ଜି ୧୧ରେ ସାମିଲ ହେବ ଭାରତ

ଓ୍ବାଶିଂଟନ, ୧।୬(ପି.ଟି/ଆଇଏଏନ୍‌ ଏସ୍‌): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜି ୭ ସମ୍ମିଳନୀକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇଦେଇଛନ୍ତି। ଏହାସହ ସେ ଏହି ପୁରୁଣା ବ୍ଲକ୍‌କୁ ଜି ୧୦ କିମ୍ବା ଜି ୧୧ ଯାଏ ବିସ୍ତାର କରି ଭାରତ ସମେତ ଆଉ ୩ଟି ଦେଶକୁ ସାମିଲ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଚାଇନା ବିରୋଧରେ ବିଶ୍ୱକୁ କରୋନା ଭାଇରସ୍‌ ପଠାଇଥିବା ଅଭିଯୋଗ ଆଣି ବେଜିଂକୁ ମାତ୍‌ ଦେବା ପାଇଁ ଟ୍ରମ୍ପ୍‌ ଏପରି ରଣନୀତି ପ୍ରସ୍ତୁତ କରିଥିବା କୁହାଯାଉଛି।
ଜି ୭ ହେଉଛି ବିଶ୍ୱର ସବୁଠୁ ବଡ଼ ୭ଟି ଅର୍ଥନୀତିକୁ ନେଇ ଗଠିତ ରାଷ୍ଟ୍ର ସମୂହ। ଏହି ଏଲିଟ୍‌ ଗ୍ରୁପ୍‌ରେ ବର୍ତ୍ତମାନ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଓ କାନାଡା ଅଛନ୍ତି। ଜି ୭ ସଦସ୍ୟ ରାଷ୍ଟ୍ରଗୁଡ଼ିକର ମୁଖ୍ୟମାନେ ପ୍ରତିବର୍ଷ ଅନ୍ତର୍ଜାତୀୟ ଅର୍ଥନୀତି ଓ ଆର୍ଥିକ ପ୍ରସଙ୍ଗଗୁଡ଼ିକୁ ନେଇ ସମ୍ମିଳନୀ କରିଥାନ୍ତି। ଅଧ୍ୟକ୍ଷତା କରୁଥିବା ଦେଶ ସାଧାରଣତଃ ସ୍ବତନ୍ତ୍ର ନିମନ୍ତ୍ରଣ ଜରିଆରେ ଆଉ ଗୋଟିଏ କିମ୍ବା ଦୁଇଟି ରାଷ୍ଟ୍ରକୁ ସମ୍ମିଳନୀକୁ ଡାକିଥାନ୍ତି। ଗତବର୍ଷ ଆୟୋଜକ ରାଷ୍ଟ୍ର ଫ୍ରାନ୍ସର ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁ ଉକ୍ତ ସମ୍ମିଳନୀକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ। ଚଳିତବର୍ଷ ଆମେରିକା ଜି ୭ର ଅଧ୍ୟକ୍ଷତା କରୁଛି। କରୋନା ଭାଇରସ୍‌ ସଂକ୍ରମଣ ଦୃଷ୍ଟିରୁ ଏଥର ଏହି ସମ୍ମିଳନୀ ଭିଡିଓ କନ୍‌ଫରେନ୍ସ ଜରିଆରେ କରାଯିବ ବୋଲି ପୂର୍ବରୁ ଆଲୋଚନା ହେଉଥିଲା। କିନ୍ତୁ ସଦସ୍ୟଭୁକ୍ତ ରାଷ୍ଟ୍ରଗୁଡ଼ିକର ମୁଖ୍ୟମାନେ ବ୍ୟକ୍ତିଗତ ଭାବେ ଆସି ଏଥିରେ ଯୋଗଦିଅନ୍ତୁ ବୋଲି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ ଚାହୁଁଛନ୍ତି।
ରାଷ୍ଟ୍ରପତି ଟ୍ରମ୍ପ୍‌ ଶନିବାର ଫ୍ଲୋରିଡାରୁ ଓ୍ବାଶିଂଟନ ଡିସିକୁ ଏୟାରଫୋର୍ସ ଓ୍ବାନ୍‌ରେ ଯାତ୍ରା କରୁଥିବାବେଳେ ଖବରଦାତାମାନଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ, ସେ ଜି ୭ ସମିଟକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତ କରିଦେଇଛନ୍ତି। ବିଶ୍ୱରେ ଯାହା ଚାଲିଛି ତାକୁ ନେଇ ଜି ୭ ଉପଯୁକ୍ତ ପ୍ରତିନିଧିତ୍ୱ କରିପାରୁ ନାହିଁ କି ସମାଧାନର ବାଟ ବାହାର କରି ପାରୁନାହିଁ। ଏହା ହେଉଛି ରାଷ୍ଟ୍ର ସମୂହର ପୁରୁଣାକାଳିଆ ଗୋଷ୍ଠୀ। ତେଣୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଶେଷ ହେବା ପରେ ଏହାକୁ ଜି ୧୦ କିମ୍ବା ଜି ୧୧ରେ ପରିଣତ କରାଯାଇପାରିବ। ସେପ୍ଟେମ୍ବରରେ ୧୫ରେ ହେବାକୁ ଥିବା ଜାତିସଂଘ ସାଧାରଣ ସଭା ଅଧିବେଶନ ପୂର୍ବରୁ ଏହାର ସମ୍ମିଳନୀ ଆୟୋଜନ ସମ୍ଭବ। ବିଶ୍ୱ ଅର୍ଥନୀତିର ଏହି ୭ ସଦସ୍ୟ ବିଶିଷ୍ଟ ଗ୍ରୁପ୍‌କୁ ପୁନର୍ଗଠନ କରି ଏଥିରେ ରୁଷିଆ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଓ ଭାରତକୁ ସାମିଲ ହେବା ପାଇଁ ନିମନ୍ତ୍ରଣ କରିବା ଯୋଜନା ରହିଛି। ଏନେଇ ସେ ୪ ରାଷ୍ଟ୍ରର ନେତାମାନଙ୍କ ସହ ଅନୌପଚାରିକ ଭାବେ ଆଲୋଚନା କରିଛନ୍ତି। ଆମେ ଅଷ୍ଟ୍ରେଲିଆ, ଭାରତ ଓ ଦକ୍ଷିଣ ଆଫ୍ରିକାକୁ ଚାହୁଁଛୁ ବୋଲି କହିବାବେଳେ ଟ୍ରମ୍ପ୍‌ ରୁଷିଆର ନାମ ନେଇ ନ ଥିଲେ। ଏହା ପୂର୍ବରୁ ସେ ଏହି ରାଷ୍ଟ୍ରଗୋଷ୍ଠୀରେ ଯୋଗଦେବା ପାଇଁ ରୁଷିଆକୁ ନିମନ୍ତ୍ରଣ କରିଥିଲେ। କାରଣ ପୂର୍ବରୁ ଏହା ଜି ୮ ଥିବାବେଳେ ରୁଷିଆ ଏଥିରେ ସାମିଲ ଥିଲା। କିନ୍ତୁ ୨୦୧୪ରେ ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ସମୟରେ ରୁଷିଆ ନିଜ ଭୂଖଣ୍ଡରେ କ୍ରିମେଆକୁ ଯୋଡ଼ିବା ପରେ ମସ୍କୋକୁ ବାହାର ବାଟ ଦେଖାଇ ଦିଆଯାଇଥିଲା। ଏବେ ରୁଷିଆକୁ ଏଥିରେ ପୁଣିଥରେ ସାମିଲ ପାଇଁ ଯୋଜନା ଚଳାଇଛନ୍ତି ଟ୍ରମ୍ପ୍‌। ସେହିପରି ହ୍ବାଇଟ୍‌ ହାଉସ୍‌ର ଷ୍ଟ୍ରାଟେଜିକ୍‌ କମ୍ୟୁନିକେଶନ୍ସ ନିର୍ଦ୍ଦେଶକ ଆଲିସା ଆଲେକ୍ସଜାଣ୍ଡ୍ରା କହିଛନ୍ତି, ଚାଇନାର ଭବିଷ୍ୟତ ନେଇ ରଣନୀତି ପ୍ରସ୍ତୁତ କରିବା ପାଇଁ ଜି ୭କୁ ବ୍ୟାପକ କରାଯାଇ ଏଥିରେ ଆମର ପାରମ୍ପରିକ ସହଯୋଗୀମାନଙ୍କୁ ସାମିଲ କରାଯିବ।
ପ୍ରକାଶ ଯେ, ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ନଭେମ୍ବର ୩ରେ ହେବ। ହ୍ବାଇଟ୍‌ ହାଉସ୍‌କୁ ପୁଣିଥିରେ ଯିବା ପାଇଁ ଟ୍ରମ୍ପ୍‌ ଦ୍ୱିତୀୟ ଥର ଏହି ନିର୍ବାଚନ ଲଢ଼ୁଛନ୍ତି।

ଏଭଳି ସମୟରେ କରୋନା ଭାଇରସ୍‌ ଚାଇନାର ଉହାନ ସହରରୁ ବାହାରି ସାରା ବିଶ୍ୱକୁ କବଳିତ କରିଛି। ହୋପ୍‌କିନ୍ସ ୟୁନିଭର୍ସିଟି ତଥ୍ୟାନୁସାରେ କରୋନାରେ ଅଦ୍ୟାବଧି ବିଶ୍ୱର ୬ ନିୟୁତରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଥିବାବେଳେ ୩,୬୯,୦୦୦ରୁ ଅଧିକ ଜୀବନ ଯାଇସାରିଲାଣି।
ଏହି ଘାତକ ଭୂତାଣୁରେ ଆମେରିକା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ୧.୭ ନିୟୁତ ସଂକ୍ରମିତ ଥିବାବେଳେ ୧,୦୩,୦୦୦ ଜଣଙ୍କ ମୃତ୍ୟୁ ଘଟିଛି। ବେଜିଂ ବେଳ ଥାଉ ଥାଉ ମହାମାରୀ କୋଭିଡ୍‌-୧୯ ସମ୍ପର୍କରେ ବିଶ୍ୱକୁ ଅବଗତ କଲା ନାହିଁ। ଫଳରେ ଏହା ସବୁ ରାଷ୍ଟ୍ରକୁ ବ୍ୟାପିଲା ବୋଲି ଆମେରିକା ଅଭିଯୋଗ ଆଣୁଛି। ଏଥିସହ ଏହି ଭାଇରସ୍‌ର ଉତ୍ପତ୍ତି ସମ୍ପର୍କରେ ବିଧିବଦ୍ଧ ତଦନ୍ତ କରାଯାଉ ବୋଲି ଦାବି କରିଆସୁଛି। ଅନ୍ୟପକ୍ଷେ ଆମେରିକାର ସମସ୍ତ ଅଭିଯୋଗକୁ ଚାଇନା ଖଣ୍ଡନ କରିଛି। ତେଣୁ ଚାଇନାକୁ ବୁଦ୍ଧି ଶିଖାଇବା ପାଇଁ ଟ୍ରମ୍ପ୍‌ ଜି ୭ର ସମ୍ପ୍ରସାରଣ ଯୋଜନା କରିଥିବା କୂଟନୀତିଜ୍ଞମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri