Posted inଖେଳ

ଭାଇ-ଭଉଣୀ ଶ୍ରବଣ-ସୋନୀଙ୍କ ସଫଳ ଯାତ୍ରା

ଭୁବନେଶ୍ୱର, ୨୮।୨ (ସ୍ପୋର୍ଟ୍ସ ବ୍ୟୁରୋ)- ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣରେ ମୁମ୍ବାଇ ବିଶ୍ୱବିଦ୍ୟାଳୟର ଯମଜ ଭଗିନୀ ଜ୍ୟୋତି ଓ ଆରତି ପଟେଲ ସନ୍ତରଣରେ ଯେଉଁଭଳି ପ୍ରଦର୍ଶନର ଛାପ ଛାଡ଼ିଥିଲେ ସେହିଭଳି ଆଉ ଏକ ଭାଇ ଭଉଣୀ ଯୋଡ଼ି ଏବେ ଚର୍ଚ୍ଚାକୁ ଆସିଛନ୍ତି। ଏହି ଭାଇ-ଭଉଣୀ ଯୋଡ଼ି ହେଉଛନ୍ତି ଆୟୋଜକ କିଟ୍‌ ବିଶ୍ୱବିଦ୍ୟାଳୟର ଶ୍ରବଣ ଓ ସୋନୀ ମଣ୍ଡାଙ୍ଗି। ଶ୍ରବଣ ତୀରନ୍ଦାଜୀରେ ପ୍ରତିନିଧିତ୍ୱ କରୁଥିବାବେଳେ ସୋନୀ କିଟ୍‌ ମହିଳା ରଗ୍‌ବୀ ଦଳର ଜଣେ ପ୍ରମୁଖ ଖେଳାଳି ରହିଛନ୍ତି। ଏହି ସମ୍ମାନଜନକ ପ୍ରତିଯୋଗିତାରେ ଶ୍ରବଣ ତାଙ୍କ କମାଲ୍‌ ଦେଖାଇ ସାରିଲେଣି। ପୁରୁଷ ଟିମ୍‌ ରିକର୍ଭ ଇଭେଣ୍ଟରେ ଶ୍ରବଣ ସ୍ବର୍ଣ୍ଣ ପଦକ ହାସଲ କରି କିଟ୍‌ ପାଇଁ ଗୌରବ ଆଣିଛନ୍ତି। ସେହିଭଳି ସୋନୀ ଗୁରୁବାର ଖେଳାଯାଇଥିବା ୨ଟି ମହିଳା ବିଭାଗ ରଗ୍‌ବୀ ମ୍ୟାଚ୍‌ରେ କିଟ୍‌କୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ପଞ୍ଜାବ ଓ ମହାରାଷ୍ଟ୍ରର କେବିସି ବିଶ୍ୱବିଦ୍ୟାଳୟ ବିପକ୍ଷରେ ଯଥାକ୍ରମେ ୧୦ ଲେଖାଏ ସ୍କୋର କରିଥିଲେ।
ଆଦିବାସୀ ପରିବାରରୁ ଆସିଥିବା ଏହି ଭାଇ-ଭଉଣୀ ଯୋଡ଼ି କିନ୍ତୁ କିସ୍‌କୁ ଆସିବା ପୂର୍ବରୁ ଶିକ୍ଷା ଓ କ୍ରୀଡ଼ା ବିଷୟରେ କୌଣସି ଧାରଣା ନ ଥିଲା। କିନ୍ତୁ ଯେତେବେଳେ ଉଭୟ କିସ୍‌ରେ ଯୋଗଦେଲେ ପଢ଼ା ସହିତ ଖେଳରେ ମଧ୍ୟ ନିଜର ପ୍ରତିଭା ଦେଖାଇବାର ସୁଯୋଗ ପାଇଲେ। ସମୟକ୍ରମେ ଶ୍ରବଣ ତୀରନ୍ଦାଜୀ ଓ ସୋନୀ ରଗ୍‌ବୀରେ ପରିଚୟ ସୃଷ୍ଟି କରିପାରିଥିଲେ। ‘ ମୁଁ ଯେତେବେଳେ କିସ୍‌ରେ ୭ମ ଶ୍ରେଣୀରେ ପଢ଼ୁଥିଲି ତୀରନ୍ଦାଜୀ ଖେଳିବା ଆରମ୍ଭ କରିଥିଲି। କିଟ୍‌ ଆମର ସମସ୍ତ ପ୍ରକାର ଆବଶ୍ୟକତା ପୂରଣ କରୁଥିବାରୁ ଏହା ଆମର ଏକ ଘର। ବର୍ଷକୁ କେବଳ ଖରାଛୁଟିରେ ହିଁ ଆମେ ଘରକୁ ଯାଇଥାଉ। ଜାତୀୟ ସିନିୟର ଦଳରୁ ବ୍ୟକ୍ତିଗତ ଓ ଟିମ୍‌ ଇଭେଣ୍ଟରେ ପ୍ରତିନିଧିତ୍ୱ କରିବା ମୋର ପରବର୍ତ୍ତୀ ଲକ୍ଷ୍ୟ’ ବୋଲି ଶ୍ରବଣ କହିଛନ୍ତି। ‘ଗାଁ’ରେ ରହୁଥିବାବେଳେ ପାଠପଢ଼ା କି ଖେଳ ବିଷୟରେ ସୁଯୋଗ ମିଳୁ ନ ଥିଲା। ଆଦିବାସୀ ପିଲାଙ୍କ ପାଇଁ ଏକ ସ୍କୁଲ ଥିବା ଯେତେବେଳେ ମୋ ବାପା ଜାଣିବାକୁ ପାଇଲେ ସେ ଆମକୁ ଏଠାକୁ ଆଣିଥିଲେ। ୨୦୦୭ରେ ଆମ ଇନ୍‌ଷ୍ଟିଚ୍ୟୁଟ୍‌ ଯେତେବେଳେ ଲଣ୍ଡନରେ ଅନୁଷ୍ଠିତ ଇଣ୍ଟରନ୍ୟାଶନାଲ ସ୍କୁଲ ରଗ୍‌ବୀରେ ଚାମ୍ପିୟନ ହୋଇଥିଲା ସେବେଠାରୁ ଏହି ଖେଳ ଖେଳିବା ପାଇଁ ମୋର ଆଗ୍ରହ ବଢ଼ିଥିଲା’ ବୋଲି ୧୯ ବର୍ଷୀୟା ସୋନୀ କହିଛନ୍ତି। କ୍ରିକେଟ୍‌ରେ ସଚିନ ଯେଉଁଭଳି ପ୍ରସିଦ୍ଧ ହୋଇଛନ୍ତି ସେିହଭଳି ସଫଳତା ପାଇବାକୁ ସେ ଲକ୍ଷ୍ୟ ରଖିଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେ’୨୫ ଶେଷ ତାରିଖ, ଆଇପିଏଲରେ ଖରାପ ପଦର୍ଶନ କଲେ ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଏହି ସବୁ ଖେଳାଳି ପଡିବେ ବାଦ୍‌

ନୂଆଦିଲ୍ଲୀ,୩।୫: ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟଦଳ ଘୋଷଣା ହୋଇସାରିଛି। ଭଲ ପ୍ରଦର୍ଶନ କରୁଥିବା ଅନେକ ଖେଳାଳିଙ୍କୁ ଏଥର ସୁଯୋଗ ମିଳିନାହିଁ। ଯାହାକୁ ନେଇ ପ୍ରଶଂସକମାନେ...

ଗୋଟିଏ ମ୍ୟାଚ୍‌ରେ ଭାଙ୍ଗିଗଲା ଅନେକ ରେକର୍ଡ

ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ପ୍ରବଳ ରନ୍‌ ବର୍ଷା ହୋଇଥିଲା। ଏହି ଗୋଟିଏ ମ୍ୟାଚରେ ଅନେକ ରେକର୍ଡ କରାଯାଇଥିଲା। ଏହି ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ...

ମାତ୍ର ୨୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଲେ ଏହି ଘାତକ ସ୍ପିନର୍‌: ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ନେଇଥିଲେ ୩ ଉଇକେଟ୍‌

ଲଣ୍ଡନ,୩।୫: ଇଂଲଣ୍ଡ କ୍ରିକେଟର ଜୋଶ ବେକର ମାତ୍ର ୨୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। କାଉଣ୍ଟି କ୍ରିକେଟରେ ୱର୍କେଷ୍ଟେଶାୟାର୍‌ ପାଇଁ ବେକର୍‌ ଖେଳିଥିଲେ। ମୃତ୍ୟୁର...

ଶେଷ ୩ ଓଭରରେ ଥିଲା ମାତ୍ର ୨୭ ରନ୍‌: ବିଶ୍ୱକପ୍‌ ଦଳରେ ଚୟନ ହୋଇ ନ ଥିବା ବୋଲର୍‌ ପଲଟାଇଦେଲେ ବାଜି

ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସକୁ ୧-୦ରେ ପରାସ୍ତ କରିଛି। ଜିତିବା ପାଇଁ ୨୦୨ ରନ୍‌ର ଟାର୍ଗେଟକୁ ପିଛା କରି...

ରାଜସ୍ଥାନ ହାତରୁ ମ୍ୟାଚ୍‌ ଛଡାଇ ଆଣିଲା ହାଇଦ୍ରାବାଦ

ହାଇଦ୍ରାବାଦ,୩ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଗୁରୁବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧ ରନ୍‌ର ରୋମାଞ୍ଚକ ବିଜୟ ହାସଲ କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ। ପ୍ରଥମେ ବ୍ୟାଟିଂ...

ଜଲଓ୍ବା ଦେଖାଇଲେ ୨୦ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୩।୫: ଆଇପିଏଲ ୨୦୨୪ର ୫୦ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧ ରନ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ପ୍ରଥମେ ବ୍ୟାଟିଂ...

ବାଂଲାଦେଶକୁ ହରାଇଲା ଭାରତ

ସିଲ୍‌ହେଟ୍‌,୨ା୫:ବାଂଲାଦେଶ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୭ଉଇକେଟରେ ବିଜୟ ହାସଲ କରିଛି। ଏଥିସହିତ ଦୁଇ ଦଳ ମଧ୍ୟରେ ଚାଲିଥିବା ୫ ମ୍ୟାଚ...

ଟି୨୦ ବିଶ୍ୱକପ ଦଳ ଚୟନକୁ ସମର୍ଥନ କଲେ ରୋହିତ

ମୁମ୍ବାଇ,୨ା୫: ଟି୨୦ କ୍ରିକେଟ ବିଶ୍ୱକପ ପାଇଁ ଦଳ ଚୟନକୁ ସମର୍ଥନ କରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଗୁରବାର ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri