Posted inଖେଳ

କରୋନା ଭାଇରସ ପ୍ରଭାବ: ଶୁଟିଂ ବିଶ୍ୱକପ୍‌ରେ ଭାଗ ନେବ ନାହିଁ ଭାରତ

ନୂଆଦିଲ୍ଲୀ, ୨୮ା୨ (ପି.ଟି.)-କରୋନା ଭାଇରସ ସଂକ୍ରମଣର ଆଶଙ୍କା ଦର୍ଶାଇ ଆସନ୍ତା ମାସରେ ସାଇପ୍ରସରେ ହେବାକୁଥିବା ଶୁଟିଂ ବିଶ୍ୱକପ୍‌ରୁ ଭାରତ ଓହରିଯାଇଛି। ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌) ଦ୍ୱାରା ସ୍ବୀକୃତି ପ୍ରାପ୍ତ ଏହି ଶଟ୍‌ଗନ୍‌ ବିଶ୍ୱକପ୍‌ ନିକୋସିଆରେ ମାର୍ଚ୍ଚ ୪ରୁ ୧୩ ପର୍ଯ୍ୟନ୍ତ ହେବ। ସରକାରଙ୍କ ପରାମର୍ଶକ୍ରମେ ଭାରତୀୟ ଦଳ ଟୁର୍ନାମେଣ୍ଟର ଓହରିଯାଇଥିବା ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆର୍‌ଏଆଇ) ସୂତ୍ରରୁ ପ୍ରକାଶ। ଚାଇନାର ଉହାନ ସହର ହେଉଛି ଘାତକ କରୋନା ଭାଇରସର ଉତ୍ପତି ସ୍ଥଳ। ଏହି ଭାଇରସ ଦ୍ୱାରା ପ୍ରାୟ ୩୦୦୦ ଲୋକ ପ୍ରାଣ ହରାଇଥିବାବେଳେ ସମଗ୍ର ବିଶ୍ୱରେ ୮୦,୦୦୦ ପାଖାପାଖି ଲୋକ ଆକ୍ରାନ୍ତ ହୋଇଛନ୍ତି। ସାଇପ୍ରସରେ କୌଣସି ଲୋକ ଏପର୍ଯ୍ୟନ୍ତ ମୃତ୍ୟୁ ବରଣ କରିଥିବା ସଷ୍ଟ ହୋଇ ନାହିଁ। ତେବେ ପ୍ରତିଷେଧମୂଳକ ପଦକ୍ଷେପ ସ୍ବରୂପ କେତେଜଣଙ୍କର ଚିକିତ୍ସା ଚାଲିଛି। କରୋନା ଭାଇରସ ଆତଙ୍କ ଯୋଗୁ ସମଗ୍ର ବିଶ୍ୱରେ ବହୁ ପ୍ରମୁଖ କ୍ରୀଡ଼ା ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି ଅବା ବାତିଲ କରାଯାଇଛି। ଜାପାନ ଓ ଇଟାଲୀ ବ୍ୟତୀତ ଅନ୍ୟ କେତେକ ଦେଶରେ ବହୁ ଫୁଟ୍‌ବଲ ମ୍ୟାଚ ଏଥିରେ ପ୍ରଭାବିତ ହୋଇଛି। ବକ୍ସିଂ ଅଲିମ୍ପିକ କ୍ୱାଲିଫାୟର୍ସ ସମେତେ କେତେକ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଓ ଆର୍ଚେରୀ ଇଭେଣ୍ଟକୁ ମଧ୍ୟ ସ୍ଥଗିତ ରଖାଯାଇଛି। ୟୁରୋପା ଲିଗ୍‌ ସମେତ ଅନ୍ୟ କେତେକ ମ୍ୟାଚ ବିନା ଦର୍ଶକରେ ରୁଦ୍ଧଦ୍ୱାରରେ ଖେଳାଯାଉଛି। ଅଲିମ୍ପିକ କ୍ୱାଲିଫାୟର୍ସ ଉହାନରୁ ଜୋର୍ଡାନକୁ ସ୍ଥାନାନ୍ତର କରାଯାଇଛି। ମାରାତ୍ମକ କରୋନା ଭାଇରସ ପାଇଁ ନୂଆଦିଲ୍ଲୀରେ ହେବାକୁ ଥିବା ଶୁଟିଂ ବିଶ୍ୱକପ୍‌ ମଧ୍ୟ ପ୍ରଭାବିତ ହୋଇଛି। ଚାଇନା, ତାଇଓ୍ବାନ, ହଂକଂ, ମାକାଉ, ଉତ୍ତର କୋରିଆ, ତୁର୍କମେନିସ୍ତାନ ଏବଂ ବାହାରିନ୍‌ରେ ଏହି ଭାଇରସର ପ୍ରକୋପ ଦେଖା ଦେଇଥିବାରୁ ସେମାନେ ଶୁଟିଂ ବିଶ୍ୱକପ୍‌ରୁ ଓହରିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

ରେଲେଓ଼୍ବର ବଡ଼ ଘୋଷଣା, ଟ୍ରେନରେ ମିଳିବ…

ନୂଆଦିଲ୍ଲୀ,୩୦।୧୨: କୁହୁଡ଼ି ଯୋଗୁଁ ଉତ୍ତର ଭାରତରେ ପ୍ରତିଦିନ ଅନେକ ଟ୍ରେନ ବିଳମ୍ୱ ହୁଏ। କମ କିମ୍ୱା ଶୂନ୍ୟ ଦୃଶ୍ୟମାନତା ଟ୍ରେନ ଗତିକୁ ବହୁ ପରିମାଣରେ ହ୍ରାସ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri