Posted inଖେଳ

ଶ୍ରୀଲଙ୍କାରେ ଆଇପିଏଲ୍‌ ସପକ୍ଷରେ ଗାଭାସ୍କର

ନୂଆଦିଲ୍ଲୀ, ୧୪।୬(ପି.ଟି.): ଆସନ୍ତା ଅକ୍ଟୋବରରେ ଭାରତରେ ବ୍ୟୟବହୁଳ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଆୟୋଜନ ସହଜ ନୁହେଁ ବୋଲି ଅନୁଭବ କରୁଛନ୍ତି କ୍ରିକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କର। ଏହି ମାସରେ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ ହେବାର ଥିବାରୁ ଆଇପିଏଲକୁ ସେପ୍ଟେମ୍ବର ଆରମ୍ଭରେ ଆୟୋଜନ କରାଯାଇପାରେ ବୋଲି ସେ ମତ ଦେଇଛନ୍ତି। ସ୍ପୋର୍ଟିଂ ଇଭେଣ୍ଟ ଗୁଡ଼ିକରେ ୨୫ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯାଇ ପାରିବ ବୋଲି ଅଷ୍ଟ୍ରେଲିଆ ସରକାର ଆନୁଷ୍ଠାନିକ ଘୋଷଣା କରିଛନ୍ତି। ତେଣୁ ଆଇପିଏଲ୍‌ ଅପେକ୍ଷା ଟି୨୦ ବିଶ୍ୱକପ ଆୟୋଜନ ସମ୍ଭାବନା ବଢ଼ିଛି।
”ଅଷ୍ଟ୍ରେଲିଆ ସରକାରଙ୍କ ଘୋଷଣାପରେ ଅକ୍ଟୋବରରେ ଟି୨୦ ବିଶ୍ୱକପ ଆୟୋଜନ ହୋଇପାରେ। ଏହା ହେଲେ ଅଂଶଗ୍ରହଣକାରୀ ଦଳଗୁଡ଼ିକ ୩ ସପ୍ତାହ ପୂର୍ବରୁ ଅଷ୍ଟ୍ରେଲିଆରେ ପହଞ୍ଚତ୍ବା ଆଶା କରାଯାଉଛି। ୧୪ ଦିନ କ୍ୱାରାଣ୍ଟାଇନ୍‌ ପରେ ୭ ଦିନ ଅଭ୍ୟାସ ମ୍ୟାଚ ଖେଳିବେ। ଯଦି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ବିଶ୍ୱକପ ହେଉ ବୋଲି ଚାହିଁବ ତେବେ ଆଇପିଏଲ୍‌ ଆୟୋଜନ କଷ୍ଟକର ହୋଇପଡ଼ିବ। କାରଣ ଟି୨୦ ବିଶ୍ୱକପ ବାତିଲ ହେଲେ ଯାଇ ଆଇପିଏଲ ସମ୍ଭବ ହୋଇପାରିବ“ ବୋଲି ଗାଭାସ୍କର କହିଛନ୍ତି।
ଆଇପିଏଲ୍‌ ଶ୍ରୀଲଙ୍କା କିମ୍ବା ୟୁଏଇରେ ସେପ୍ଟେମ୍ବରରେ କରାଇଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ ଅନୁଭବ କରୁଛନ୍ତି। ”ମୌସୁମୀବାୟୁ ସକ୍ରିୟ ଥିବାଯୋଗୁ ସେପ୍ଟେମ୍ବରରେ ଭାରତରେ ଆଇପିଏଲ ସମ୍ଭବ ନୁହେଁ। ପ୍ରତି ଦଳ ପରସ୍ପରକୁ ୨ ଥର ବଦଳରେ ଥରେ ଲେଖାଏ ଭେଟବା କାର୍ଯ୍ୟସୂଚୀରେ ଏହାକୁ ସେପ୍ଟେମ୍ବର ପ୍ରାରମ୍ଭରେ ଶ୍ରୀଲଙ୍କାରେ ଆୟୋଜନ କରାଯାଇପାରେ“ ବୋଲି ଏହି ପୂର୍ବତନ ଅଧିନାୟକ ପ୍ରକାଶ କରିଛନ୍ତି। କୋଭିଡ-୧୯ ପରବର୍ତ୍ତୀ କ୍ରିକେଟ ଖେଳାଳିଙ୍କ ପାଇଁ ନୂଆ ଅଭିଜ୍ଞତା ଆଣିବ। ବିଶେଷ କରି ଦର୍ଶକଙ୍କ ବିନା ଖେଳିବା ନିଆରା ଅନୁଭୂତି ହେବ। ଅନେକ ସମୟରେ ଦର୍ଶକମାନେ ହିଁ ଖେଳରେ ରୋମାଞ୍ଚ ଭରିଥାନ୍ତି। ସେମାନଙ୍କ ଉପସ୍ଥିତିରେ ବାତାବରଣ ଭିନ୍ନ ଥାଏ। ସ୍ବାଭାବିକଭାବେ ଖେଳାଳିମାନେ ତାହାକୁ ମିସ୍‌ କରିବେ ବୋଲି ଏହି ପୂର୍ବତନ ଓପନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri