ ଥିଲା। ତେବେ ଜୁଲାଇ ଶେଷରେ ଦୁହେଁ ଖୁବ୍‌ଶୀଘ୍ର ବିବାହ କରିପାରନ୍ତି ବୋଲି ଖବର ରହିଛି।
ନିତିନ ଏବଂ ଶାଲିନୀ ୨୬ ଜୁଲାଇରେ ହାଇଦ୍ରାବାଦରେ ବିବାହ କରିବେ। ଉଭୟଙ୍କ ପରିବାର ମିଶି ଏହି ତାରିଖ ଏକାଠି କରିଛନ୍ତି। ସମସ୍ତ କୋଭିଡ-୧୯ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହି ବିବାହ ଅନୁଷ୍ଠିତ ହେବ। ସାମାଜିକ ଦୂରତା ଓ କମ୍‌ ଅତିଥିଙ୍କୁ ବିବାହରେ ନିମନ୍ତ୍ରଣ କରାଯିବ।
ଚଳିତ ବର୍ଷ ଫେବୃଆରୀରେ ନିତିନଙ୍କର ଦୀର୍ଘ ଦିନର ପ୍ରେମିକା ଶାଲିନି ରେଡ୍ଡୀଙ୍କ ସହ ନିର୍ବନ୍ଧ ହୋଇଥିଲା । ଉଭୟଙ୍କ ନିର୍ବନ୍ଧ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଦୁହେଁ ପରସ୍ପର ସହିତ ବହୁତ ଖୁସି ଥିଲା ପରି ଦେଖାଯାଉଥିଲେ। ଶାଲିନି ବ୍ରିଟେନର ଏକ ବିଶ୍ୱବିଦ୍ୟାଳୟରୁ ବିଜନେସ ମ୍ୟାନେଜମେଣ୍ଟ ଅଧ୍ୟୟନ କରିଥିଲେ। ଦୁହେଁ ଆଠ ବର୍ଷ ଧରି ପରସ୍ପରକୁ ଜାଣିଛନ୍ତି ।
ନିତିନ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ପ୍ରାୟ ୫୦ ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ ୨୦୦୨ ମସିହାରୁ ତାଙ୍କ ଚଳଚ୍ଚିତ୍ର କ୍ୟାରିଅର୍‌ ଆରମ୍ଭ କରିଥିଲେ। ‘ଶ୍ରୀନିବାସା କଲ୍ୟାଣମ’ ଏବଂ ‘ଚଲ ମୋହନ ରଙ୍ଗା’ ଭଳି ଚଳଚ୍ଚିତ୍ରରେ ନିତିନ ତାଙ୍କର ଚମତ୍କାର ଅଭିନୟ ପାଇଁ ବେଶ ଜଣାଶୁଣା।


Enter your email to get our daily news in your inbox.

All Right Reserved By Dharitri.Com

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

ଜାଣନ୍ତି କି ସରକାରୀ ଅନୁମୋଦନ ପାଇଥିବା ୨ ବିମାନ କମ୍ପାନୀର ମାଲିକ କିଏ?

ନୂଆଦିଲ୍ଲୀ,୨୫ା୧୨: କେନ୍ଦ୍ର ସରକାର ଇଚ୍ଛା ପ୍ରକାଶ କରୁଥିବା ଏୟାରଲାଇନ୍ସ ସହିତ ଅନେକ ବୈଠକ କରିବା ପରେ ଭାରତରେ ନୂଆ ଏୟାରଲାଇନ୍ସକୁ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି।...

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

ଭାରତକୁ ନେଇ ଏମିତି କହିଦେଲା ଚାଇନା: ବିଶ୍ୱରେ ଖେଳିଗଲା ଚାଞ୍ଚଲ୍ୟ, ଆମେରିକା….

ନୂଆଦିଲ୍ଲୀ,୨୫।୧୨: ଭାରତ-ଚାଇନା ସମ୍ପର୍କକୁ ନେଇ ଆମେରିକାର ପ୍ରତିରକ୍ଷା ବିଭାଗ (ପେଣ୍ଟାଗନ)ର ଏକ ସାମ୍ପ୍ରତିକ ରିପୋର୍ଟକୁ ଦେଖି ଚାଇନା ରାଗିଯାଇଛି। ରିପୋର୍ଟରେ କୁହାଯାଇଛି, ଚାଇନା ଦ୍ୱିପାକ୍ଷିକ ସମ୍ପର୍କକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri