Posted inଖେଳ

ହାର୍ଦ୍ଦିକଙ୍କ ପୂର୍ବରୁ ୪ କ୍ରିକେଟର୍‌ ବିନା ବିବାହରେ ହୋଇଥିଲେ ପିତା

ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପିତା ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଫଟୋ ଶେୟାର କରି ଏହି ଖୁସିଖବର ନିଜ ଫ୍ୟାନ୍‌ଙ୍କୁ ଜଣାଇଛନ୍ତି ହାର୍ଦ୍ଦିକ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଷ୍ଟାନକୋଭିକ୍‌। ଉଭୟ ନୂଆବର୍ଷରେ ନିର୍ବନ୍ଧ କରିଥିବା ଫଟୋ ଶେୟାର କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ସେ ବିବାହ କରିଥିବା କଥା କୌଣସି ଯାଗାରେ ଉଲ୍ଲେଖ କରିନାହାନ୍ତି। ହଠାତ୍‌ ହାର୍ଦ୍ଦିକ ପିତା ହେବା ଖବର ତାଙ୍କ ଫ୍ୟାନ୍‌ଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ହାର୍ଦ୍ଦିଙ୍କ ପୂର୍ବରୁ ୪ କ୍ରିକେଟର ମଧ୍ୟ ବିବାହ ପୂର୍ବରୁ ପିତା ହେବାର ସୌଭାଗ୍ୟ ଲାଭ କରିଥିଲେ।
ଭିଭିଆନ୍‌ ରିଚାର୍ଡସ
ଓ୍ବେଷ୍ଟଇଣ୍ଡିଜର ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ୍‌ ଭିଭିଆନ୍‌ ରିଚାର୍ଡସ ବିବାହ ପୂର୍ବରୁ ପିତା ହୋଇଥିଲେ। ଭାରତୀୟ ଅଭିନେତ୍ରୀ ନିନା ଗୁପ୍ତାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ଉଭୟଙ୍କ ଔରସକୁ ମସାବା ଗୁପ୍ତା ନାମ୍ନୀ ଏକ କନ୍ୟା ସନ୍ତାନ ମଧ୍ୟ ଅଛି।

ଜୋ ରୁଟ୍‌
ଇଂଲଣ୍ଡ କ୍ରିକେଟର୍‌ ଜୋ ରୁଟ୍‌ ମଧ୍ୟ ଏହି ତାଲିକାରେ ଆସୁଛନ୍ତି। ବିବାହ ପୂର୍ବରୁ ତାଙ୍କ ଗର୍ଲଫ୍ରେଣ୍ଡ୍‌ କେରି କୋଟରେଲ୍‌ ଗର୍ଭବତୀ ହୋଇଥିଲେ।

ବିନୋଦ କାମ୍ବଲୀ
ଭାରତୀୟ କ୍ରିକେଟର୍‌ ବିନୋଦ କାମ୍ବଲୀ ବିନା ବିବାହରେ ପିତା ହୋଇଥିଲେ। ସେ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେବା ପରେ ତାଙ୍କ ଆଫୟେର୍‌ ଫ୍ୟାଶନ୍‌ ଡିଜାଇନର୍‌ ଆଣ୍ଡ୍ରିୟା ହୈଓ୍ବିଟ୍‌ଙ୍କ ସହ ହୋଇଥିଲା। ତେବେ ବିବାହ ପୂର୍ବରୁ କାମ୍ବଲୀ ପିତା ହୋଇଥିଲେ।

ଡେଭିଡ୍‌ ଓ୍ବାର୍ଣ୍ଣର
ଅଷ୍ଟ୍ରେଲିଆ କ୍ରିକେଟର୍‌ ଡେଭିଡ୍‌ ଓ୍ବାର୍ଣ୍ଣରଙ୍କ ପତ୍ନୀ କ୍ୟାଣ୍ଡିସ୍‌ ବିବାହ ପୂର୍ବରୁ ୨୦୧୪ରେ ଝିଅ ଇଭିଙ୍କୁ ଜନ୍ମ ଦେଇଥିଲେ। ୨୦୧୫ରେ ଉଭୟ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri