ନେଗେଟିଭ ରିପୋର୍ଟଧାରୀ ସେବାୟତ କରିବେ ନୀତିକାନ୍ତି

ପୁରୀ ଅଫିସ,୨୬।୬:ସବୁ ସେବାୟତଙ୍କର ଦୁଇରାଉଣ୍ଡ କୋଭିଡ୍‌ ଟେଷ୍ଟ କରାଯିବ। ଗୁରୁବାରଠାରୁ ଏହି ଟେଷ୍ଟିଂ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ୬୮୮ ଜଣଙ୍କ ସ୍ବାବ୍‌ ସଂଗ୍ରହ ହୋଇଛି।
ଯେଉଁମାନଙ୍କର ରଥଯାତ୍ରା ପୂର୍ବରୁ ଟେଷ୍ଟ କରାଯାଇଥିଲା ସେମାନଙ୍କର ଆଉଥରେ ପରୀକ୍ଷା କରାଯିବ। କେବଳ ନେଗେଟିଭ ରିପୋର୍ଟ ଆସିଥିବା ସେବାୟତ ବାହୁଡ଼ାଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତିକାନ୍ତିରେ ସାମିଲ ହେବେ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ଗୁରୁବାର ନୀଳାଦ୍ରି ଭକ୍ତନିବାସରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକ ପରେ କାର୍ଯ୍ୟକାରୀ ଅଧ୍ୟକ୍ଷ କହିଥିଲେ, କୋଭିଡ୍‌ ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପ୍ରତି ପ୍ରାଥମିକତା ରହିବ। ପୁରୀ ରଥଯାତ୍ରାକୁ ଏମିତି କିଛି ସର୍ତ୍ତ ରଖି ଅନୁମତି ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ତେଣୁ ଏହାକୁ ଗୁରୁତ୍ୱର ସହ ନିଆଯାଉଛି। ବୈଠକରେ କୋଭିଡ଼ ଟେଷ୍ଟ ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି।
ପୁରୀରେ ୨ଟି ସ୍ପେଶାଲ ମେଡିକାଲ କ୍ୟାମ୍ପ ପ୍ରତିଷ୍ଠା ହେବ। ଡୁଡୁୱାଲା ଧର୍ମଶାଳାରେ ଏବଂ ଭିତର ସେବାୟତ ନିଯୋଗ ପରିସରରେ ଏହି କ୍ୟାମ୍ପ କରାଯିବ। ଶୁକ୍ରବାରଠାରୁ ଏହା କାର୍ଯ୍ୟକ୍ଷମ କରିବ। ଏଠାରେ ଭେଷଜ ବିଶେଷଜ୍ଞ, ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ସମେତ ଅନ୍ୟ ବିଭାଗର ଡାକ୍ତର ରହିବେ। ସେବାୟତଙ୍କ ମଧ୍ୟରୁ କାହାର ଯଦି କୌଣସି ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଥିବ ସେଠାରେ ଦେଖାଇପାରିବେ। ଏଥିସହ କରୋନା ଲକ୍ଷଣ ଚିହ୍ନଟ ପାଇଁ ଡୋର୍‌ ଟୁ ଡୋର୍‌ ସର୍ଭେ କରାଯିବ। ଯାହାର କିଛି ଲକ୍ଷଣ ଜଣାପଡ଼ିବ ତାଙ୍କୁ ନୀଳାଦ୍ରିବିଜେ ପରେ ବି ୧୦/୧୫ ଦିନ ସର୍ଭେଲାନ୍ସରେ ରଖାଯିବ। ଏଥିସହ ଶ୍ରୀମନ୍ଦିର ଓ ମ୍ୟୁନିସିପାଲିଟି କର୍ମଚାରୀ, ପୋଲିସଙ୍କ ସମେତ ଅନ୍ୟ ଯେଉଁମାନେ ରଥଯାତ୍ରା ସହ ସମ୍ପୃକ୍ତ ସମସ୍ତଙ୍କର ମଧ୍ୟ କୋଭିଡ୍‌ ଟେଷ୍ଟ କରାଯିବ। ରଥଯାତ୍ରା ପୂରା ପ୍ରକ୍ରିୟାରେ ଯେପରି ଜଣେ ହେଲେ ବି ପଜିଟିଭ ସମ୍ପୃକ୍ତ ନ ରହିବେ ତାହା ଉପରେ ସତର୍କ ଦୃଷ୍ଟି ରହିବ। ବଡ଼ଦାଣ୍ଡ ଏବଂ ଏହାକୁ ସଂଯୋଗ କରୁଥିବା ଗଳିକନ୍ଦିକୁ ୨/୩ ପର୍ଯ୍ୟାୟ ବିଶୋଧନ କରାଯିବ। ରଥଯାତ୍ରା ଯୋଗୁ ଯେପରି ପୁରୀ ସହରରେ କୋଭିଡ଼ ସଂକ୍ରମଣ ନ ବ୍ୟାପିବ ସେଥିଲାଗି ସମସ୍ତ ପଦକ୍ଷେପ ନିଆଯିବ। ବାହୁଡା ଯାତ୍ରାରେ କେବଳ ନେଗେଟିଭ ରିପୋର୍ଟ ଆସିଥିବା ସେବାୟତମାନେ ହିଁ ରଥ ଟାଣିବେ। ଯଦି ସେମାନଙ୍କର ସଂଖ୍ୟା କମ୍‌ ରୁହେ ତେବେ କୋଭିଡ୍‌ ଟେଷ୍ଟରେ ଯେଉଁମାନେ ନେଗେଟିଭ ରହିଥିବେ ସେମାନେ ଟାଣିପାରିବେ ବୋଲି କାର୍ଯ୍ୟକାରୀ ଅଧ୍ୟକ୍ଷ କହିଛନ୍ତି। ବୈଠକରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର, ଜିଲାପାଳ ବଲୱନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାଶ ଏବଂ ଛତିଶା ନିଯୋଗର କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri