ବଲାଙ୍ଗୀର ଜିଲା: ମେ ୧୦ରୁ ରବିଧାନ କିଣା

ବଲାଙ୍ଗୀର ଅଫିସ, ୨୭ା୪: ବଲାଙ୍ଗୀର ଜିଲାରେ ରବି ଧାନକ୍ରୟ ପ୍ରକ୍ରିୟା ଆସନ୍ତା ୧୦ତାରିଖଠାରୁ ଆରମ୍ଭ ହେବ। ଜିଲାସ୍ତରୀୟ ଧାନକ୍ରୟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲାପାଳ ଅରିନ୍ଦମ ଡାକୁଆଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକା ଟୁକୁନୀ ସାହୁ, ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ, ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗ, ଜିଲା ପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦ, ବଲାଙ୍ଗୀର ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର, ଟିଟିଲାଗଡ ଉପଜିଲାପାଳ ସୁଧାକର ନାୟକ, ପାଟଣାଗଡ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ଜିଲା ଯୋଗାଣ ଅଧିକାରୀ ଅଭିରାମ ପ୍ରଧାନ, ଜିଲା କୃଷକ ମହାସଂଘ ସଭାପତି ଡା ସୁଧୀର କୁମାର ପରିଚ୍ଛା, ଯତୀ ପଧାନ, ଜିଲା ମୁଖ୍ୟ କୃଷି ଅଧିକାରୀ ବାଳକୃଷ୍ଣ ଗୌଡ, ଜିଲା ଉଦ୍ୟାନ କୃଷି ନିର୍ଦ୍ଦେଶକ, ଏଆରସିଏସ୍‌ଙ୍କ ସହ ଅନ୍ୟାନ୍ୟ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଜିଲାର ଚାଷୀମାନଙ୍କଠାରୁ କିଭଳି ସୁଚାରୁରୂପେ ରବି ଧାନକ୍ରୟ କରାଯାଇପାରିବ ଏନେଇ ସୁବ୍ୟବସ୍ଥା କରାଯିବାକୁ ଆଲୋଚନା ହୋଇଥିଲା। ଧାନକିଣା ସମୟରେ କୋଭିଡ-୧୯ ମାର୍ଗଦର୍ଶିକା ଅନୁପାଳନ, ମାସ୍କ, ସାନିଟାଇଜର ବ୍ୟବହାର, ସାମାଜିକ ଦୂରତ୍ୱ ପାଳନ କରାଯିବା ଉପରେ ଜିଲାପାଳ ଡାକୁଆ ସୂଚନା ଦେଇଥିଲେ। ଜିଲାରେ ୮୬ଟି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଓ ୭ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ଧାନକିଣା ଆରମ୍ଭ ହେବ। ଦୈନିକ ୩୦ଜଣ ଚାଷୀ ୩ଟି ପର୍ଯ୍ୟାୟରେ ସେମାନଙ୍କ ଧାନ ବିକ୍ରୟ କରିପାରିବେ। ସକାଳ ୭ଟାରୁ ୧୨ ମଧ୍ୟରେ ଦୈନିକ ୧ ହଜାର କୁଇଣ୍ଟାଲ ଧାନ କିଣା ହେବ। ଧାନକିଣା ସମୟରେ ପ୍ୟାକ୍ସ ଓ ଏସ୍‌ଏଚ୍‌ଜି ସେଣ୍ଟରରେ ହାତ ଧୋଇବା ପାଇଁ ସାବୁନ୍‌, ପାଣି, ସାନିଟାଇଜର, ମାସ୍କ ରହିବା ସହ ସମସ୍ତେ ଯେପରି ସାମାଜିକ ଦୂରତ୍ୱ ଅବଲମ୍ବନ କରିବେ ଏହା ସୁନିଶ୍ଚିତ କରାଯିବ। ଚଳିତ ରବିଧାନ ନିମନ୍ତେ ସାଧାରଣ ଏଫ୍‌ଏକ୍ୟୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୧୮୧୫ ଟଙ୍କା ଓ ଏଫ୍‌ଏକ୍ୟୁ ଗ୍ରେଡ୍‌ ଏ ଧାନର ମୂଲ୍ୟ ୧୮୩୫ ଟଙ୍କା ଧାର୍ଯ୍ୟ କରାଯାଇଛି। ଜିଲାର ୫୯୩୧ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରିଛନ୍ତି। ତେବେ କରୋନା ଲକ୍‌ଡାଉନ୍‌ ସକାଶେ କିଛି ଚାଷୀ ନିର୍ଦ୍ଧାରିତ ସମୟରେ ପଞ୍ଜୀକରଣ କରିପାରି ନ ଥିବା ଆଲୋଚନା ହୋଇ ପଞ୍ଜୀକରଣ ଅବଧିକୁ ବୃଦ୍ଧି ସକାଶେ ପ୍ରସ୍ତାବ ରଖିଥିଲେ। ଚାଷୀଙ୍କୁ ଯେଭଳି ଉଚିତ୍‌ ମୂଲ୍ୟ ମିଳିବ ଓ ସେମାନେ କୌଣସି ଲୋକଙ୍କ ଶୋଷଣର ଶିକାର ହେବେନାହିଁ ତାହା ସୁନିଶ୍ଚିତ କରିବାକୁ ଆଲୋଚନା ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଘାଟିରେ ଓଲଟିଲା ନଳକୂପ ଖନନ ଗାଡି, ୧୨ ଶ୍ରମିକ ଆହତ

ଗଞ୍ଜାମ,୨୮।୪: ଗଞ୍ଜାମ ଜିଲା ତପ୍ତପାଣି ଘାଟିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ନଳକୂପ ଖନନ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

୨୮ ବିଧାନସଭା ଆସନ ପାଇଁ ୨୫୬ ପ୍ରାର୍ଥତ୍ପତ୍ର କାଏମ

ଭୁବନେଶ୍ୱର,୨୮ା୪(ଅନିଲ ଦାସ)ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଯାଞ୍ଚ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀ...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ରାସ୍ତାକଡ଼ ଜଙ୍ଗଲରେ ପଖାଳ ଖାଇଲେ ପାଣ୍ଡିଆନ

ଭୁବନେଶ୍ୱର,୨୮।୪(ଅସମାପିକା ସାହୁ)ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ତୃତୀୟ ଦିନରେ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକ ସଭା କ୍ଷେତ୍ରର ବିଭିନ୍ନ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଆଞ୍ଚଳିକ ସମସ୍ୟା ପ୍ରତି ବିତୃଷ୍ଣାର ପ୍ରତିଫଳନ ନୋଟା

କେନ୍ଦ୍ରାପଡ଼ା,୨୮ା୪ (ଜଗନ୍ନାଥ ଧଳ)ଦେଶରେ ଭୋଟଦାନ ଚାଲିଛି। ଏଭଳି ସମୟରେ ପ୍ରାର୍ଥୀଙ୍କ ବିଷୟରେ ଯେଭଳିି ଚର୍ଚ୍ଚା ହେଉଛି ନୋଟା (ନନ୍‌ ଅଫ୍‌ ଦି ଏବଭ) ମଧ୍ୟ ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri