ସଙ୍କଟରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା

ନୂଆଦିଲ୍ଲୀ,୧୪।୪: ଭାରତ ସମେତ ସାରା ବିଶ୍ୱ ଏବେ କରୋନା ଭୂତାଣୁ ବିରୋଧରେ ଲଢ଼େଇ ଜାରି ରଖିଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନେ ଆସୁଥିବାରୁ ସେମାନଙ୍କ ସୁରକ୍ଷା ବର୍ତ୍ତମାନ ସମୟରେ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ନିମନ୍ତେ ଅଧିକରୁ ଅଧିକ ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୟୁପମେଣ୍ଟ(ପିପିଇ) ବା ବ୍ୟକ୍ତିଗତ ସୁରକ୍ଷା ଉପକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ଦେଶରେ ଏବେ ସୁଦ୍ଧା ୯ହଜାରରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୦୦ରୁ ଊର୍ଦ୍ଧ୍ୱଙ୍କ ମୃତ୍ୟୁ ଘଟିଲାଣି। ପ୍ରଥମ ୧୦୦ଜଣ ସଂକ୍ରମିତ ପ୍ରାୟ ସହରାଞ୍ଚଳର ହୋଇଥିବାବେଳେ ଏବେ ଛୋଟ ଛୋଟ ସହର ଏବଂ ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ଲୋକ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ତେଣୁ ଏଭଳି ସ୍ଥିତିରେ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ସୁରକ୍ଷା ଉପକରଣର ଆବଶ୍ୟକତା ଜରୁରୀ ହୋଇପଡ଼ିଛି। ରାଜ୍ୟ ସରକାର ଏସବୁ ଉପରେ ବିଶେଷ ଧ୍ୟାନ ଦେଉଥିବା କହୁଥିବାବେଳେ ଆବଶ୍ୟକ ସଂଖ୍ୟକ ପିପିଇ ଯୋଗାଇବାରେ ବିଫଳ ହେଉଛନ୍ତି। ଫଳସ୍ବରୂପ କିଛି କିଛି ସ୍ଥାନରେ ଡାକ୍ତରମାନେ ରେନ୍‌କୋଟ୍‌ ଏବଂ ହେଲ୍‌ମେଟ ପିନ୍ଧି ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି। ଲକ୍ଷ୍ନୋର ଏକ ସରକାରୀ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଜଣେ ଡାକ୍ତରଙ୍କ କହିବା ହେଲା ବର୍ତ୍ତମାନ ଏକପ୍ରକାର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଆମେ ସମସ୍ତେ ଜଣେ ଜଣେ ସୈନିକ ଭାବେ ନିଜକୁ ଭାବିବା ଦରକାର। କିନ୍ତୁ ସରକାର ଆମ ଭଳି ସୈନିକଙ୍କୁ ବିନା ଅସ୍ତ୍ରରେ ଯୁଦ୍ଧ କ୍ଷେତ୍ରକୁ ପଠାଉଛନ୍ତି। ଆବଶ୍ୟକ ପରିମାଣର ପିିପିଇ କିଟ୍‌ ମିଳୁ ନ ଥିବା କାରଣରୁ ଆମେ ନିଜକୁ ସୁରକ୍ଷିତ ମଣୁ ନାହୁଁ ବୋଲି ଡାକ୍ତର ଜଣକ ପ୍ରକାଶ କରିଛନ୍ତି। ଦିଲ୍ଲୀ ଏବଂ ମୁମ୍ବାଇ ଭଳି ସହରରେ ଏବେ ଅନେକ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ସେମାନେ କାର୍ଯ୍ୟ କରୁଥିବା କିଛି ହସ୍ପିଟାଲ୍‌କୁ ଶଟ୍‌ଡାଉନ ମଧ୍ୟ କରିଦିଆଗଲାଣି। ତେଣୁ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଆବଶ୍ୟକ ହୋଇପଡ଼ିଛି। ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ବ୍ୟତୀତ ସେମାନଙ୍କୁ କ୍ଷେତ୍ରାଞ୍ଚଳରେ ଆକ୍ରାନ୍ତଙ୍କୁ ଚିହ୍ନଟ କରିବାରେ ସହଯୋଗ ଏବଂ କ୍ୱାରାଣ୍ଟାଇନ ସେଣ୍ଟର ପରିଚାଳନା କେନ୍ଦ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ସଂସ୍ଥା ପାଇଁ ମଧ୍ୟ ପିପିଇ ଜରୁରୀ ହୋଇଯାଇଛି।
ଅପରପକ୍ଷରେ ଲକ୍‌ଡାଉନ୍‌ ସମୟରେ ପୋଲିସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି। ସେମାନେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି। ନିକଟରେ ଜଣେ କରୋନା ସଂକ୍ରମିତ କ୍ୱାରାଣ୍ଟାଇନ ସେଣ୍ଟରରୁ ଖସି ପଳାଇଥିଲେ। ତାଙ୍କୁ ପୋଲିସ ଖୋଜାଖୋଜି କରି କାବୁ କରିଥିଲା। ତେଣୁ ସମୟ ସମୟରେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ପୋଲିସକୁ ଆସିବାକୁ ମଧ୍ୟ ପଡ଼ୁଛି। ବର୍ତ୍ତମାନ ସ୍ଥିତିରେ ପୋଲିସଙ୍କୁ ଯେତିକି ପରିମାଣରେ ପିପିଇ ଯୋଗାଇ ଦିଆଯାଉଛି ତାହା ପର୍ଯ୍ୟାପ୍ତ ହେଉ ନାହିଁ ବୋଲି ଉତ୍ତରପ୍ରଦେଶର ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଏବଂ ପୋଲିସଙ୍କ ବ୍ୟତୀତ ଜରୁରିକାଳୀନ ସେବାରେ ନିୟୋଜିତ ହେଉଥିବା କର୍ମଚାରୀଙ୍କୁ ସୁରକ୍ଷା ଉପକରଣ ଯୋଗାଇବା ଆବଶ୍ୟକ ବୋଲି କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି। ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଏନେଇ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ଜଣାଇଛନ୍ତି। ବର୍ତ୍ତମାନ ସ୍ଥିତିରେ ଭାରତରେ ସର୍ବନିମ୍ନ ୧୦ଲକ୍ଷ ପିପିଇ କିଟ୍‌, ୪କୋଟି ଏନ୍‌-୯୫ ମାସ୍କ, ୨କୋଟି ସର୍ଜିକାଲ୍‌ ମାସ୍କ ଏବଂ ୧୦ଲକ୍ଷ ଲିଟର ସାନିଟାଇଜର ଆବଶ୍ୟକ ବୋଲି ପିପିଇ ପ୍ରସ୍ତୁତ କରୁଥିବା ସରକାରଙ୍କ ପରିଚାଳିତ ଏଚ୍‌ଏଚ୍‌ଏଲ୍‌ ଲାଇଫ୍‌ କେୟାର ଲିମିଟେଡ୍‌ ପକ୍ଷରୁ କୁହାଯାଇଛି। ତେବେ ଇତିମଧ୍ୟରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗତ ୯ତାରିଖରେ ୧କୋଟି ୭୦ଲକ୍ଷ ପିପିଇ କିଟ୍‌ ବରାଦ ଦିଆଯାଇଛି, ଯାହାକି ଏଚ୍‌ଏଲ୍‌ଏଲ୍‌ ଲାଇଫ୍‌ କେୟାର ଆକଳନଠାରୁ ଯଥେଷ୍ଟ ଅଧିକ। ଆଉ ଏହା ପ୍ରସ୍ତୁତ କରିବା ପାଇଁ ୨୦ଟି ଘରୋଇ ଉଦ୍ୟୋଗକୁ ଦାୟିତ୍ୱ ଦିଆଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ ଏତେ ସଂଖ୍ୟକ ପିପିଇ ପ୍ରସ୍ତୁତ କେବେ ହେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ଗତ ୩୦ତାରିଖରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, କିଟ୍‌ ଯୋଗାଣକାରୀ ସଂସ୍ଥା ଦିନକୁ ମାତ୍ର ୧୫ହଜାର କିଟ୍‌ ପ୍ରସ୍ତୁତ କରିପାରିବେ। ଆଉ ଏହି କିଟ ପ୍ରସ୍ତୁତ କରିବାକୁ ସିଙ୍ଗାପୁର, ଚାଇନାର କିଛି ସଂସ୍ଥାକୁ ମଧ୍ୟ ବରାଦ ଦିଆଯାଇଛି। ତେଣୁ ବର୍ତ୍ତମାନ ପରିସ୍ଥିତିରେ କରୋନା ଭୂତାଣୁର ଭୟାବହତା ଏବଂ ସଂକ୍ରମଣକୁ ଦୃଷ୍ଟିରେ ରଖି ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଏବଂ ଜରୁରୀ ସେବା ପ୍ରଦାନ କରୁଥିବା କର୍ମଚାରୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ପିପିଇ କିଟ୍‌ ଯୋଗାଇଦେବା ଜରୁରୀ ହୋଇପଡ଼ିଛି। ଅନ୍ୟଥା ସେମାନଙ୍କ ଜୀବନ ସଙ୍କଟରେ ପଡ଼ିଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୨ ମହିଳାଙ୍କ ସମେତ ୭ ନକ୍ସଲ ସଫା

ରାୟପୁର,୩୦।୪: ଛତିଶଗଡର ନାରାୟଣପୁର ଏବଂ କାଙ୍କରେ ସୀମାରେ ସୁରକ୍ଷା ବାହିନୀ ଦ୍ୱାରା ହୋଇଥିବା ଏନକାଉଣ୍ଟରରେ ୭ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ନାରାୟଣପୁର ଆବୁଜମାଡ ଜଙ୍ଗଲରେ...

ରାମଦେବଙ୍କ ପ୍ରତି ନରମ ମନୋଭାବ ଦେଖାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୪: ଏଲୋପାଥି ବିରୋଧରେ ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଏକ ଶୁଣାଣି ହୋଇଥିଲା। ପତଞ୍ଜଳି ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ବାବା ରାମଦେବ ଏବଂ...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ହଟାଗଲା ୟାସିନ ମଲିକ, ମନମୋହନ ସିଂଙ୍କ ଫଟୋ ଥିବା ପୋଷ୍ଟର, କଂଗ୍ରେସକୁ ଭୋଟ ଦେବାକୁ କରାଯାଇଥିଲା ଅପିଲ

ନୂଆଦିଲ୍ଲୀ,୩୦।୪: ଆତଙ୍କବାଦ ପାଣ୍ଠି ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ (ଜେ.କେ.ଏଲ.ଏଫ) ମୁଖ୍ୟ ୟାସିନ ମଲିକଙ୍କ ପୋଷ୍ଟରକୁ ଦିଲ୍ଲୀ ପୋଲିସ ହଟାଇ...

ସିକ୍ରେଟ ଖୋଲିଲେ ମୋଦି

ନୂଆଦିଲ୍ଲୀ,୩୦।୪: ଲୋକ ସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲାକୋଟ ଏୟାର ଷ୍ଟ୍ରାଇକ ସମ୍ପର୍କରେ ଏକ କାହାଣୀ ପ୍ରକାଶ କରିଛନ୍ତି। ୨୦୧୯ ବାଲାକୋଟ ଏୟାର...

କୋଟିପତି କଳ୍ପନା, ସ୍ବାମୀଙ୍କ ଅପେକ୍ଷା ରହିଛି ୪ ଗୁଣା ଅଧିକ ସମ୍ପତ୍ତି

ରାଞ୍ଚି,୩୦।୪: ଝାଡ଼ଖଣ୍ଡର ଗାଂଡେୟ ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ହେମନ୍ତ ସୋରେନଙ୍କ...

ପ୍ରିୟଙ୍କା ରାୟବରେଲିରୁ, ରାହୁଲ ଆମେଠିରୁ ଲଢିବେ ନାହିଁ ନିର୍ବାଚନ, ରହିଛି ଏହି କାରଣ

ନୂଆଦିଲ୍ଲୀ,୩୦।୪: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଆମେଠୀ ଏବଂ ରାୟବରେଲି ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ...

କେଜ୍‌ରିଓ୍ବାଲ, ଆତିଶୀଙ୍କ ନାଁରେ ମାନହାନି ମାମଲା

ନୂଆଦିଲ୍ଲୀ,୩୦।୪: ଭାଜପା ଓ ଏହାର ସଦସ୍ୟମାନଙ୍କୁ ଅପମାନିତ କରିଥିବା ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଓ ମନ୍ତ୍ରୀ ଆତିଶୀଙ୍କ ବିରୋଧରେ ସୋମବାର ଦିଲ୍ଲୀର ଏକ ଅଦାଲତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri