Posted inଖେଳ

ଲକ୍ଷ୍ୟ ଏସିଆନ ଜୁନିୟର

ଭୁବନେଶ୍ୱର, ୨୯।୨(କ୍ରୀଡ଼ା ପ୍ରତିନିଧି)-
ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ୭ମ ଦିବସରେ ଓଡ଼ିଶାକୁ ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ଓ ୧ ବ୍ରୋଞ୍ଜ ପଦକ ମିଳିଛି। ଆଥଲେଟିକ୍ସ ଇଭେଣ୍ଟର ପ୍ରଥମ ଦିବସରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ମନୀଷା ମେରେଲ ମହିଳା ଲଙ୍ଗଜମ୍ପ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ପାଇଥିବାବେଳେ ଏହି ବିଶ୍ୱବିଦ୍ୟାଳୟର ମହିଳା ହକି ଦଳ ରୌପ୍ୟ ପଦକ ହାସଲ କରିଛି। ମହିଳା ରଗ୍‌ବୀରେ କିଟ୍‌ ବିଶ୍ୱବିଦ୍ୟାଳୟ ସ୍ବର୍ଣ୍ଣ ପଦକ ପାଇଥିବାବେଳେ ପୁରୁଷ ଦଳକୁ ବ୍ରୋଞ୍ଜ ପଦକ ମିଳିଛି।
ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ମହିଳା ଲଙ୍ଗଜମ୍ପରେ ସ୍ବର୍ଣ୍ଣ ପଦକ ଜିତିବାପରେ ସ୍ବାଭାବିକଭାବେ ଖୁସି ଜାହିର କରିଛନ୍ତି ମନୀଷା ମେରେଲ। ଆହତ ସମସ୍ୟା ଯୋଗୁ ସେ ୧୦୦ ମିଟରରେ ଭାଗ ନ ନେଇ କେବଳ ଲଙ୍ଗଜମ୍ପ ଉପରେ ହିଁ ଏକାଗ୍ର ରହିଥିଲେ। ତା’ର ଫଳ ମଧ୍ୟ ତାଙ୍କୁ ମିଳିଛି। ଆଗକୁ ଆସୁଥିବା ଏସିଆନ ଜୁନିୟର ଆଥଲେଟିକ୍ସ ମିଟ୍‌ରେ ପଦକ ଜିତିବା ତାଙ୍କର ପ୍ରଥମ ଲକ୍ଷ୍ୟ ହେବ ବୋଲି ସେ ପ୍ରକାଶ କରିଛନ୍ତି
ପ୍ର: କଳିଙ୍ଗ ଷ୍ଟାଡିୟମରେ ସ୍ବର୍ଣ୍ଣ ପଦକ ଜିତିବାର ଅନୁଭୂତି କିପରି ରହିଛି ?
ଉ: କୌଣସି ଜାତୀୟ ପ୍ରତିଯୋଗିତାରେ ପ୍ରଥମଥର ପାଇଁ ସ୍ବର୍ଣ୍ଣ ପଦକ ଜିତିଥିବାରୁ ବହୁତ ଖୁସି ଲାଗୁଛି। ଏହା ନିଶ୍ଚିତ ସବୁଦିନେ ମନେ ରହିବ। ଷ୍ଟାଡିୟମର ଭିତ୍ତିଭୂମି ବହୁତ ଭଲ।
ପ୍ର: ପ୍ରତିଦ୍ୱନ୍ଦ୍ୱିତା କେତେ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା ?
ଉ: ପ୍ରତିଯୋଗିତା ବହୁତ ଟପ୍‌ ଥିଲା। ଭଲ ପ୍ରତିଦ୍ୱନ୍ଦ୍ୱୀ ଥିଲେ। ମୁଁ ପୂର୍ବରୁ ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିଲି, ମାତ୍ର ସ୍ବର୍ଣ୍ଣ ପଦକ କେବେ ପାଇ ନ ଥିଲି। ଏଠାରେ ସମସ୍ତଙ୍କୁ ପଛରେ ପକାଇ ଦେଇଥିବାରୁ ଖୁସି।
ପ୍ର: ଟ୍ରେନିଂ କିପରି ଚାଲିଛି ?
ଉ: ମୁଁ ଏବେ ଖେଲୋ ଇଣ୍ଡିଆ ଏକାଡେମୀ କିଟ୍‌ରେ ରହୁଛି। ସେଠାରେ ଗଡ଼ନାୟକଙ୍କଠାରୁ ଟ୍ରେନିଂ ନେଉଛି। ଏଠାରେ ଟ୍ରେନିଂ ନେବା ଦ୍ୱାରା ମୋ ପ୍ରଦର୍ଶନରେ ବହୁତ ଉନ୍ନତି ହୋଇଛି।
ପ୍ର: ଖେଳ ଜୀବନ କେବେ ଆରମ୍ଭ ହୋଇଥିଲା ?
ଉ: ମୁଁ ୧୩ ବର୍ଷର ହୋଇଥିବାବେଳେ ଖେଳ ଆରମ୍ଭ କରିଥିଲି। ପ୍ରଥମେ ରାଜ୍ୟ ପ୍ରତିଯୋଗିତା ଗୁଡ଼ିକରେ ଭାଗ ନେଇଥିଲି। କଟକରେ ୨୦୧୩ରେ ଅନୁଷ୍ଠିତ ରାଜ୍ୟ ମିଟ୍‌ରେ ଭଲ ପ୍ରଦର୍ଶନ ପାଇଁ ସାଇ ହଷ୍ଟେଲ ଟ୍ରାଏଲରେ ଭାଗନେବାକୁ ମନୋନୀତ ହୋଇଥିଲି। ପ୍ରତିଭା ଚୟନରେ ମନୋନୀତ ହୋଇ ସାଇ ସୁନ୍ଦରଗଡ଼ରେ ରହୁଥିଲି।
ପ୍ର: ଏଠାରେ କେବଳ ଲଙ୍ଗଜମ୍ପ କାହିଁକି ?
ଉ: ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଅବସରରେ ଡାହାଣ ପାଦରେ ଆଘାତ ଲାଗିଥିଲା। ଫଳରେ ପ୍ରତିଯୋଗିତା ଅଧାରୁ ଛାଡ଼ିବାକୁ ପଡ଼ିଥିଲା। ମୁଁ ଆହତାବସ୍ଥାରୁ ମୁକୁଳି ଥିବାରୁ କେବଳ ଲଙ୍ଗଜମ୍ପ କରିବି ବୋଲି କୋଚ୍‌ଙ୍କୁ ଜଣାଇଥିଲି। କାରଣ ପ୍ରତିଯୋଗିତାଗୁଡ଼ିକରେ ୧୦୦ ମିଟର ଓ ଲଙ୍ଗଜମ୍ପ ଇଭେଣ୍ଟ ମଧ୍ୟରେ ବେଶି ଦିନ ବ୍ୟବଧାନ ନ ଥାଏ।
ପ୍ର: ଫେଭରାଇଟ ଇଭେଣ୍ଟ ?
ଉ: ଲଙ୍ଗଜମ୍ପ ମୋର ଫେଭରାଇଟ। ଏଥିରେ ଆଗକୁ ବଢ଼ିବା ମୋର ଲକ୍ଷ୍ୟ।
ପ୍ର: ଖେଲୋ ଇଣ୍ଡିଆ ଏକାଡେମୀକୁ ଆସିବାପରେ କ’ଣ ଫାଇଦା ମିଳିଛି ?
ଉ: ଏଠାରେ ସଞ୍ଜୟ ଗଡ଼ନାୟକଙ୍କ ନିକଟରେ ପ୍ରଶିକ୍ଷଣ ନେବାପରେ ଯାଇ ମୁଁ ସ୍ବର୍ଣ୍ଣ ପଦକ ଜିତିବା ସମ୍ଭବ ହୋଇଛି। ତେଣୁ ସଞ୍ଜୟ ସାର୍‌ଙ୍କୁ ଧନ୍ୟବାଦ ଜଣାଇବାକୁ ଚାହିଁବି।
ପ୍ର: ଘରୁ କେମିତି ସମର୍ଥନ ମିଳିଛି ?
ଉ: ମା’ ପାନା ମେରେଲ, ବାପା ଚୁଙ୍ଗାଲ ମେରେଲ ମୋତେ ବହୁତ ସମର୍ଥନ କରିଛନ୍ତି। ବାପା ଜଣେ ଚାଷୀ ହୋଇଥିଲେ ହେଁ କେବେ ମୋତେ ନିରାଶ କରିନାହାନ୍ତି। ତେଣୁ ମା’ ବାପାଙ୍କୁ ଏହି ଅବସରରେ ମୁଁ ଧନ୍ୟବାଦ ଜଣାଉଛି।
ପ୍ର: ପୂର୍ବରୁ କାହା ନିକଟରୁ କୋଚିଂ ନେଉଥିଲେ ?
ଉ: ପୂର୍ବରୁ ମୁଁ ସାଇ ହଷ୍ଟେଲରେ ସନ୍ତୋଷ କୁମାର ମହନ୍ତଙ୍କଠାରୁ କୋଚିଂ ନେଉଥିଲି। ପୁଣି ଉମା ପ୍ରସାଦ ରାଓ, ବରୁଣ କୁମାର ଗୁହା, ସୁରଜ ସାର୍‌ଙ୍କଠାରୁ ମୁଁ ଟ୍ରେନିଂ ନେଇଛି।
ପ୍ର: ଆଗାମୀ ଲକ୍ଷ୍ୟ କ’ଣ ?
ଉ: ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ ମେ ୧୪ରୁ ୧୭ ପର୍ଯ୍ୟନ୍ତ ହେବାକୁଥିବା ଏସିଆନ ଜୁନିୟର ଆଥଲେଟିକ୍‌ ଚାମ୍ପିୟନଶିପ୍‌ରେ ପଦକ ଜିତିବା ମୋର ଆଗାମୀ ଲକ୍ଷ୍ୟ। ଏଥିପାଇଁ ମୁଁ କଠିନ ପରିଶ୍ରମ କରିବି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମେଲବୋର୍ନ ପିଚ୍‌କୁ ନେଇ ବଢିଲା ଅସନ୍ତୋଷ: ମିଳିଲା ଡିମେରିଟ୍‌ ପଏଣ୍ଟ

ଦୁବାଇ, ୨୯ା୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚତୁର୍ଥ ଆଶେସ ଟେଷ୍ଟ ଖେଳାଯାଇଥିବା ମେଲବୋର୍ନ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ ପଦକ୍ଷେପ...

ଟି୨୦ ବୋଲିଂରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ...

ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେବେ ଗମ୍ଭୀର! BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୯।୧୨: ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗୌତମ ଗମ୍ଭୀରଙ୍କୁ ହଟାଇବା ନେଇ ଗୁଜବ ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ...

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

୨୦୨୬ରେ ଆସୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସିଖବର: ଟିମ ଇଣ୍ଡିଆରେ…

ନୂଆଦିଲ୍ଲୀ,୨୯।୧୨: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ, ଭାରତୀୟ ଦଳ ଏହି ଫର୍ମାଟରେ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri