ଧାଡ଼ିରେ କଟୁଛି ଓଳିଏ

କାମାକ୍ଷାନଗର, ୧୪।୩(ଡି.ଏନ.ଏ.)

‘ବୟସ ୬୦ ଛୁଇଁଲାଣି। ହାଇ ବ୍ଲଡ୍‌ପ୍ରେସର। ମାସକୁ ଦୁଇଧରି ଆସି ପରୀକ୍ଷା କରିବାକୁ ଡାକ୍ତର କହିଛନ୍ତି। ଡାକ୍ତରଖାନାରୁ ଘର ୧୫କିମି ଦୂର। ଶୁକ୍ରବାର ଭୋର୍‌ ୫ଟାରୁ ବସ୍‌ରେ ଆସି ୮ଟାରୁ ଛିଡ଼ା ହୋଇଛି। ରୋଗଣା ଦେହ। ଭାରି ଦରଜ ହେଉଛି। ମୁଣ୍ଡ ଘୂରାଉଛି। ଧାଡ଼ିରେ ଛିଡ଼ା ହେବା ଛଡ଼ା ଆଉ କିଛି ଉପାୟ ନାହିଁ। ନମ୍ବର ଆସିଲେ ଡାକ୍ତରଙ୍କୁ ଦେଖାଇବି।’ ଏହା ହେଉଛି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ଆସିଥିବା ପରଜଙ୍ଗ ବ୍ଲକ ବସୋଇ ଗ୍ରାମର ବୃଦ୍ଧା ଜାତକ ସାହୁଙ୍କ ନୀରବ ଯନ୍ତ୍ରଣାର କଥା। ଏହା ବଖାଣିବା ବେଳକୁ ତାଙ୍କ ମୁହଁରେ ବାରି ହୋଇପଡୁଥିଲା ଅନେକ ବ୍ୟସ୍ତତା। କେବଳ ଜାତକ ନୁହନ୍ତି, ଡାକ୍ତର ଏବଂ ଆନୁଷଙ୍ଗିକ ଭିତ୍ତିଭୂମି ଅଭାବ ଯୋଗୁ ଏଠାରେ ଦୈନିକ ଶତାଧିକ ରୋଗୀ ସମାନ ସମସ୍ୟା ଭୋଗୁଛନ୍ତି। ଡାକ୍ତରଙ୍କୁ ଅପେକ୍ଷା କରି ସେମାନଙ୍କ ଓଳିଏ କଟୁଛି, ଯାହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଉପଖଣ୍ଡର ଲକ୍ଷାଧିକ ଜନସାଧାରଣଙ୍କ ସ୍ବାସ୍ଥ୍ୟସେବାର ପ୍ରମୁଖ ପେଣ୍ଠସ୍ଥଳ ଏହି ଚିକିତ୍ସାଳୟ ଏବେ ମୁରବୀବିହୀନ ହୋଇପଡ଼ିଛି। କାମାକ୍ଷାନଗର, ଭୁବନ, ପରଜଙ୍ଗ, କଙ୍କଡ଼ାହାଡ଼ ବ୍ଲକ ସମେତ ସୀମାନ୍ତ କେନ୍ଦୁଝର ଜିଲାର ତେଲକୋଇ ବ୍ଲକବାସୀ ଏହା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଏଠାକୁ ଦୈନିକ ୫୦୦ରୁ ଊର୍ଦ୍ଧ୍ୱ ରୋଗୀ ଆସୁଛନ୍ତି। କେବଳ ବର୍ହି ବିଭାଗ ରୋଗୀସଂଖ୍ୟା ୩୫୦ ଟପୁଛି। କର୍ମଚାରୀ ଅଭାବରୁ ଏତେ ସଂଖ୍ୟାରେ ରୋଗୀଙ୍କୁ ଠିକ୍‌ ଭାବେ ସ୍ବାସ୍ଥ୍ୟସେବା ଯୋଗାଇବା ଅସମ୍ଭବ ହୋଇପଡୁଛି।
ଉପଖଣ୍ଡ ଚିକିତ୍ସାଧିକାରୀ ପଦବୀକୁ ବାଦ୍‌ଦେଲେ ଭେଷଜ, ଚକ୍ଷୁ, ଅସ୍ଥିଶଲ୍ୟ, ଶିଶୁ, ସର୍ଜରି, ନିଦାନ ବିଭାଗ ବିଶେଷଜ୍ଞ, ଏକ୍ସ-ରେ ଟେକ୍ନିସିଆନ ପଦବୀ ବର୍ଷ ବର୍ଷ ଧରି ପୂରଣ ହେଉନାହିଁ। ଏଠାରେ ନିଯୁକ୍ତି ପାଇଥିବା ଶଲ୍ୟ ବିଶେଷଜ୍ଞ ଏବଂ ନିଶ୍ଚେତକ ବିଭାଗର ଡାକ୍ତର ଡେପୁଟେଶନରେ ଅନ୍ୟତ୍ର କାମ କରୁଛନ୍ତି। ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ, ଦନ୍ତ ଚିକିତ୍ସକ ଏବଂ ୩ ବରିଷ୍ଠ ଚିକିତ୍ସକ ସ୍ବାସ୍ଥ୍ୟସେବା ସମ୍ଭାଳୁଛନ୍ତି। ୧୭ଜଣ ଡାକ୍ତରଙ୍କ ବଦଳରେ ଏବେ ଏଠାରେ ଅଛନ୍ତି ମାତ୍ର ୬। ଡାକ୍ତରଖାନାରେ ପାଦ ରଖୁରଖୁ ଶୁଣିବାକୁ ମିଳୁଛି କେବଳ ଗୋଟିଏ ଶବ୍ଦ ‘ନାହିଁ’। ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ରୋଗୀଙ୍କୁ କେହି ଆହା କରୁନାହାନ୍ତି। ଫଳରେ ଏଠାକୁ ଆସିବା ଅପେକ୍ଷା ବେସରକାରୀ ଚିକିତ୍ସାଳୟକୁ ଯିବାକୁ ରୋଗୀମାନେ ବେଶି ପସନ୍ଦ କରୁଛନ୍ତି। ଅପରପକ୍ଷେ ସ୍ବାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମିର ବିକାଶ କରିବା ଦିଗରେ ସରକାର ଆନ୍ତରିକତା ଦେଖାଉନାହାନ୍ତି। ଶବ ସଂରକ୍ଷଣ ଗୃହ, ଡାଇରିଆ ଓ୍ବାର୍ଡ ପ୍ରକୋଷ୍ଠ ନାହିଁ। ବିଶେଷଜ୍ଞ ଏବଂ ଟେକ୍ନିସିଆନ ନ ଥିବାରୁ ଦାମୀ ଯନ୍ତ୍ରପାତି ଖତ ଖାଉଛି। ଅନେକ ସମୟରେ ସାଧାରଣ ରୋଗୀ, ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରମାନେ ପରୀକ୍ଷା ନ କରି ଅନ୍ୟତ୍ର ପଠାଇ ଦେଉଥିବା ଅଭିଯୋଗ ହେଉଛି।
ଏ ନେଇ ସିଡିଏମ୍‌ଓ ଡା. ନିରଞ୍ଜନ ମିଶ୍ର କୁହନ୍ତି, କେବଳ କାମାକ୍ଷାନଗରରେ ନୁହେଁ, ସବୁଆଡ଼େ ଡାକ୍ତର ସମସ୍ୟା ରହିଛି। ସେଠାରେ ଅତିକମ୍‌ରେ ୩ଜଣ ଡାକ୍ତରଙ୍କୁ ନିଯୁକ୍ତି ପାଇଁ ସ୍ବାସ୍ଥ୍ୟ ବିଭାଗକୁ ଲେଖାଯାଇଥିଲା। ହେଲେ ଜଣଙ୍କୁ ନିଯୁକ୍ତି ମିଳିଛି। ସେ ମାସେ ମଧ୍ୟରେ ଯୋଗଦେଇପାରନ୍ତି। ସେହିପରି ରେଡିଓଗ୍ରାଫର ଟେକ୍ନିସିଆନ ପଦବୀ ପୂରଣ ଲାଗି ପ୍ରକ୍ରିୟା ଚାଲୁ ରହିଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri