Posted inଖେଳ

ସନ୍ତରଣରେ ଜୈନ ବିଶ୍ୱବିଦ୍ୟାଳୟକୁ ୪ ସ୍ବର୍ଣ୍ଣ; ଜିଏନଡିୟୁ ଫେନ୍ସିଂରେ ଜିତିଲା ୩ ସ୍ବର୍ଣ୍ଣ

ଭୁବନେଶ୍ୱର,୨୪।୨(ସ୍ପୋଟର୍‌ସ ବ୍ୟୁରୋ)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରାରମ୍ଭିକ ସଂସ୍କରଣରେ ରବିବାର ସନ୍ତରଣରେ ବେଙ୍ଗାଲୁରୁର ଜୈନ ବିଶ୍ୱବିଦ୍ୟାଳୟ ୪ଟି ସ୍ବର୍ଣ୍ଣ ପଦକ ହାସଲ କରି ପ୍ରଥମ ସ୍ଥାନରେ ରହିଛି। ସେହିପରି ଅମୃତସରର ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟ (ଜେଏନଡିୟୁ)ଫେନ୍ସିଂରେ ୩ଟି ସ୍ବର୍ଣ୍ଣ ପଦକ ଜିତି ଦ୍ୱିତୀୟ ସ୍ଥାନରେ ରହିଛି। ଫେନ୍ସିଂରେ କ୍ଲଷ୍ଟର ବିଶ୍ୱବିଦ୍ୟାଳୟର ରିୟା ବକ୍ସି ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।
ଜୈନର ଏସ୍‌.ଭି. ନିକିଥା ପାଖାପାଖି ୫ ମିନିଟ ବାକିଥାଇ ମହିଳା ୪୦୦ ମିଟର ଫ୍ରିଷ୍ଟାଇଲ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହାପରେ ସେ ୪X୨୦୦ମି. ଫ୍ରିଷ୍ଟାଇଲ୍‌ ରିଲେ ଟିମ୍‌ ଇଭେଣ୍ଟରେ ସେ ନିଜ ଦଳକୁ ଚାମ୍ପିୟନ କରାଇଥିଲେ। ଏହି କ୍ରମରେ ଜୈନ ଦିଲ୍ଲୀ ଓ ମୁମ୍ବାଇ ବିଶ୍ୱବିଦ୍ୟାଳୟକୁ ପଛରେ ପକାଇଥିଲା। ଜୈନ ତରଫରୁ ପୁରୁଷ ୪୦୦ ମି. ଫ୍ରିଷ୍ଟାଇଲ୍‌ରେ ଶିବା ଶ୍ରୀଧର ଓ ପୁରୁଷ ୨୦୦ମି. ବ୍ରେଷ୍ଟଷ୍ଟ୍ରୋକରେ ଏସ୍‌.ପି. ଲିକିଥ ମଧ୍ୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।
ଫେନ୍ସିଂ ଆରେନାରେ ବାମହାତୀ ରିୟା ବକ୍ସି ଫାଇନାଲରେ ପଞ୍ଜାବ ବିଶ୍ୱବିଦ୍ୟାଳୟର କାଜଲଙ୍କୁ ୧୫-୧୧ରେ ପରାସ୍ତ କରି ସ୍ବର୍ଣ୍ଣ ଜିତିଥିଲେ। ଫେନ୍ସିଂରେ ପୁରୁଷ ଫଏଲ ଓ ଇପି ଫାଇନାଲ୍ସରେ ଜବରଦସ୍ତ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ଔରଙ୍ଗାବାଦ୍‌ସ୍ଥିତ ଡଃ ବି.ଆର. ଆମ୍ବେଦକର ମରାଠାଓ୍ବାଡ଼ା ବିଶ୍ୱବିଦ୍ୟାଳୟର ତୁଷାର ରାଓ ସାହେବ ଅଧୀର ଜିଏନ୍‌ଡିୟୁର ତାରିକ ହୁସେନଙ୍କୁ ୧୫- ୧୪ରେ ପରାସ୍ତ କରି ସ୍ବର୍ଣ୍ଣ ଜିତିଥିଲେ। ଟିମ୍‌ ଇଭେଣ୍ଟରେ ଦଳର ସ୍ବର୍ଣ୍ଣ ପଦକ ବିଜୟରେ ମଧ୍ୟ ସେ ମୁଖ୍ୟ ଭୂମିକାଗ୍ରହଣ କରିଥିଲେ।
ମହିଳା ଇପିରେ ଜିଏନ୍‌ଡିୟୁର ଜ୍ୟୋତିକା ଦତ୍ତ ମଣିପୁର ବିଶ୍ୱବିଦ୍ୟାଳୟର ଲିନ୍ଥୋଇ ହାଓବାମଙ୍କୁ ଠିକ୍‌ ସମାନ ଢଙ୍ଗରେ ପରାସ୍ତ କରି ବାଜି ମାରିଥିଲେ।

କ୍ରିତିକା- ରାଗିଣୀ ସ୍ବର୍ଣ୍ଣ ପଦକ ଲଢ଼େଇ
କିଟ୍‌ରେ ଟପ୍‌ ର଼୍ୟାଙ୍କ କମ୍ପାଉଣ୍ଡ ଆର୍ଚର ମୁସ୍କାନ କିରାରା ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ। ସେ କ୍ୱାର୍ଟର ଫାଇନାଲରେ ରାଜସ୍ଥାନ ବିଶ୍ୱବିଦ୍ୟାଳୟର କୃତିକା ଶର୍ମାଙ୍କଠାରୁ ୧୩୬- ୧୪୪ରେ ପରାସ୍ତ ହୋଇଥିଲେ। ସେମିରେ କ୍ରିତିକା ରାଞ୍ଚି ବିଶ୍ୱବିଦ୍ୟାଳୟର ବବିତା କୁମାରୀଙ୍କୁ ୧୪୪-୧୪୦ରେ ପରାସ୍ତ କରିଥିଲେ। ସେ ମୁସ୍କାନଙ୍କ ବିଶ୍ୱବିଦ୍ୟାଳୟର ଦଳୀୟ ସାଥୀ ରାଗିଣୀ ମାର୍କୋଙ୍କୁ ଫାଇନାଲରେ ସ୍ବର୍ଣ୍ଣ ପଦକ ପାଇଁ ଭେଟିବେ।

ମୁକୁଲ- ବିସ୍‌ଲା ଫାଇନାଲ
ଟପ୍‌ ର଼୍ୟାଙ୍କର ସଂଗ୍ରାମପ୍ରୀତ ସିଂ ବିସ୍‌ଲା ପୁରୁଷ ଫାଇନାଲରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସେ ନିଜ ପଞ୍ଜାବ ବିଶ୍ୱବିଦ୍ୟାଳୟର ଦଳୀୟ ସାଥୀ ସୁଖମିନ୍ଦର ସିଂଙ୍କୁ ୧୪୭- ୧୪୫ରେ ହରାଇଛନ୍ତି। ଫାଇନାଲରେ ସେ ରାଜସ୍ଥାନ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ର଼୍ୟାଙ୍କର ଖେଳାଳି ମୁକୁଲ ଶର୍ମାଙ୍କୁ ଭେଟିବେ।

ହକିରେ ପଞ୍ଜାବ, ଭଲିବଲ୍‌ରେ ଏସ୍‌ଆର୍‌ଏମ, ଏଚ୍‌ପି ବିଜୟୀ
ହକିରେ ପଞ୍ଜାବ ବିଶ୍ୱବିଦ୍ୟାଳୟ ୩-୧ ଗୋଲରେ ମଧ୍ୟପ୍ରଦେଶର ଆଇଟିଏମ୍‌ ବିଶ୍ୱବିଦ୍ୟାଳୟକୁ ହରାଇଛି। ସେହିପରି ମହିଳା ଭଲିବଲ୍‌ରେ ହିମାଚଳ ପ୍ରଦେଶ(ଏଚ୍‌ପି) ବିଶ୍ୱବିଦ୍ୟାଳୟ ୩-୨ରେ ଏସ୍‌ଆରଏମ୍‌କୁ ହରାଇଛି। ପୁରୁଷ ଭଲିବଲ୍‌ରେ ଏସ୍‌ଆରଏମ ବିଶ୍ୱବିଦ୍ୟାଳୟ ୩-୨ରେ ଏମ୍‌ଜିୟୁ କୋଟ୍ୟାମଙ୍କୁ ପରାସ୍ତ କରିଛି।

ବାସ୍କେଟବଲ୍‌ରେ ହିନ୍ଦୁସ୍ତାନ, ଜିଏନ୍‌ଡିୟୁ, ନୂଆଦିଲ୍ଲୀ ବିଜୟୀ
ମହିଳା ବାସ୍କେଟବଲ୍‌ରେ ଚେନ୍ନାଇର ହିନ୍ଦୁସ୍ତାନ ବିଶ୍ୱବିଦ୍ୟାଳୟ ୭୩- ୫୫ରେ ମହାରାଷ୍ଟ୍ରକୁ , ଜିଏନ୍‌ଡିୟୁ ପ୍ରତିପକ୍ଷ ଗ୍ବାଲିୟରର ଲକ୍ଷ୍ମୀବାଇ ବିଶ୍ୱବିଦ୍ୟାଳୟକୁ ୧୦୨- ୮୨, କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟ ଜାମିଆ ମିଲିଆ ଇସ୍ଲାମିଆକୁ ୬୭- ୩୭ରେ, ନୂଆଦିଲ୍ଲୀ ୬୩- ୬୨ରେ ଗ୍ବାଲିୟର ଆଇଟିଏମକୁ ହରାଇଛି। ପୁରୁଷ ବିଭାଗ ବାସ୍କେଟବଲ୍‌ରେ ମୁମ୍ବାଇ ୮୬- ୮୫ରେ ଜୈନକୁ ହରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri