ଆଜି ଦେବସ୍ନାନ ପୂର୍ଣ୍ଣିମା: ବିନା ଭକ୍ତରେ ସ୍ନାନମଣ୍ଡପରେ ବିଜେ ଶ୍ରୀଜିଉ, ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ୨ ଘଣ୍ଟା ବିଳମ୍ବରେ ହେଲା ଅବକାଶ ନୀତି

ବାରିପଦା ଅଫିସ,୫ା୬: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶ୍ରୀ ଶ୍ରୀ ହରିବଳଦେବଜୀଉ ମହାପ୍ରଭୁଙ୍କ ମନ୍ଦିରରେ ଶୁକ୍ରବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି। ତେବେ ୨ ଘଣ୍ଟା ବିଳମ୍ବରେ ନୀତିକାନ୍ତି ହୋଇଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ହୋଇଥିବା ନିଷ୍ପତ୍ତି ଅନୁସାରେ ଶୁକ୍ରବାର ଭୋର୍‌ ୪ଟାରୁ ୫ଟା ମଧ୍ୟରେ ଶ୍ରୀଜିଉମାନେ ସ୍ନାନମଣ୍ଡପକୁ ପହଣ୍ଡି ବିଜେ କରିଥିଲେ। ଏହା ପରେ ପ୍ରଭୁଙ୍କ ଅବକାଶ ନୀତି କରାଯାଇଥିଲା। ଏହି ନୀତି ୨ ଘଣ୍ଟା ବିଳମ୍ବରେ ହୋଇଥିଲା। ପ୍ରଭୁଙ୍କ ନୀତିରେ ଯେଉଁ ମିଷ୍ଠାନ୍ନ ଭୋଗ ଲାଗେ ତାହା ବିଶୁଦ୍ଧ ଘିଅରେ ହେବା କଥା, କିନ୍ତୁ ନିମ୍ନମାନର ଘିଅରେ ମିଷ୍ଠାନ୍ନ ହୋଇଥିବାରୁ ପୂଜକମାନେ ନୀତିକାନ୍ତି କରି ନ ଥିଲେ। ତେବେ ଉପଜିଲାପାଳ ଘଟଣାସ୍ଥଳରେ ପହଞ୍ଚି ବୈଠକ କରି ଏହାର ସମାଧାନ କରିଥିଲେ। ପରେ ଶୁଦ୍ଧ ଘିଅରେ ମିଷ୍ଠାନ୍ନ କରାଯାଇ ନୀତିକାନ୍ତି କାର୍ଯ୍ୟ ଆରମ୍ଭ ହୋଇଥିଲା। ସୁବାସିତ ୧୦୮ ଗରା ଜଳରେ ପ୍ରଭୁଙ୍କ ସ୍ନାନ କରିଥିଲେ। ପରେ ପ୍ରଭୁଙ୍କ ଗଜାନନ ବେଶ ହୋଇଥିଲା।
ସୂଚନାଯୋଗ୍ୟ, ଶୁକ୍ରବାର ମନ୍ଦିରକୁ ଯାଇଥିବା ରାସ୍ତାରେ ୧୪୪ ଧାରା ଜାରି କରାଯାଇଛି। କୃଷ୍ଣଚନ୍ଦ୍ର ଗୋଲେଇଠାରୁ ଥାନା ଛକ, ଏମ୍‌କେସି ହାଇସ୍କୁଲ ଛକଠାରୁ ଟ୍ରାଫିକ ଛକ ଯାଏ ରାସ୍ତାରେ ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ସେବାୟତ ଓ ଜରୁରିକାଳୀନ କର୍ମଚାରୀ ଓ ଅଧିକାରୀଙ୍କ ବ୍ୟତୀତ ଏହି ରାସ୍ତାରେ ଅନ୍ୟମାନେ ଯିବା ପାଇଁ ବାରଣ କରାଯାଇଛି। ଫଳରେ ବିନା ଭକ୍ତଙ୍କ ଗହଣରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri