ଗୋପାଳପୁର,୨୪ା୬(ଡି.ଏନ୍.ଏ.)- ଗଞ୍ଜାମ ଜିଲା ଗୋଳନ୍ଥରା ଚଟିସ୍ଥିତ ଅବକାରୀ କାର୍ଯ୍ୟାଳୟରୁ ସିଜ୍ ହୋଇ ରଖାଯାଇଥିବା ବିଦେଶୀ ମଦ ସୋମବାର ସନ୍ଧ୍ୟାରେ ଚୋରି ହୋଇଛି। ଏନେଇ ଗୋଳନ୍ଥରା ପୋଲିସ ତଦନ୍ତ ଚଳାଇଥିବାବେଳେ ଖବର ଲେଖାହେବା ସୁଦ୍ଧା ଥାନାରେ ମାମଲା ରୁଜୁ ହୋଇ ନ ଥିବା ଜଣାପଡିଛି।
ଚିକିଟି ଓ ଗୋଳନ୍ଥରା ଅବକାରୀ କାର୍ଯ୍ୟାଳୟର କର୍ମଚାରୀ ୨୪ ମେ’ ୨୦୧୮ରେ ଆନ୍ଧ୍ରରୁ ଓଡ଼ିଶା ଆସୁଥିବା ଏକ ବିଦେଶୀ ମଦ ଟ୍ରକକୁ ଜବତ କରିଥିଲେ। ଏନେଇ ନଂ.୫/୨୦୧୮-୧୯ରେ ମାମଲା ରୁଜୁ କରି ଗୋଳନ୍ଥରା ଅବକାରୀ କାର୍ଯ୍ୟାଳୟରେ ସିଜ୍ ମଦ ରଖାଯାଇଥିଲା। କାର୍ଯ୍ୟାଳୟଟି ନିଛାଟିଆ ସ୍ଥାନରେ ଥିବାରୁ ସୋମବାର ସନ୍ଧ୍ୟାରେ କେତେକ ଦୁର୍ବୃତ୍ତ ତାଲା ଭାଙ୍ଗି ବିପୁଳ ପରିମାଣର ମଦ ପେଟି ନେଇଯାଇଛନ୍ତି। ଗେଟ୍ ଖୋଲା ଥିବାରୁ ସ୍ଥାନୀୟ ଲୋକେ କାର୍ଯ୍ୟାଳୟର ଓଆଇସି ସୁବାସ ମହାଙ୍କୁଡ଼ଙ୍କୁ ଖବର ଦେଇଥିଲେ। ସେ ପହଞ୍ଚତ୍ ଉଚ୍ଚ ପଦାଧିକାରୀଙ୍କୁ ଜଣାଇଥିଲେ। ମଙ୍ଗଳବାର ମଧ୍ୟାହ୍ନରେ ଅବକାରୀ ଇନ୍ସପେକ୍ଟର ସୁନୀତା ମାରାଣ୍ଡି ପହଞ୍ଚତ୍ ତଦନ୍ତ କରିବା ପରେ ସନ୍ଧ୍ୟାରେ ଗୋଳନ୍ଥରା ପୋଲିସ ପହଞ୍ଚତ୍ ତଦନ୍ତ ଚଳାଇଛି।
ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…
ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...
କଳାହାଣ୍ଡିରେ ମନ୍ଥର ଗତିରେ ଚାଲିଛି ଧାନକିଣା
ଭବାନୀପାଟଣା,୨୦।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଧାନର ଅଭାବୀ ବିକ୍ରି ଦେଖିବାକୁ ମିଳିଛି। ଜିଲାରେ ଗତ ନଭେମ୍ବର ୨୯ରୁ ଖରିଫ ଧାନ ପାଇଁ ମଣ୍ଡି ଶୁଭାରମ୍ଭ...
ଗ୍ରାମ୍ୟ ଜଙ୍ଗଲ ଜମିରେ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ
ମହାକାଳପଡ଼ା,୨୦ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ପେଟଛେଲା ଗାଁରେ ୨୪ ଏକର ସରକାରୀ ଗ୍ରାମ୍ୟ ଜଙ୍ଗଲ ଜମିରେ...
ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ
ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...
ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା
ଜଗତ୍ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...
ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ: କହିଲେ ଯମ ଅଜାଣତରେ…
ଜୟପୁର,୨୦।୧୨: ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯମ ଅଜାଣତରେ ମଣିଷର ମୃତ୍ୟୁ ହୁଏନି। ଏହା ସହ ସେ...
ଦାମୀ କାର ଭିତରେ ସିକ୍ରେଟ୍ ଚ୍ୟାମ୍ବର: ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା…
ବଲାଙ୍ଗୀର,୨୦।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥରେ ପୁଷ୍ପା ଷ୍ଟାଇଲରେ ଏକ କ୍ରେଟା କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ମାଡ଼ିବସିଲା...
ଗୋଡ଼ି ଛାଣିଲେ ମିଳେ ପଇସା, ଆଶ୍ଚର୍ଯ୍ୟ ଲାଗିଲେ ବି…
ଯାଜପୁର ଟାଉନ, ୨୦ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ମାନବ ସମାଜରେ ସମସ୍ତେ ନିଜ ପେଟପାଟଣା ପାଇଁ କିଛି ନା କିଛି କର୍ମ କରି ଦୁଇ ପଇସା ରୋଜଗାର...
Archives


