Posted inଫୁରସତ

ଡ୍ରିମ୍‌ ଓ୍ବେଡିଂ

ନିଜ ବିବାହକୁ ନେଇ ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ସ୍ବପ୍ନ ଥାଏ। ବିବାହକୁ ସ୍ମରଣୀୟ କରିବା ଲାଗି ଲୋକେ ଅନେକ ନୂତନ ତଥା ନିଆରା ପନ୍ଥା ଆପଣେଇଥାନ୍ତି। ଏଥିଲାଗି କିଏ ଡେଷ୍ଟିନେଶନ ଓ୍ବେଡିଂର ଯୋଜନା କରିଥାନ୍ତି ତ କେହି ମୁକ୍ତ ଆକାଶ ତଳେ ଷ୍ଟାର ନାଇଟ୍‌ ଓ୍ବେଡିଂ। ଲୋକମାନଙ୍କ ଏହି ସବୁ ଚାହିଦାକୁ ଦୃଷ୍ଟିରେ ରଖି ଆମେରିକାର ଲାସ୍‌ ଭେଗାସ୍‌ ଠାରେ ଓ୍ବେଡିଂ ପ୍ଲାନରମାନେ ବିଭିନ୍ନ ପ୍ରକାର ଥିମ୍‌କୁ ନେଇ ଓ୍ବେଡିଂ ପ୍ଲାନ କରିଥାନ୍ତି। ସାଧାରଣତଃ ରଙ୍ଗିନ ସହର ଲାସ୍‌ ଭେଗାସ୍‌ ଆମୋଦ ପ୍ରମୋଦ ତଥା ମଉଜମସ୍ତି ଲାଗି ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଥାଏ। ତେବେ ନିଜ ଜୀବନ ସାଥୀଙ୍କ ସହ ଏକ ସୁଖଦ ଏବଂ ସ୍ମରଣୀୟ ଜୀବନର ଶୁଭାରମ୍ଭ କରିବା ଲାଗି ପର୍ଯ୍ୟଟକମାନେ ଏହି ସହରକୁ ବାଛିଥାନ୍ତି। ଏଠାରେ ଓ୍ବେଡିଂ ପ୍ଲାନରମାନେ ଗ୍ରାହକଙ୍କ ପସନ୍ଦ ମୁତାବକ ହେଲିକପ୍ଟରରେ, ବିଶାଳ ରୋଲର କୋଷ୍ଟର ଉପରେ ତଥା ସାର୍କ ରିଫ୍‌ ଆକ୍ୱାରିୟମ ମଧ୍ୟରେ ସାର୍କମାନଙ୍କ ଗହଣରେ ବିବାହର ଆୟୋଜନ କରିଥାନ୍ତି। ସେଭଳି ବିଭିନ୍ନ ଥିମ୍‌ ଯଥା, ଡିସ୍କୋ ଥିମ୍‌, ରେଟ୍ରୋ ଥିମ୍‌, ଡ୍ରାକୁଲାସ୍‌ ଟୋମ୍ବ, ରକ୍‌ ଆଣ୍ଡ୍‌ ରୋଲ୍‌, ବିଚ୍‌ ପାର୍ଟି ତଥା ବିଭିନ୍ନ କମିକ୍‌ କ୍ୟାରେକ୍ଟରକୁ ନେଇ ଥିମ୍‌ ଓ୍ବେଡିଂ ପ୍ଲାନ କରିଥାନ୍ତି। ଉକ୍ତ ଥିମ୍‌ ଅନୁଯାୟୀ ବିବାହର ସମ୍ପୂର୍ଣ୍ଣ ସେଟ୍‌ର ଡିଜାଇନ୍‌, କଷ୍ଟ୍ୟୁମ୍‌ ତଥା ଖାଦ୍ୟର ମେନୁ ପ୍ରସ୍ତୁତ କରାଯାଇଥାଏ। ବିଭିନ୍ନ ଥିମ୍‌ ପାର୍ଟି ଲାଗି ଭିନ୍ନ ଭିନ୍ନ ପ୍ୟାକେଜ୍‌ ରହିଛି। ଗ୍ରାହକମାନେ ନିଜ ବଜେଟ ଏବଂ ପସନ୍ଦ ମୁତାବକ ପ୍ୟାକେଜ୍‌ ବାଛି ବିବାହକୁ ସ୍ମରଣୀୟ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମ ରିଲ କରିବାକୁ ଆପଣଙ୍କ ଫୋନରେ କେତେ ମେଗାପିକ୍ସେଲ କ୍ୟାମେରା ହେବା ଜରୁରୀ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ତିଆରି କରି ସମସ୍ତେ ଫେମଶ ହେବାକୁ ଚାହାଁନ୍ତି। ଏଥିପାଇଁ ଅନେକ ଲୋକ ବହୁତ କଠିନ ପରିଶ୍ରମ...

ପ୍ରଥମ ରୋଜଗାର ଟଙ୍କାର ସ୍ପର୍ଶ ଓ ଆପଣାପଣ ମୋ ପାଇଁ ଅଭୁଲା: ଗାଳ୍ପିକା ହେମାଙ୍ଗିନୀ ଦାଶ

ସେତେବେଳେ ବାପା ଥିଲେ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ଜମିବାଡ଼ି ଅଧିକ ଥିଲା ବୋଲି ମୋ ସାନ ଜେଜେମା’ ତାଙ୍କୁ ଶିକ୍ଷକତା କରିବାକୁ ଦେଇ...

ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର...

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

ଏହି ମସିହାରେ ପୃଥିବୀରୁ ଅଦୃଶ୍ୟ ହୋଇଯିବେ ମନୁଷ୍ୟ: ବାବା ଭେଙ୍ଗାଙ୍କ ଲୋମଟାଙ୍କୁରା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୫: ବୁଲଗେରିଆରେ ରହୁଥିବା ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତାମାନଙ୍କ ମଧ୍ୟରୁ ବାବା ଭେଙ୍ଗା ଅନ୍ୟତମ। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ। ବାବା ଭେଙ୍ଗା ମାତ୍ର ୧୨ ବର୍ଷ...

ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌

ଭାରତର ସବୁଠାରୁ ଗରମ ମାସ ହେଉଛି ମେ’ ଏବଂ ଜୁନ। ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ବିଶ୍ୱରେ...

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପ୍ରତିବର୍ଷ ମେ’ ୩ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ।  ଏହି ଦିନଟି ଭାରତ ତଥା ସମଗ୍ର ବିଶ୍ୱରେ ଗଣମାଧ୍ୟମର ଅବଦାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri