ଜୋର୍‌ ଧରିଲା ସରକାର ମୋତେ ରୋଜଗାର ଦିଅ ନାରା

ବାରିପଦା ଅଫିସ, ୨୪ା୨- ଜିଲାକୁ ବେକାରମୁକ୍ତ କରିବା ପାଇଁ ଦାବିପତ୍ର ପ୍ରଦାନ ସହିତ ବିକ୍ଷୋଭ ପ୍ରଦର୍ଶନ କରାଗଲା। ହେଲେ କିଛି ବି ଫଳପ୍ରଦ ହେଲା ନାହିଁ। ଆଉ ନୁହେଁ ଏଥର ବେକାରମୁକ୍ତ ମୟୂରଭଞ୍ଜ ରଥ ଗଠନ କରାଯାଇ ଜିଲାର ବିଭିନ୍ନ ସ୍ଥାନରେ ବୁଲି ଜନସାଧାରଣଙ୍କୁ ସଚେତନ କରାଇବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଯିବ। ଆସନ୍ତା ମାର୍ଚ୍ଚ ୧୨ରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି ରଥ ଜିଲାର ବିଭିନ୍ନ ସ୍ଥାନରେ ବୁଲି ଜିଲାରେ ସବୁ କିଛି ସମ୍ବଳ ଥିଲା ବେଳେ କାହିଁକି ଯୁବତୀ ଯୁବକମାନେ ବେକାର ହୋଇ ବୁଲୁଛନ୍ତି ସେ ନେଇ ଲୋକମାନଙ୍କୁ ଜଣାଇବ। ସରକାର ମୋତେ ରୋଜଗାର ଦିଅ ନାରା ସାରା ଜିଲାରେ କମ୍ପିବ। ରବିବାର ଯୁବଛାତ୍ର ସଂଗଠନ ଭଞ୍ଜସେନା ଓ ଦଳିତ ଆଦିବାସୀ ମହାସଂଘ ଦ୍ୱାରା ବାରିପଦା ସ୍ମୃତି ଭବନଠାରେ ଆୟୋଜିତ ହୋଇଥିବା ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ହୋଇଛି।
ମାର୍ଚ୍ଚ ୧୨ ତାରିଖରେ ବେତନଟୀଠାରୁ ଏହି ରଥ ବାହାରି ଜିଲାର ସମସ୍ତ ବ୍ଲକ ପରିକ୍ରମା କରିବ। ବେକାରମୁକ୍ତ ମୟୂରଭଞ୍ଜ ରଥ କିପରି ସୂଚାରୁରୂପେ ଯାତ୍ରା କରିବ ସେ ନେଇ ମଧ୍ୟ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଥିଲା। ଶିମିଳିପାଳର ସୁରକ୍ଷା ସମେତ ଜିଲାର ପର୍ଯ୍ୟଟନସ୍ଥଳୀର ବିକାଶ, ବନ୍ୟଜାତ ଦ୍ରବ୍ୟର ଉଚିତ ବ୍ୟବସାୟୀକରଣ କରିବା, ଜିଲାର ବନ୍ଦ ହୋଇ ପଡ଼ି ରହିଥିବା ଛୋଟ ବଡ଼ କଳକାରଖାନା ଗୁଡ଼ିକ କାର୍ଯ୍ୟକ୍ଷମ କରି ବେକାରମୁକ୍ତ ମୟୂରଭଞ୍ଜ ଗଠନ କରିବା ଲାଗି ସଂଘ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି କରୁଛି। ଶିମିଳପାଳର ସମ୍ପୂର୍ଣ୍ଣ ସୁରକ୍ଷା ସମେତ ଏହାର ଚତୁଃପାର୍ଶ୍ୱରେ ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ଶତାଧିକ ପର୍ଯ୍ୟଟନସ୍ଥଳୀକୁ ବିକଶିତ କରାଯାଇ ପାରିଲେ ବର୍ଷତମାମ ସେ ସ୍ଥାନକୁ ପର୍ଯ୍ୟଟକମାନଙ୍କ ଆଗମନ ହୁଅନ୍ତା। ଶିମିଳିପାଳ ଅଭୟାରଣ୍ୟରେ ଥିବା ଦୁର୍ଲଭ ଔଷଧୀୟ ବୃକ୍ଷଗୁଡ଼ିକୁ ଚିହ୍ନଟ କରି ଏହାକୁ ବାହାରକୁ ରପ୍ତାନି କରାଯିବା ସହିତ ଜିଲାରେ ଆୟୁର୍ବେଦ ଔଷଧ ନିର୍ମାଣ ଶିଳ୍ପ ପ୍ରତିଷ୍ଠା କରାଯାଇ ପାରନ୍ତା । ସବାଇ ଘାସ ଶିଳ୍ପ ଓ ବାଉଁଶ ଶିଳ୍ପ ଚାହିଦାକୁ ଦୃଷ୍ଟିରେ ରଖି କାଗଜକଳ ଓ ବାଉଁଶ କୁଟୀରଶିଳ୍ପ କରାଯାଇ ପାରିଲେ ଜିଲାରେ ବେକାରି ସଂଖ୍ୟା ହ୍ରାସ ହୋଇପାରନ୍ତା ବୋଲି ପ୍ରସ୍ତୁତି ବୈଠକରେ ମତ ପ୍ରକାଶ ପାଇଥିଲା। ଆବାହକ କଳିଙ୍ଗ କେଶରୀ ଜେନା, ରାକେଶ ସିଂ, ପିଣ୍ଟୁ ମାଇତି, ରାକେଶ ବେହେରା, ବାଜୁନ ହାଁସଦା, ସଂଯୁକ୍ତା ବସା, ଶିବ ଦ୍ୱିବେଦୀ, ଇଶାନ ସିଂ, ପ୍ରଫେସର ଗୋପବନ୍ଧୁ ମହାନ୍ତ, ପୂର୍ବତନ ଏମ୍‌ପି ରାମଚନ୍ଦ୍ର ହାଁସଦା, ରମେଶ କୁମାର ସିଂ, ଅସିତ ପତି, ଭାନୁମିତ୍ରକ ଆଚାର୍ଯ୍ୟଙ୍କ ସମେତ ଏକାଧିକ କର୍ମକର୍ତ୍ତା, ବୁଦ୍ଧିଜୀବୀମାନେ ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri