Odisha Elections 2024

ବୈଷ୍ଣୋଦେବୀ ଯାତ୍ରା ବନ୍ଦ: ଶୀତଳ ଭଣ୍ଡାରରେ ୩୦୦ କୋଟିର ଡ୍ରାଏ ଫ୍ରୁଟସ୍‌

କଟରା,୧୫।୬: କରୋନା ସଂକ୍ରମଣ ଯୋଗୁ ଜମ୍ମୁ-କଶ୍ମୀରରେ ବୈଷ୍ଣୋଦେବୀ ଯାତ୍ରା ବନ୍ଦ କରାଯାଇଛି। ଫଳରେ ଏଠାରେ ଡ୍ରାଏ ଫ୍ରୁଟସ୍‌ ଏବଂ ପ୍ରସାଦ ବିକ୍ରି କରୁଥିବା ୪୦୦ରୁ ଅଧିକ ଦୋକାନୀଙ୍କ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଏଠାରେ ୧୨୮ ପଞ୍ଜିକୃତ ଦୋକାନ ଥିବା ବେଳେ ଅନ୍ୟ ଦୋକାନଗୁଡ଼ିକ ବିନା ପଞ୍ଜିକରଣରେ କାରବାର କରିଥାନ୍ତି। ଯାତ୍ରା ବନ୍ଦ ହେବାରୁ ପ୍ରତିଦିନ ୧୦ରୁ ୧୨ କୋଟି ଟଙ୍କାର କ୍ଷତି ହେଉଥିବା କୁହାଯାଉଛି। ଡ୍ରାଏ ଫ୍ରୁଟସ୍‌ ଦୋକାନରେ ରହିଲେ ଖରାପ ହେବାର ଆଶଙ୍କା ଥିବାରୁ ଏସବୁକୁ ଜମ୍ମୁଠାରେ ଥିବା ଶୀତଳ ଭଣ୍ଡାରରେ ରଖାଯାଇଛି। ପ୍ରାୟ ୩୦୦ କୋଟି ଟଙ୍କାର ଡ୍ରାଏ ଫ୍ରୁଟସ୍‌ ଶୀତଳ ଭଣ୍ଡାରରେ ରଖାଯାଇଛି। ପ୍ରତି ଦୋକାନୀ ୪ରୁ୬ ଟ୍ରକ୍‌ ପର୍ଯ୍ୟନ୍ତ ଡ୍ରାଏ ଫ୍ରୁଟସ୍‌ ଶୀତଳ ଭଣ୍ଡାରରେ ରଖିଥିବା କୁହାଯାଉଛି। ପ୍ରତିଟ୍ରକରେ ୫୦୦ ପେଟି ଡ୍ରାଏ ଫ୍ରୁଟସ୍‌ ରହିଥାଏ। ଗୋଟିଏ ଟ୍ରକ୍‌ରେ ଥିବା ଡ୍ରାଏ ଫ୍ରୁଟସ୍‌କୁ ଶୀତଳ ଭଣ୍ଡାରରେ ରଖିବା ପାଇଁ ୪୦ ହଜାର ଟଙ୍କା ଦେବାକୁ ପଡୁଥିବା କୁହାଯାଉଛି। ସେହିପରି ପରିବହନ ପାଇଁ ପ୍ରତି ଟ୍ରକ୍‌ ପିଛା ୫ ହଜାର ଟଙ୍କା ଭଡ଼ା ଲାଗୁଛି। ବୈଷ୍ଣୋଦେବୀ ଯାତ୍ରା ବନ୍ଦ ହେବାରୁ ଡ୍ରାଏ ଫ୍ରୁଟସ୍‌ ବ୍ୟବସାୟୀଙ୍କ କ୍ଷତି ବଢ଼ିବାରେ ଲାଗିଥିବା ସ୍ଥାନୀୟ ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିଲା ୧୦୦ ଟନ୍‌ ସୁନା

ନୂଆଦିଲ୍ଲୀ, ୩୧ା୫:ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଦ୍ୱାରା ବ୍ରିଟେନରୁ ୧୦୦ ଟନ୍‌ରୁ ଅଧିକ ସୁନା ଦେଶକୁ ଅଣାଯାଇଛି। ୧୯୯୧ରେ ଦିଆଯାଇଥିବା ଏହି ସୁନା ପ୍ରଥମ...

ଛାଡପତ୍ରରେ ପାର୍ଟନରଙ୍କ ଠାରୁ ମିଳୁଥିବା ଭରଣପୋଷଣ ଟଙ୍କାରେ ଲାଗିଥାଏ ଟ୍ୟାକ୍ସ, ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୩୧।୫: ଭେଟେରାନ କ୍ରିକେଟ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ସ୍ତ୍ରୀ ନତାଶାଙ୍କୁ ଛାଡପତ୍ର ଦେବା ନେଇ ଚର୍ଚ୍ଚା ଲାଗି ରହିଛି। ତେବେ ଛାଡପତ୍ର ପରେ ନତାଶା,...

ଶେୟାର ବଜାରରେ ହାହାକାର: ୫ଦିନରେ ନିବେଶକ ହରାଇଲେଣି ୧୦ଲକ୍ଷ କୋଟି

ନୂଆଦିଲ୍ଲୀ,୩୧।୫: ଶେୟାର ବଜାରରେ କ୍ରମାଗତ ୫ଦିନ କାରବାର ହ୍ରାସ ଘଟିବା ନିବେଶକମାନଙ୍କୁ ନିରାଶ କରିଛି। ୫ ଦିନରେ ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର...

୪୦୦ ନିୟୁତ ଉପରେ ଟ୍ରୁକଲର ସକ୍ରିୟ ଉପଭୋକ୍ତା

ନୂଆଦିଲ୍ଲୀ,୩୧।୫: ଦେଶର ପ୍ରମୁଖ ବୈଷୟିକ ପ୍ଲାଟଫର୍ମ ‘ଟ୍ରୁକଲର’ର ଉପଭୋକ୍ତାଙ୍କ ସଂଖ୍ୟା ୪୦୦ ନିୟୁତ ଅତିକ୍ରମ କରିଛି। ଏପରିକି ଯୋଗାଯୋଗ ଯାଞ୍ଚ ଏବଂ ଅବାଞ୍ଛିତ ଯୋଗାଯୋଗକୁ ଅବରୋଧ...

ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ କମ୍ପାନୀ ମଧ୍ୟରେ ଆର୍‌ଆଇଏଲ୍‌

ଭୁବନେଶ୍ୱର, ୩୧।୫: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)କୁ ନିକଟରେ ଆଉ ଏକ ମାନତ୍ୟ ସହ ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ କମ୍ପାନୀ ମଧ୍ୟରେ ଆର୍‌ଆଇଏଲ୍‌ ସାମିଲ...

ଶରତ ଏୟାରଟେଲ୍‌ ବିଜ୍‌ନେସ୍‌ର ସିଇଓ

ଭୁବନେଶ୍ୱର, ୩୧।୫: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀ ଭାରତୀ ଏୟାରଟେଲ୍‌(ବିଏ)ର ସୂଚନା ଅନୁଯାୟୀ ଶରତ ସିହ୍ନାଙ୍କୁ ଏୟାରଟେଲ ବିଜ୍‌ନେସ୍‌ ସିଇଓ ଭାବେ...

ମାଲେସିଆକୁ ଏୟାର ଏସିଆର ଡାଇରେକ୍ଟ ଫ୍ଲାଇଟ୍‌

ଭୁବନେଶ୍ୱର, ୩୧।୫: ଏୟାର ଏସିଆର ବହୁ ପ୍ରତୀକ୍ଷିତ ବିମାନ ସେବା ‘ଭୁବନେଶ୍ୱରରୁ ମାଲେସିଆ’କୁ ଡାଇରେକ୍ଟ ଫ୍ଲାଇଟ ସେବାର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ସେବା ପାଇଁ...

ଗୁଣାତ୍ମକ ଗ୍ରାହକ ସେବାକୁ ଗୁରୁତ୍ୱ

ଭୁବନେଶ୍ୱର, ୩୧।୫ (ଅଭୟ ଦାଶ): ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ବ୍ରହ୍ମପୁର ମଣ୍ଡଳ ପକ୍ଷରୁ ନିକଟରେ ଏକ ଗ୍ରାହକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri