କରୋନା ଯୋଗୁ ଶିଳ୍ପ ଜଗତର ଆଶଙ୍କା ବଢୁଛି

ନୂଆଦିଲ୍ଲୀ, ୨୮-୨: କରୋନା ଯୋଗୁ ବିଶ୍ୱ ବଜାରର ନକାରାତ୍ମକ ପ୍ରଭାବ ପଡିପାରେ। ଏହାକୁ ନେଇ ଶିଳ୍ପ ଜଗତ ଆଶଙ୍କା ପ୍ରକଟ କରିଛି। କରୋନା ପ୍ରଭାବରେ ବିଶ୍ୱ ଅଭିବୃଦ୍ଧି ୩୦ ବେସିସ୍‌ ପଏଣ୍ଟ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଫଳରେ ସାରା ବିଶ୍ୱକୁ ୨୫୦ ବିଲିୟନ ଡଲାରର ଝଟକା ଲାଗିପାରେ ବୋଲି ଶିଳ୍ପସଂଘ ପିଏଚ୍‌ଡିସିସିଆଇ ଗୁରୁବାର କହିଛି। ପିଏଚ୍‌ଡିସିସିଆଇ ସଭାପତି ଡି.କେ. ଅଗ୍ରଓ୍ବାଲ କହିଛନ୍ତି ଯେ, କରୋନା ଯୋଗୁ ଚାଇନାର ଯୋଗାଣ ଚେନ୍‌ କେବଳ ପ୍ରଭାବିତ ହୋଇନାହିଁ। ଅନ୍ୟ ଦେଶଗୁଡିକ ଉପରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି। ଆମଦାନୀ କରୁଥିବା ଦେଶଗୁଡିକର ରପ୍ତାନି ମଧ୍ୟ ପ୍ରଭାବିତ ହୋଇଛନ୍ତି। ଚାଇନାକୁ ଯେଉଁ ଦେଶଗୁଡିକ କଞ୍ଚାମାଲ ଆମଦାନୀ କରିବା ସହ ସାମଗ୍ରୀ ଅନ୍ୟ ଦେଶକୁ ରପ୍ତାନି କରୁଥିଲେ ସେମାନେ ଏଭଳି ସମସ୍ୟା ଦ୍ୱାରା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି।
ଏଭଳି ସ୍ଥିତିରେ ଦେଶ ମଧ୍ୟରେ ଚାହିଦା ବଢାଇବାର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଫାର୍ମା, ସୋଲାର, ଲୁହା, ଇସ୍ପାତ ଭଳି କ୍ଷେତ୍ର ବର୍ତ୍ତମାନ ପ୍ରଭାବିତ ସ୍ଥିତିରେ ରହିଛି। ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଚାଇନା ଏକ ପ୍ରମୁଖ ଅଂଶୀଦାର ରହି ଆସିଛି। ସାରା ବିଶ୍ୱର ମର୍ଚ୍ଚାଣ୍ଡାଇଜ ରପ୍ତାନିର ୧୩% ଅଂଶ ଏହା ହାସଲ କରିଛି। ଆମେରିକା, ହଂକଂ, ଜାପାନ, କୋରିଆ, ଭିଏତନାମ, ଜର୍ମାନୀ, ଭାରତ, ନେଦରଲାଣ୍ଡ ଭଳି ଅନ୍ୟ ଦେଶଗୁଡିକୁ ଏହା ରପ୍ତାନି କରୁଛି। ବିଶ୍ୱ ସ୍ତରରେ ବାଣିଜ୍ୟ କାରବାର ପ୍ରଭାବିତ ହେଲେ ଏହା ବିଶ୍ୱର ଅଭିବୃଦ୍ଧିକୁ ମଧ୍ୟ କ୍ଷତି ପହଞ୍ଚାଇବ ବୋଲି ଅଗ୍ରଓ୍ବାଲ ମତ ଦେଇଛନ୍ତି। କରୋନାର ପ୍ରଭାବ କେତେ ସମୟ ଯାଏ ରହିବ ତାହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ବଜାର ଅଂଶକୁ ପୁନଃ ହାସଲ କରିବା ଲାଗି ଭାରତ ଏହାର ଯୋଗାଣ ଚେନ୍‌କୁ ବଢାଇବାର ଆବଶ୍ୟକତା ରହିଛି। ଏହାବାଦ ଇଜ୍‌ ଅଫ୍‌ ଡୁଇଁ ବିଜନେସ, ବାଣିଜ୍ୟ ପ୍ରତିଦ୍ୱନ୍ଦ୍ୱିତା ଏବଂ ସୁବିଧା ଯୋଗାଣ ଭଳି ପ୍ରସଙ୍ଗକୁ ଦେଖିବାକୁ ହେବ ବୋଲି ସେ ମତ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri