ରାଜଧାନୀରେ ଦେହ ଦଲାଲ ସକ୍ରିୟ

ଭୁବନେଶ୍ୱର,୬।୩(ବ୍ୟୁରୋ): ରାଜଧାନୀରେ କମିଶନରେଟ ପୋଲିସ ଦେହ ବ୍ୟବସାୟୀ ରୋକିବାକୁ ନେଇ ପ୍ରାଣପକ୍ଷେ ଉଦ୍ୟମ ଚଳାଇଛି। ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ଚଢ଼ାଉ କରିବା ସହ ଅନେକ ଦଲାଲ ଏବଂ ବେପାରୀଙ୍କୁ ଧରିବାରେ ସକ୍ଷମ ମଧ୍ୟ ହୋଇଛି। ତଥାପି କେତେଜଣ ଦଲାଲ ଏଥିରୁ ନିବୃତ୍ତ ନ ରହି ନୂଆ ଉପାୟ ଖୋଜି ବେପାର ଚଳାଇଛନ୍ତି। ଏଭଳି ଜଣେ ଦଲାଲ ଗୁରୁବାର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ ଜଣେ ଗ୍ରାହକଙ୍କୁ ବଙ୍ଗୀୟ ଯୁବତୀ ଯୋଗାଇବା ସମୟରେ ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ହାତରେ ଧରାପଡିଛନ୍ତି। ଗିରଫ ଦଲାଲ ଜଣଙ୍କ ହେଲେ ଚନ୍ଦକା ଥାନା ମଳିପଡା, ଗୋଠପାଟଣା ଅଞ୍ଚଳର ପ୍ରଶାନ୍ତ କୁମାର ପ୍ରଧାନ ଓରଫ ବୁଲୁ (୩୨)। ତାଙ୍କ ବିରୋଧରେ ଏସ୍‌ଟିଏଫ କେସ୍‌ ନଂ-୭/୨୦ ଦଫା ୪/୫ ଆଇଟିପି ଆକ୍ଟ ଏବଂ ୩୭୦(୩), ୪୬୭,୪୭୧,୧୨୦(ବି)୩୪ ଲଗାଇ କୋର୍ଟ ଚାଲାଣ କରିଛି। ତାଙ୍କ ନିକଟରୁ ବୁଲେଟ (ଓଡି-୩୩-ଜେଡ୍‌-୭୭୪୮) ଜବତ କରିବା ସହ ଦୁଇ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ତେବେ ଏହି କାର୍ଯ୍ୟରେ ପୂର୍ବରୁ ଗିରଫ ହୋଇଥିବା ପଞ୍ଚାନନ ପାଢୀ ଏବଂ ତାଙ୍କ ସ୍ତ୍ରୀ ପ୍ରୀତିଙ୍କ ଅଧୀନରେ କାର୍ଯ୍ୟ କରନ୍ତି ବୋଲି ବୁଲୁ ସ୍ବୀକାର କରିଛନ୍ତି। ଏହି ମାମଲାରେ ଏସ୍‌ଟିଏଫ ୬ ଦଲାଲ ଗିରଫ କରିବା ସହ ୧୧ଜଣ ଯୁବତୀଙ୍କୁ ଉଦ୍ଧାର କଲାଣି।
ପୁଣି ସହରମୁହଁା ଦେହଜୀବୀ, ଦଲାଲ
ଏସ୍‌ଟିଏଫ୍‌ ବାଂଲାଦେଶୀ ଯୁବତୀ ଚାଲାଣ ମାମଲାରେ ଅଞ୍ଜଳି ଏବଂ ଇବ୍ରାହିମ୍‌କୁ ଗିରଫ କରିବା ପରେ ଦେହ ଦଲାଲ ଓ ଦେହଜୀବୀଙ୍କ ମଧ୍ୟରେ ଛନକା ପଶିଥିଲା। ତେଣୁ ସେମାନେ ରାଜଧାନୀ ଛାଡି ଅନ୍ୟତ୍ର ଫେରାର ହୋଇଯାଇଥିଲେ। ସମସ୍ତ ଦେହଜୀବୀ ନିଜର ଧନ୍ଦା ବନ୍ଦ କରି ରାଜଧାନୀ ଛାଡି ଦେଇଥିଲେ। ହେଲେ ମାମଲା ଥମିଯିବା ପରେ ପୁଣି ଏବେ ସକ୍ରିୟ ହୋଇ ଉଠିଛନ୍ତି ଦେହ ଦଲାଲ। ସେମାନେ ରାଜଧାନୀ ଛାଡ଼ିଥିବା ରୂପଜୀବୀଙ୍କୁ ପୁଣି ସହରକୁ ଆଣି ଦେହ ବ୍ୟବସାୟରେ ଲଗାଉଛନ୍ତି।
୨ ଓ୍ବେବ୍‌ସାଇଟ୍‌ରେ ବୁକ୍‌ ହେଉଥିଲା ଗ୍ରାହକ
ଏହି ରାକେଟରେ ଥିବା ଦେହ ଦଲାଲ ଦୁଇଟି ଓ୍ବେବ୍‌ ସାଇଟ୍‌ ଖୋଲିଛନ୍ତି। ଏହି ଓ୍ବେବ୍‌ ସାଇଟ ଦ୍ୱାରା ଗ୍ରାହକ ବୁକ୍‌ ହୋଇଥାଏ। ଓ୍ବେବ୍‌ ସାଇଟ୍‌ରେ ଦେହଜୀବୀଙ୍କ ଫଟୋ ଦିଆଯିବା ସହ ଫଟୋ ତଳେ ଯୁବତୀଙ୍କର ରେଟ୍‌ ଲେଖାଯାଇଥାଏ। ଗ୍ରାହକ ନିଜ ଇଚ୍ଛାମୁତାବକ ଯୁବତୀ ଚୟନ କରିବା ପରେ ଉକ୍ତ ଓ୍ବେବ୍‌ ସାଇଟରେ ନିଜର ଫୋନ୍‌ ନମ୍ବର ଦେଇ ବୁକ୍‌ କରିଥାନ୍ତି। ଏହାପରେ ଦଲାଲ ସେହି ଫୋନ୍‌ ନମ୍ବର ଅଧାରରେ ଗ୍ରାହକଙ୍କ ସହ ଯୋଗାଯୋଗ କରନ୍ତି। ଗ୍ରାହକ କହିଥିବା ସମୟ ଏବଂ ସ୍ଥାନ ଅନୁସାରେ ଦଲାଲ ଯୁବତୀଙ୍କୁ ପଠାଉଥିଲେ। ଏ ନେଇ ଏସ୍‌ଟିଏଫ୍‌ ଏହି ଦୁଇଟି ଓ୍ବେବ୍‌ ସାଇଟ୍‌ ଚିହ୍ନଟ କରିବା ପରେ ଏହାକୁ ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରୁତ୍ଥିବା ଏସ୍‌ଟିଏଫ୍‌ର ଜଣେ ଅଧିକାରୀ କହିଛନ୍ତି।
ଦେହ ବେପାର ପାଇଁ ଅଫିସ
ଓ୍ବେବ୍‌ ସାଇଟ୍‌ ଖୋଲିବା ସହ ଦଲାଲମାନେ ଏକ ଅଫିସ ଖୋଲିଥିଲେ। ସେହି ଅଫିସରେ ଜଣେ ଯୁବତୀଙ୍କୁ ରଖି ଗ୍ରାହକଙ୍କୁ ଫୋନ୍‌ କରିବା ପାଇଁ କହିଥାନ୍ତି। ସେମାନଙ୍କୁ ଅନ୍‌ଲାଇନରେ ଗ୍ରାହକଙ୍କ ନମ୍ବର ମିଳିବା ତାଙ୍କ ସହ ଅଫିସରେ ଥିବା ଯୁବତୀ ଯୋଗାଯୋଗ କରନ୍ତି। ଦେହଜୀବୀଙ୍କ ବିଷୟରେ କହିବା ସହ ତାଙ୍କର ଦାମ ବିଷୟରେ ଜଣାଇଥାନ୍ତି। କେତେ ଦିନ ପାଇଁ ନେବ ବୋଲି ଏହି ଯୁବତୀ ଜଣଙ୍କ ପଚାରିଥାନ୍ତି। ଏପରିକି ପେଡ୍‌ ଗାର୍ଲଫ୍ରେଣ୍ଡ ମିଳିବ ବୋଲି କହିଥାନ୍ତି। ଏହି ଅଫିସରେ ଥିବା ଯୁବତୀ ଗ୍ରାହକଙ୍କୁ ଠିକ୍‌ କରିବା ପରେ ଦଲାଲଙ୍କୁ ତାଙ୍କ ନମ୍ବର ଦେଇ ଦିଅନ୍ତି। ଗ୍ରାହକ କହିବା ସ୍ଥାନରେ ଯୁବତୀଙ୍କୁ ଘରୋଇ ଟ୍ୟାକ୍ସିରେ ପଠାଇଥାନ୍ତି।

କିଭଳି ଧରାପଡ଼ିଲେ ବୁଲୁ
ମାମଲା ଥମିଯିବା ଭାବି ଫେରାର ଥିବା ବୁଲୁ ଦୁଇ ସପ୍ତାହ ହେବ ରାଜଧାନୀକୁ ଆସି ପୁଣି ଯୁବତୀଙ୍କୁ ଆଣି ଦେହ ବେପାର କରୁଥିଲେ। ଏପରିକି ତାଙ୍କ ଉପରେ ଏସ୍‌ଟିଏଫ୍‌ର ନଜର ନ ଥିବା ସେ ଭାବିଥିଲେ। ସବୁଥର ଭଳି ଯୋଗାଡ଼ ହୋଇଥିବା ଗ୍ରାହକ ନିକଟକୁ ଦୁଇ ଯୁବତୀଙ୍କୁ ନେଇ ବୁଲୁ ଏକ ଘରୋଇ ଟ୍ୟାକ୍ସିରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟକୁ ଯାଇଥିଲେ। ହେଲେ ପୂର୍ବରୁ ଏସ୍‌ଟିଏଫ୍‌ ତାଙ୍କ ଉପରେ କଡ଼ା ନଜର ରଖିଥିଲା। ସେ ଗ୍ରାହକଙ୍କୁ ଯୁବତୀ ଦେବା ସମୟରେ ଏସ୍‌ଟିଏଫର ଏକ ଟିମ୍‌ ଚଢ଼ାଉ କରି ବୁଲୁଙ୍କୁ ଗିରଫ କରିଥିଲା।
ଅନ୍‌ଲାଇନ୍‌ରେ ହୁଏ ଟ୍ରାଞ୍ଜାକ୍ସନ୍‌
ଦଲାଲମାନେ ଏବେ ଅନ୍‌ଲାଇନରେ ଗ୍ରାହକଙ୍କ ଠାରୁ ଟଙ୍କା ସଂଗ୍ରହ କରନ୍ତି। ଏପରିକି ଓ୍ବେବ୍‌ ସାଇଟ୍‌ରୁ ମିଳିଥିବା ଗ୍ରାହକ ଠିକ ହେବା ପରେ ତାଙ୍କୁ ଅନ୍‌ଲାଇନରେ ଅଧା ଟଙ୍କା ପୈଠ କରିବାକୁ କହିଥାନ୍ତି। ଯୁବତୀଙ୍କୁ ନେବା ସମୟରେ ବାକି ଟଙ୍କା ଦଲାଲଙ୍କ ହାତରେ ଦେଇଥାନ୍ତି। ଏହାସହ ଦଲାଲ ଖୋଲିଥିବା ଅଫିସରେ ଥିବା ଯୁବତୀ ଗ୍ରାହକ ଠିକ୍‌ କରିବା ପରେ ତାଙ୍କୁ ଗୁଗୁଲ ପେ, କିମ୍ଭା ଅନ୍ୟ ଅନ୍‌ଲାଇନ୍‌ ମାଧ୍ୟମରେ ଅଧା ଟଙ୍କା ପୈଠ କରିବାକୁ କହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ମୋହନ ଚରଣ ମାଝିଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର, ପ୍ରତିବାଦରେ ଥାନା ସମ୍ମୁଖରେ ବସିଲେ ଧାରଣା

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବିଧାୟକ ତଥା ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝିଙ୍କୁ ସଦର ଥାନା ଆଇଆଇସିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଥାନା...

ବ୍ରିଜ୍‌ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ଉପରୁ ବୁଧବାର ଖରାବେଳେ ଜଣେ ଦଶମ ଶ୍ରେଣୀ ଛାତ୍ର ନାହିଁ କାଉଡ଼ିଆ ନଦୀରେ ପଡ଼ି ଯାଇ...

ମାମୁଙ୍କୁ ପଥରରେ ଛେଚି ହତ୍ୟା କଲେ ଭଣଜା

ବଣାଇ,୧ା୫(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନାର ଗଉଡ଼ ଗ୍ରାମରେ ରହୁଥିବା ଭଉଣୀ ଘରକୁ ଲହୁଣିପଡ଼ା ଥାନା ଅନ୍ତର୍ଗତ କେନାପାଲି ଗ୍ରାମର ସୁବର୍ଣ୍ଣ କଂସୁରିଆ (୬୦)...

ପ୍ରାର୍ଥିପତ୍ର ଦାଖଲ କଲେ ଅଭିଷେକ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ଅଭିଷେକ ସେଠ୍‌ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି।...

ପୁଅଙ୍କୁ ଭୁଜାଲିରେ ହାଣି ହତ୍ୟାକଲେ ବାପା

ଭଦ୍ରକ,୧ା୫: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ। ଘରେ ଖାଉଥିବା ସମୟରେ ସାମାନ୍ୟ...

ଛାନୁଆରେ ଜଘନ୍ୟ ହତ୍ୟାକାଣ୍ଡ: ଟାଓ୍ବାରରେ କାମ କରୁଥିବା ଯୁବକଙ୍କୁ ମାରି ଫିଙ୍ଗି ଦେଲେ

ରୂପସା,୧।୫(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲl ସଦର ବ୍ଲକ ଅନ୍ତର୍ଗତ ଛାନୁଆ ଗ୍ରାମରେ ବୁଧବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଛାନୁଆ ପ୍ରାଥମିକ ବିଦ୍ୟାଳୟ ନିକଟ ରାସ୍ତା ପାର୍ଶ୍ୱରୁୁ...

ନାମାଙ୍କନପତ୍ର ଦାଖଲ କଲେ ରୀତା ସାହୁ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବିଜେଡି ପ୍ରାର୍ଥିନୀ ରୀତା ସାହୁ ବୁଧବାର ତାଙ୍କର ନାମାଙ୍କନପତ୍ର ଦାଖଲ...

ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଦୀପ ପୁରୋହିତ

ବରଗଡ଼,୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକ ସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri