Posted inଖେଳ

ଟ୍ରେନିଂ ଆରମ୍ଭ ପାଇଁ ହକି ଖେଳାଳିଙ୍କ ନିବେଦନ

ନୂଆଦିଲ୍ଲୀ, ୧୫ା୫ (ପି.ଟି.)-ଭାରତୀୟ ହକି ଖେଳାଳିମାନେ ଗୁରୁବାର କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କ ସହ ଅନ୍‌ଲାଇନ୍‌ରେ କଥାବାର୍ତ୍ତା ହୋଇଛନ୍ତି। ଏହି ଅବସରରେ ଯଥାସମ୍ଭବ ଶୀଘ୍ର ଟ୍ରେନିଂ ଆରମ୍ଭର ବ୍ୟବସ୍ଥା କରିବା ଲାଗି ସେମାନେ ନିବେଦନ କରିଛନ୍ତି। ଏଦିଗରେ ଧ୍ୟାନ ଦିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ରିଜିଜୁ ଏକଥା ମଧ୍ୟ କହିଛନ୍ତି ଯେ, ସ୍ପୋଟର୍‌ସ ଅଥରିଟିି ଅଫ୍‌ ଇଣ୍ଡିଆ (ସାଇ)ର ୬ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଦ୍ୱାରା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା (ଏସ୍‌ଓପି) ପ୍ରସ୍ତୁତ ହେବାମାତ୍ରେ ଫିଲ୍‌ଡ ଟ୍ରେନିଂ ଆରମ୍ଭ ହେବ। ଅନ୍‌ଲାଇନ୍‌ କଥାବାର୍ତ୍ତାରେ ୨୪ ମହିଳା ଏବଂ ୩୪ ପୁରୁଷ ହକି ଖେଳାଳି ଭାଗ ନେଇଥିଲେ। ସୂଚନାଯୋଗ୍ୟ, କରୋନାଭାଇରସ୍‌ ପାଇଁ ମାର୍ଚ୍ଚ ୨୫ରୁ ଲକ୍‌ ଡାଉନ୍‌ ଲାଗୁ କରାଯିବା ପରଠାରୁ ଉଭୟ ଭାରତୀୟ ମହିଳା ଓ ପୁରୁଷ ମହିଳା ହକି ଦଳ ବେଙ୍ଗାଲୁରୁସ୍ଥିତ ସାଇ ସାଉଥ ସେଣ୍ଟରଠାରେ ରହିଛନ୍ତି। ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସ୍ବାସ୍ଥ୍ୟଗତ କଥା ଉଠୁଥିବାରୁ ଆମେ ରିସ୍କ ନେଇ ପାରିବା ନାହିଁ। ଏହା ଦ୍ୱାରା ଆମ ଟ୍ରେନିଂ ଯୋଜନା ଭଣ୍ଡୁର ହୋଇଯାଇପାରେ। ଉଭୟ ମହିଳା ଓ ପୁରୁଷ ଖେଳାଳିମାନେ ଦର୍ଶାଇଥିଲେ ଯେ, ଆସନ୍ତାବର୍ଷ ଅଲିମ୍ପିକ ପାଇଁ ପ୍ରମୁଖ ହକି ରାଷ୍ଟ୍ରଗୁଡ଼ିକ ଅଭ୍ୟାସ ଆରମ୍ଭ କରି ଦେଲେଣି। ଛୋଟ ଛୋଟ ଗ୍ରୁପ୍‌ କରି ଯଥାଶୀଘ୍ର ପଡ଼ିଆରେ ଟ୍ରେନିଂ ଆରମ୍ଭ କଲେ ଆମେ ଉପକୃତ ହୋଇପାରିବା। ଖେଳାଳିମାନେ ପୁଣି କହିଛନ୍ତି ଯେ, ଆମେ ଏଠାରେ ସୁରକ୍ଷିତ ଅଛୁ ନିଶ୍ଚିତ। କିନ୍ତୁ ‘ହୋମ୍‌ ସିକ୍‌’ ଅନୁଭବ କରୁଛି। ଟ୍ରେନିଂ ଆରମ୍ଭ ହୋଇ ଗଲେ ଆମ ମନକୁ ଆସୁଥିବା ଅନିଚ୍ଛାକୃତ ଚିନ୍ତା ଦୂର ହୋଇପାରନ୍ତା। ବୈଠକରେ ପୁରୁଷ ଓ ମହିଳା ହକି ଦଳର କୋଚ୍‌ ଗ୍ରହମ ରିଡ୍‌ ଓ ଜୋର୍ଡ ମାରିଜନେ ଏବଂ ହାଇପରଫର୍ମାନ୍ସ ଡାଇରେକ୍ଟର ଡେଭିଡ୍‌ ଜନ୍‌ ପ୍ରମୁଖ ଉପସ୍ଥିତ ଥିଲେ। କ୍ରୀଡ଼ା ସଚିବ ରବି ମିତଲ, ସାଇ ଡାଇରେକ୍ଟର ଜେନେରାଲ ସନ୍ଦୀପ ପ୍ରଧାନ, ଭାରତୀୟ ଅଲିମ୍ପିକ ଆସୋସିଏଶନ ସଭାପତି ନରିନ୍ଦର ବାତ୍ରା, ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ଅହମ୍ମଦଙ୍କ ସମେତ ଅନ୍ୟ ସିନିୟର ଅଫିସିଆଲମାନେ ମଧ୍ୟ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ରବିବାର ଜଣେ ଯୁବକଙ୍କର ମୃତଦେହ...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ମହେନ୍ଦ୍ରଗିରିରେ ୨ ପର୍ଯ୍ୟଟକ ଭରା ଗାଡ଼ି ଦୁର୍ଘଟଣା: ଘାଟିରୁ ଖସି…

ଗଜପତି,୨୧ା୧୨(ଗିରିଧାରୀ ପରିଚ୍ଛା): ଢେଙ୍କାନାଳ ଓ କଟକ ଅଞ୍ଚଳରୁ ଭରା ପର୍ଯ୍ୟଟକ ଥିବା ଦୁଇ ଗାଡ଼ି ଆସି ପବିତ୍ର ମହେନ୍ଦ୍ରଗିରି ଭ୍ରମଣ କରିଥିଲେ। ତେବେ ମହେନ୍ଦ୍ର ଦର୍ଶନ...

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri