ଖାଲି ପଡ଼ୁଛିିି ପୋଲିସ କ୍ୟାମ୍ପ

ବାରିପଦା ଅଫିସ, ୨୩ା୪- ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ ଡାଉନ ଆରମ୍ଭ ହେବା ପରେ ଗତ ୨୦ ତାରିଖଠାରୁ ଏହାକୁ କିଛି ମାତ୍ରାରେ କୋହଳ କରାଯାଇଛି। ଯାହାର ଫାଇଦା ଉଠାଇ ଲୋକେ ସହରରେ ବିନା କାରଣରେ ଯାତାୟତ କରୁଛନ୍ତି। ଏଭଳି ସ୍ଥଳେ ବାରିପଦା ସହରରେ ଚେକିଂ ପାଇଁ ହୋଇଥିବା ବିଭିନ୍ନ ପୋଲିସ କ୍ୟାମ୍ପରେ ଯାଞ୍ଚ କରାଯିବା ବଦଳରେ ଏହା ଖାଲି ପଡୁଥିବା ଦେଖିବାକୁ ମିଳିଛି। ଲୋକେ କିପରି ସୁରକ୍ଷିତ ରହିବେ ସେଥି ପ୍ରତି ଦୃଷ୍ଟି ନ ଦେଇ ପୋଲିସ କୋହଳ ମନୋଭାବ ଆପଣାଇଥିବା ଦେଖିବାକୁ ମିଳିଛି। ଗୁରୁବାର ଅପରାହ୍ନରେ ସହରର ବିଭିନ୍ନ ଛକରେ ଥିବା ପୋଲିସ କ୍ୟାମ୍ପ ଖାଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ଷ୍ଟିଲ ଗୋଲେଇଠାରେ ହୋଇଥିବା ପୋଲିସ କ୍ୟାମ୍ପରେ କାହାର ଦେଖା ମିଳି ନ ଥିଲା। ଅନ୍ୟପଟେ ବାଇକ୍‌ରେ ଜଣଙ୍କରୁ ଅଧିକ ଲୋକ ନ ବସିବା ପାଇଁ ନିୟମ ଜାରି ହୋଇଥିବା ବେଳେ ସହରରେ ଯାତାୟତ କରୁଥିବା ବାଇକ୍‌ରେ ଦୁଇରୁ ଅଧିକ ଜଣ ବସି ଯାଉଥିବା ଦେଖିବାକୁ ମିଳୁଛି। ପଡ଼ୋଶୀ ଜିଲା ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ କରୋନା କାୟା ବିସ୍ତାର କରିଥିବାରୁ ମୟୂରଭଞ୍ଜ ଜିଲାବାସୀ ଏହାକୁ ନେଇ ଆଶଙ୍କାରେ ରହିଛନ୍ତି। ଜିଲାର ମୋରଡ଼ା, ରାସଗୋବିନ୍ଦପୁର, ଶୁଳିଆପଦା, କୁଳିଅଣା ଓ ଝାରପୋଖରିଆ ବ୍ଲକ ପଶ୍ଚିମବଙ୍ଗ ସୀମାକୁ ଲାଗିଛି। ଦୁଇ ଦିନ ତଳେ ପୋଲିସ ମହାନିର୍ଦ୍ଦେଶକ ଅଭୟ ଚକାଶୁଳିଆପଦା ଗେଟ୍‌ଠାରେ ସ୍ଥିତି ସମୀକ୍ଷା କରିଥିଲେ। ଏହା ପରେ ଜିଲାର ସମସ୍ତ ସୀମାରେ ୪ ପ୍ଲାଟୁନ ପୋଲିସ ଫୋର୍ସ ପୂର୍ବରୁ ମୁତୟନ ହୋଇଥିବା ବେଳେ ଆଉ ୨ ପ୍ଲାଟୁନ ପୋଲିସ ଫୋର୍ସଙ୍କୁ ସୀମାରେ ନିୟୋଜିତ କରାଯାଇଛି। ତେବେ ସୀମା ସୁରକ୍ଷାକୁ ପୋଲିସ ଗୁରୁତ୍ୱ ଦେଉଥିବା ବେଳେ ସହରରେ ସୁରକ୍ଷା ବ୍ୟବସ୍ଥାକୁ ଭୁଲି ଯାଇଥିବା ଦେଖିବାକୁ ମିଳିଛି। ଜିଲାର ବିଭିନ୍ନ ଗ୍ରାମରେ ଅଧିକ ଗଳାବାଟ ରହୁଥିବାରୁ ଉକ୍ତ ରାସ୍ତା ଦେଇ ପଶ୍ଚିମବଙ୍ଗରୁ ଶ୍ରମିକମାନେ ଆସୁଥିବା ଅଭିଯୋଗ ହେଉଛି। ପ୍ରଶାସନ ଏହି ଦିଗ ପ୍ରତି ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବି ହେଉଛି। ଉଲ୍ଲେଖଯୋଗ୍ୟ ଯେ, କରୋନା ସନ୍ଦେହରେ ମୟୂରଭଞ୍ଜ ଜିଲାରୁ ୭୨୬ ଜଣ ସନ୍ଦିଗ୍ଧଙ୍କ ସ୍ବାବ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୭୨ ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଅବଶିଷ୍ଟ୨୫୪ ଜଣଙ୍କ ରିପୋର୍ଟ ଅପେକ୍ଷାରେ ଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌...

ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …

ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...

ଗଞ୍ଜାମ ଜିଲା ଭାଜପା  ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍‌ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri