‘ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ, ବିକ୍ରୟ ବ୍ୟବସ୍ଥା ଜାରି ରଖ’

ଭୁବନେଶ୍ୱର,୯ା୪(ବ୍ୟୁରୋ): ମହାମାରୀ କରୋନା ଜନସାଧାରଣଙ୍କ ଜନଜୀବନକୁ ବହୁଳ ଭାବେ ପ୍ରଭାବିତ କରିଛି। ବିଶେଷକରି ଅନୁସୂଚିତ ଜନଜାତି(ଏସ୍‌ଟି) ବର୍ଗ ବହୁଳ ଭାବେ ପ୍ରଭାବିତ ହେଉଛନ୍ତିି। ଜଙ୍ଗଲରେ ମିଳୁଥିବା ବିଭିନ୍ନ ଲଘୁଦ୍ରବ୍ୟ ଉତ୍ତୋଳନ ପ୍ରାୟତଃ ଏହି ସମୟରେ ହୋଇଥାଏ। ଜନଜାତିମାନଙ୍କ ଦ୍ୱାରା ମହୁ, ନିମ୍ବ ମଞ୍ଜି, ତେଜପତ୍ର, ମହୁଆ ମଞ୍ଜି, ଶାଳପତ୍ର, କରଞ୍ଜ ମଞ୍ଜି ଓ ଅନ୍ୟାନ୍ୟ ଦ୍ରବ୍ୟ ସଂଗୃହୀତ ହୋଇଥାଏ। ହେଲେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କରାଯାଇଥିବା ଲକ୍‌ଡାଉନ ଏଥିରେ ବାଧା ସୃଷ୍ଟି କରିଛି। ଗତ ୬ ତାରିଖରେ ୧୫ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଦ୍ୱାରା ଚିଠି ଲେଖାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଆଦିବାସୀମାନଙ୍କ ଜୀବିକାର୍ଜନରେ ପ୍ରଧାନମନ୍ତ୍ରୀ ବନ ଧନ ଯୋଜନା(ପିଏମ୍‌ଭିଡିୱାଇ) ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଦେଶର ୧୨୦୫ ପିଏମ୍‌ଭିଡିୱାଇ କେନ୍ଦ୍ର ଦ୍ୱାରା ୩ ଲକ୍ଷ ୬୦ ହଜାର ଆଦିବାସୀ ଏକାଠି ହୋଇ କାର୍ଯ୍ୟ କରିବା ସହ ଜୀବିକାର୍ଜନ କରିପାରିଥାନ୍ତି। କରୋନା ଦ୍ୱାରା ଏ ସବୁ କାର୍ଯ୍ୟ ବହୁଳ ଭାବେ ପ୍ରଭାବିତ ହୋଇଛି। ତେଣୁ ଜନଜାତିମାନେ ଯେପରି ସୁରୁଖୁରୁରେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରିପାରିବେ, ସେଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦିଅନ୍ତୁ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ସେହିଭଳି ନିର୍ଦ୍ଦିଷ୍ଟଭାବେ ରାଜ୍ୟ ସରକାର ସ୍ବତନ୍ତ୍ର ନୋଡାଲ ଏଜେନ୍ସି ଜରିଆରେ ଏହି ଲଘୁ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରନ୍ତୁ। ଏଥିସହିତ ସଂଗ୍ରହ କରୁଥିବା ବର୍ଗକୁ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ପ୍ରଦାନ କରନ୍ତୁ। ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ପାଇଁ ପ୍ରାୟ ୪୬୨୧.୧୭ କୋଟି ଟଙ୍କାର ଅନୁଦାନ ରହିଥିବା ଜଣାପଡ଼ିଛି। ଏଥିପାଇଁ ଅଧିକ ଅର୍ଥ ଆବଶ୍ୟକ ପଡ଼ିଲେ ମନ୍ତ୍ରଣାଳୟ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।
ଆଦିବାସୀମାନଙ୍କ ଆର୍ଥିକ, ସାମାଜିକ ଜୀବନ ଉପରେ ଗବେଷଣା କରୁଥିବା ଚିତ୍ତରଞ୍ଜନ ପାଣି କୁହନ୍ତି ଯେ, ଲକ୍‌ଡାଉନ ଯୋଗୁ ସାପ୍ତାହିକ ହାଟ ବନ୍ଦ ରହିିଛି। ଦ୍ରବ୍ୟ ସଂଗ୍ରହ ହେବା ପରେ ତାହାର ବିକ୍ରୟ ପାଇଁ ତୃଣମୂଳସ୍ତରେ ବ୍ୟବସ୍ଥା ରହିବା ଆବଶ୍ୟକ। ଏହି କାର୍ଯ୍ୟ କରିବା ପାଇଁ ୧୨୦୦ରୁ ଅଧିକ ସଂଗ୍ରହକାରୀ ସଂସ୍ଥା ବିପଣନ ନିଗମ ଦ୍ୱାରା ଚିହ୍ନଟ ହୋଇଛନ୍ତି। ଏହି ସଂସ୍ଥାଗୁଡ଼ିକ ସହଯୋଗରେ ତୁରନ୍ତ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୟ କରାଯାଉ ବୋଲି ଚିତ୍ତରଞ୍ଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ଚୋରି ରୋକିବାକୁ ସୀମା ସିଲ୍‌, ଏସ୍‌ପିଙ୍କୁ ଚିଠି ଲେଖି ଜିଲାପାଳ କହିଲେ…

ବାରିପଦା,୧୯ା୧୨: ଧାନ ଚୋରି ରୋକିବାକୁ ମୟୂରଭଞ୍ଜ ସୀମାରେ ଚେକ ପୋଷ୍ଟ କରାଯିବ। ଏଠାରେ ଚେକ୍‌ ପୋଷ୍ଟ ଲଗାଇବାକୁ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି ଜିଲାପାଳ। ଉକ୍ତ ଚିଠିରେ...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ତହସିଲଦାରଙ୍କୁ ମିଳିଲା ପୁରୁଣା ଜମି କାଗଜପତ୍ର ମ୍ୟୁଟେସନ୍ କ୍ଷମତା; SOP ଜାରି କଲା ରାଜସ୍ୱ ବିଭାଗ

ଭୁବନେଶ୍ୱର,୧୯ା୧୨: ଜମିଜମା ସମ୍ବନ୍ଧୀୟ ଦୀର୍ଘ ଦିନର ମାମଲାକୁ ହ୍ରାସ କରିବା ପାଇଁ ଓଡ଼ିଶା ରାଜସ୍ୱ ବିଭାଗ ଏକ ବଡ଼ ପ୍ରଶାସନିକ ସଂସ୍କାର ଆଣିଛି। ପୁରୁଣା ପଞ୍ଜୀକୃତ...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ସ୍କୁଲରେ ପାଳନ ହେବନି ଶିଶୁଦିବସ, ଗୁରୁଦିବସ! ସରକାରଙ୍କୁ ଏପରି ଦାବି କଲେ ଶିକ୍ଷକ

ଭୁବନେଶ୍ୱର,୧୯ା୧୨: ୨୦୨୬ ମସିହା ପାଇଁ ପ୍ରକାଶ ପାଇଥିବା ବିଦ୍ୟାଳୟର ବାର୍ଷିକ ଛୁଟି ତାଲିକାରେ ଗୁରୁ ଦିବସ ଏବଂ ଶିଶୁ ଦିବସକୁ ‘ପାଳନୀୟ ଦିବସ’ ଭାବେ ସ୍ଥାନ...

ଘର ଲିପୁଥିଲେ ମହିଳା, ମାଡ଼ିଗଲା ଟ୍ରାକ୍ଟର, ଚାପି ହୋଇ…

ଚାନ୍ଦବାଲି,୧୯ା୧୨(ଅଶୋକ କୁମାର ପଣ୍ଡା): ଘର ଉପରେ ମାଡ଼ିଗଲା ଟ୍ରାକ୍ଟର। ଫଳରେ ଜଣେ ମହିଳା ଟ୍ରାକ୍ଟର ତଳେ ଚାପିହୋଇ ଗୁରୁତର ହୋଇଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି...

ଅଡ଼ୁଆରେ ମୋହନ ସରକାର: ତରବରିଆ ନିଷ୍ପତ୍ତି ବଢାଇଲା ଟେନ୍‌ସନ୍‌

ଭୁବନେଶ୍ୱର,୧୯।୧୨(ରବିନାରାୟଣ ଜେନା):ବିଧାନସଭାର ଶୀତକାଳୀନ ଅଧିବେଶନରେ ରାଜ୍ୟ ସରକାର ବିଧାୟକ, ମନ୍ତ୍ରୀ, ବାଚସ୍ପତି ଏବଂ ଉପବାଚସ୍ପତିଙ୍କ ଦରମା ବଢ଼ାଇବା ପାଇଁ ଯେଉଁ ବିଧେୟକ ଗୃହୀତ କରିଥିଲେ ତାହା...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri