ବିରଳ ବ୍ୟକ୍ତିତ୍ୱ

କେବଳ ଓଡ଼ିଶା କି ଭାରତ ନୁହେଁ, ବିଦେଶରେ ମଧ୍ୟ ଏକ ଚର୍ଚ୍ଚିତ ଓ ବିରଳ ବ୍ୟକ୍ତିତ୍ୱ ହେଲେ ବିଜୁ ପଟ୍ଟନାୟକ (ବିଜୟାନନ୍ଦ ପଟ୍ଟନାୟକ)। ବିଜୁ ବାବୁ ନାମରେ ସେ ବେଶି ପରିଚିତ। ଦେଶର ଆଗଧାଡ଼ିର ଓ ଜଣାଶୁଣା ରାଜନେତା, ଦକ୍ଷ ବୈମାନିକ ଏବଂ ଶିଳ୍ପପତି ଥିଲେ। ୧୯୬୧ ଜୁନ ୨୩ରୁ ୧୯୬୩ ଅକ୍ଟୋବର ୨ ଏବଂ ୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମାର୍ଚ୍ଚ ୧୫ ଯାଏ ସେ ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ ।

ବାଲ୍ୟଜୀବନ ଓ ପାଠପଢ଼ା
କଟକର ତୁଳସୀପୁରଠାରେ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ଆଶାଲତା ପଟ୍ଟନାୟକଙ୍କ ତୃତୀୟ ସନ୍ତାନ ଭାବେ ୧୯୧୬ ମାର୍ଚ୍ଚ ୫ରେ ଜନ୍ମଗ୍ରହଣ କରିଥିଲେ ବିଜୁବାବୁ। କଟକସ୍ଥିତ ରେଭେନ୍‌ଶା କଲିଜିଏଟ ସ୍କୁଲରେ ପାଠପଢ଼ା ଶେଷ ହେବା ପରେ ରେଭେନ୍‌ଶା କଲେଜରେ ବିଜ୍ଞାନ ବିଷୟ ନେଇ ପଢିଥିଲେ। ପରେ ସେ ଦିଲ୍ଲୀର ଏରୋନଟିକ୍ସ ଟ୍ରେନିଂ ଶିକ୍ଷାନୁଷ୍ଠାନରେ ବିମାନ ଉଡ଼ାଣ ଶିକ୍ଷାରେ ଯୋଗଦେଇଥିଲେ।

ବିବାହ ଓ ପରିବାର
ବିଜୁବାବୁ ୧୯୩୮ରେ ଜ୍ଞାନ ପଟ୍ଟନାୟକଙ୍କୁ ବିବାହ କରିଥିଲେ। ତାଙ୍କ ପୁଅ ନବୀନ ପଟ୍ଟନାୟକ ବର୍ତ୍ତମାନ ଓଡ଼ିଶା ମୁଖ୍ୟମନ୍ତ୍ରୀ ଥିବାବେଳେ ଝିଅ ଗୀତା ମେହେଟ୍ଟା ଜଣେ ବିଶିଷ୍ଟ ଲେଖିକା। ତାଙ୍କର ବଡ଼ ପୁଅ ପ୍ରେମ ପଟ୍ଟନାୟକ ଜଣେ ବ୍ୟବସାୟୀ ଭାବେ ଦିଲ୍ଲୀରେ ଅବସ୍ଥାପିତ।

କର୍ମ ଜୀବନ
ବିମାନ ଉଡ଼ାଣ ଶିକ୍ଷା ସମାପ୍ତ ପରେ ବିଜୁବାବୁ ଇଣ୍ଡିଆନ ଏୟାରୱେଜ୍‌ରେ ପାଇଲଟ ଭାବରେ ଚାକିରି କରିଥିଲେ। ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ନିଜେ ବିମାନ ଚଳାଇ ଇଣ୍ଡୋନେସିଆର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଡଚମାନଙ୍କଠାରୁ ଉଦ୍ଧାର କରିଥିଲେ। ଏହି ଦୁଃସାହସିକ କାର୍ଯ୍ୟ ପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ‘ଭୂମିପୁତ୍ର’ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ରାଜନୀତିରେ ଯାତ୍ରା
ବିଜୁବାବୁଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା ୧୯୪୬ରେ। ଉତ୍ତର କଟକ ନିର୍ବାଚନମଣ୍ଡଳୀରୁ ସେ ନିର୍ଦ୍ୱନ୍ଦ୍ୱରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୧୯୫୨ ଏବଂ ୧୯୫୭ରେ ଯଥାକ୍ରମେ ଗଞ୍ଜାମ ଜିଲାର ଜଗନ୍ନାଥପ୍ରସାଦ ଏବଂ ସୋରଡ଼ାରୁ ଜିତିଥିଲେ। ୧୯୬୧ରେ ସେ ରାଜ୍ୟ କଂଗ୍ରେସର ସଭାପତି ହୋଇଥିଲେ। ତାଙ୍କ ନେତୃତ୍ୱରେ କଂଗ୍ରେସ ୧୪୦ରୁ ୮୨ ଆସନରେ ବିଜୟୀ ହୋଇଥିଲା। ବିଜୁବାବୁ ଚୌଦ୍ୱାର ଆସନରୁ ବିଜୟୀ ହୋଇ ୪୫ ବର୍ଷ ବୟସରେ ପ୍ରଥମଥର ନିମନ୍ତେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। କଂଗ୍ରେସକୁ ପୁନଃ ସତେଜ କରିବା ପାଇଁ ସେ ୧୯୬୩ ଅକ୍ଟୋବର ୨ରେ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ। ହେଲେ ୧୯୭୧ରେ ହୋଇଥିବା ରାଜ୍ୟ ସଭା ନିର୍ବାଚନରେ ଟିକେଟ୍‌ ନ ମିଳିବାରୁ ବିଜୁବାବୁ କଂଗ୍ରେସ ଛାଡ଼ି ନିଜେ ‘ଉତ୍କଳ କଂଗ୍ରେସ’ ନାମରେ ଏକ ଦଳ ଗଢ଼ିଥିଲେ। ୧୯୭୧ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ୩୩ ଆସନରେ ବିଜୟୀ ହୋଇଥିଲା। ଏହାପରେ ବିଜୁବାବୁ ତାଙ୍କ ପୁରୁଣା ବନ୍ଧୁ ଜୟପ୍ରକାଶ ନାରାୟଣଙ୍କ ସହିତ ପୁନଃ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ୧୯୭୪ରେ ଜେ.ପି. ମୁଭମେଣ୍ଟରେ ଯୋଗଦେଇଥିଲେ। ୧୯୭୫ରେ ଯେତେବେଳେ ଜରୁରିକାଳୀନ ପରିସ୍ଥିତି ଘୋଷଣା ହେଲା ସେତେବେଳେ ଅନ୍ୟ ବିରୋଧୀ ନେତାମାନଙ୍କ ସହ ବିଜୁବାବୁ ଗିରଫ ହୋଇଥିଲେ। ୧୯୭୭ରେ ସେ ଜେଲରୁ ମୁକୁଳିବା ପରେ ସେହିବର୍ଷ କେନ୍ଦ୍ରାପଡ଼ା ଲୋକ ସଭା ଆସନରୁ ଲଢ଼ି ବିଜୟୀ ହୋଇଥିଲେ। ୧୯୮୦ ପର୍ଯ୍ୟନ୍ତ ଉଭୟ ମୋରାରଜୀ ଦେଶାଇ ଓ ଚୌଧୁରୀ ଚରଣ ସିଂହଙ୍କ ସରକାରରେ ଇସ୍ପାତ ଓ ଖଣି ମନ୍ତ୍ରୀ ହୋଇଥିଲେ। ଏହାପରେ ଜନତା ପାର୍ଟି ପ୍ରାର୍ଥୀ ଭାବେ ୧୯୮୦ ଓ ୧୯୮୪ ଲୋକ ସଭା ନିର୍ବାଚନରେ କେନ୍ଦ୍ରାପଡ଼ା ଆସନରୁ ବିଜୟୀ ହୋଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ୧୯୮୪ ଲୋକ ସଭା ନିର୍ବାଚନରେ ସାରା ଦେଶରେ କଂଗ୍ରେସ ଲହରି ଥିଲା। କଂଗ୍ରେସ ବିପୁଳ ଆସନ ଦଖଲ କରିଥିଲେ ମଧ୍ୟ କେନ୍ଦ୍ରାପଡ଼ାରେ ତାହାର ପ୍ରଭାବ ପଡ଼ି ନ ଥିଲା। ୧୯୮୯ ଲୋକ ସଭା ନିର୍ବାଚନରେ କଂଗ୍ରେସ ପରାଜିତ ହେବା ପରେ ଜାତୀୟ ରାଜନୀତିରେ ବିଜୁ ବାବୁ ପୁଣିଥରେ ଚମକିଥିଲେ। ସେହି ସମୟରେ ଭି.ପି. ସିଂ ପ୍ରଧାନମନ୍ତ୍ରୀ ହେବା ପଛରେ ବିଜୁବାବୁଙ୍କ ଉଲ୍ଲେଖନୀୟ ଅବଦାନ ରହିଥିଲା। ଏହାପରେ ସେ ରାଜ୍ୟ ରାଜନୀତିରେ ମନୋନିବେଶ କରିଥିଲେ। ୧୯୯୦ ବିଧାନସଭା ନିର୍ବାଚନରେ ବିଜୁବାବୁଙ୍କ ନେତୃତ୍ୱରେ ଜନତା ଦଳ ୧୨୩ ଆସନରେ ବିଜୟୀ ହୋଇଥିଲା। ବିଜୁବାବୁ ୧୯୯୫ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୯୬ରେ ସେ କଟକ ଓ ଆସିକା ଆସନରୁ ପୁନଃ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୧୯୯୭ ଏପ୍ରିଲ ୧୭ରେ ତାଙ୍କର ପରଲୋକ ଘଟିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ...

ସମ୍ବିତଙ୍କୁ ସମର୍ଥନ କଲେ ପ୍ରମିଳା ମଲ୍ଲିକ, କହିଲେ ପାଣ୍ଡିଆନ୍‌ ଆମ….

ଭୁବନେଶ୍ୱର,୨୨।୧୨:  ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟ ଦେଇଥିବା ବୟାନକୁ ସମର୍ଥନ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସମ୍ବିତ ଯାହା...

ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌

ପାଟଣାଗଡ଼,୨୨।୧୨: ବଲାଙ୍ଗୀର ଜିଲା ବେଲପଡ଼ା ଥାନା ପାର୍ଲିମାଲ ଗାଁରେ ଥିବା ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଏକ ବଡ଼ ଧରଣର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ୱୃତ୍ତମାନେ...

ବିନା ଅଧ୍ୟାପକରେ ଚାଲିଛି ଶିକ୍ଷାଦାନ: ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ଅବହେଳିତ

ଭବାନୀପାଟଣା, ୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସର୍ବପୁରାତନ ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ମୁଖ୍ୟାଳୟ ଭବାନୀପାଟଣା ସହରରେ ଥାଇ ମଧ୍ୟ ଅବହେଳିତ ହୋଇପଡିଛି। ୪୫ବର୍ଷ...

ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର: ଘରେ ଲଗାଇଦେଲେ ନିଆଁ, ପରେ…

ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ...

ମଣ୍ଡିରେ ପଡ଼ିଛି ଧାନ: ଚାଲିଛି ନେତାଙ୍କ ଟଣା ଓଟରା

ଭୁବନେଶ୍ୱର,୨୨।୧୨: ମଣ୍ଡିରେ ଚାଷୀଙ୍କ ଧାନ କିଣା ସମସ୍ୟା ନେଇ ପ୍ରତିକ୍ରିୟା ରଖିଲା ବିଜେଡି। ସମବାୟ ମନ୍ତ୍ରୀଙ୍କୁ ବିଜେଡି ବରିଷ୍ଠ ଉପ ସଭାପତି ସଞ୍ଜୟ ଦାସବର୍ମା ଟାର୍ଗେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri