ଆଜିର ଅର୍ଥନୀତି/କେବଳ ଟୋକନିଜ୍‌ମ

ମଙ୍ଗଳବାର ରାଜ୍ୟ ବିଧାନସଭାରେ ଉପସ୍ଥାପିତ ୨୦୨୦-୨୧ର ବଜେଟ କେବଳ ଟୋକନିଜ୍‌ମ ଭଳି ମନେହେଉଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଦାବି କରିଥିଲେ ଯେ, ଚଳିତବର୍ଷର ରାଜ୍ୟ ବଜେଟ କେତେକ ଦୃଷ୍ଟିରୁ ଦେଶରେ ଓ ଆଉ କେତେକ ଦୃଷ୍ଟିରୁ ରାଜ୍ୟରେ ପ୍ରଥମ। ତେବେ କାଗଜବିହୀନ ବା ଇ-ବଜେଟ କ୍ଷେତ୍ରରେ ଓଡ଼ିଶା ହେଉଛି ଦ୍ୱିତୀୟ ରାଜ୍ୟ। ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରିବା ସମୟରେ ଇ-ବଜେଟ ଦେଖିବା ପାଇଁ ବିଧାୟମାନଙ୍କୁ ଟାବ୍‌ଲେଟ ଦିଆଯାଇଥିଲା। ତେବେ ଯେଉଁମାନଙ୍କ ପାଖରେ ସ୍ମାର୍ଟଫୋନ୍‌, ଟିଭି ବା କମ୍ପ୍ୟୁଟର ନାହିଁ, ସେମାନଙ୍କ ପକ୍ଷେ ବଜେଟର ତଥ୍ୟ ପାଇବା କଷ୍ଟକର ହୋଇଥିଲା। ସରକାର ଦାବି କରିଛନ୍ତି ଯେ, ବଜେଟ ପୁସ୍ତିକା ପ୍ରକାଶ ନ କରିବା ଦ୍ୱାରା ୭୦,୦୦୦ରୁ ଅଧିକ ଗଛଙ୍କ ଜୀବନ ବଞ୍ଚିଯାଇପାରିଛି। କାରଣ ବଜେଟ ବହି ଛାପିବା ପାଇଁ ଯେତିକି କାଗଜ ଖର୍ଚ୍ଚ ହୋଇଥାନ୍ତା, ସେତିକି କାଗଜ ତିଆରି ପାଇଁ ୭୦,୦୦୦ରୁ ଅଧିକ ଗଛ କାଟିବାକୁ ପଡ଼ିଥାନ୍ତା। ତେଣୁ ଇ-ବଜେଟ ଏକ ପରିବେଶ ଅନୁକୂଳ ପଦକ୍ଷେପ।
ପୂଜାରୀ ପୁଣି କହିଲେ ଯେ, ସେ ଏଥର ଜଳବାୟୁ ଓ ପୋଷଣ ଉପରେ ଭିନ୍ନ ଭିନ୍ନ ବଜେଟ ଉପସ୍ଥାପନ କରିଛନ୍ତି, ଯାହା ସମ୍ଭବତଃ ଦେଶରେ ପ୍ରଥମ। ପିଲାଙ୍କ ପାଇଁ ବଜେଟ ଓ ଲିଙ୍ଗ (ଜେଣ୍ଡର) ବଜେଟ ଆଉ ଦୁଇଟି ନୂଆ ଚିନ୍ତାଧାରା। କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ ପାଣିପାଗ ଉପରେ ଆଉ ଏକ ବଜେଟ ଶୀଘ୍ର ଆସିବ। ୨୦୧୩-୧୪ ମସିହାରୁ ସରକାର କୃଷି ଉପରେ ସ୍ବତନ୍ତ୍ର ବଜେଟ ଉପସ୍ଥାପନ କରିଆସୁଛନ୍ତି ଏବଂ ଏଥର ମଧ୍ୟ ତାହା କରିଛନ୍ତି। ବାସ୍ତବରେ କୃଷି ଉପରେ ସ୍ବତନ୍ତ୍ର ବଜେଟ ଉପସ୍ଥାପନ କରିବାରେ କର୍ନାଟକ ପରେ ଓଡ଼ିଶା ହେଉଛି ଦ୍ୱିତୀୟ ରାଜ୍ୟ। ଏହିସବୁ ଟୋକନିଜ୍‌ମ ବ୍ୟତୀତ ଅର୍ଥନୈତିକ ଦୃଷ୍ଟିରୁ ବଜେଟରେ ସେମିତି ମନେରଖିଲା ଭଳିଆ କିଛି ନୂଆ କଥା ନାହିଁ। ସମ୍ବଳ ସଂଗ୍ରହ ଓ ବ୍ୟୟ ଦୃଷ୍ଟିରୁ ସରକାର ପୂର୍ବ ଢାଞ୍ଚାରେ ରହିଛନ୍ତି। ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା ଯୋଗୁ ସମ୍ଭବତଃ ସରକାର କୃଷି ଲାଗି ଅଧିକ ବ୍ୟୟ ବରାଦ କରିପାରି ନାହାନ୍ତି। ଏହି କ୍ଷେତ୍ର ପାଇଁ ସରକାର ୧୯,୪୦୮ କୋଟି ଟଙ୍କା ବ୍ୟୟ ବରାଦ କରିଥିବା ବେଳେ ତାହା ୨୦୧୯-୨୦ କୃଷି ବଜେଟରେ ହୋଇଥିବା ବ୍ୟୟ ବରାଦ ତୁଳନାରେ ୧୩୦୬ କୋଟି ଟଙ୍କା କମ୍‌।
ଅର୍ଥମନ୍ତ୍ରୀ କିଛି କ୍ଷେତ୍ର ପାଇଁ କେତେକାଂଶରେ ମୁଣା ଖୋଲି ଦେଇଥିବା ବେଳେ ସମ୍ବଳ କେଉଁଠୁ ଆସିବ ସେ ବାବଦରେ ନୀରବ ରହିଛନ୍ତି। ପୂଜାରୀ ଦାବି କରିଛନ୍ତି ଯେ, ସେ ଶିଳ୍ପ କ୍ଷେତ୍ର ପାଇଁ ୫୭୫ କୋଟି ଟଙ୍କା ବା ଦୁଇଗୁଣ ବ୍ୟୟ ବରାଦ କରିଛନ୍ତି। ବାସ୍ତବ ଦୃଷ୍ଟିରୁ ଦେଖିଲେ ଏହା ସେମିତି ବେଶି କିଛି ନୁହେଁ। କୃଷି କ୍ଷେତ୍ରର ଦୁଃଖ ଦୂରକରିବାରେ ଚଳିତ ବଜେଟ ବିଫଳ ହୋଇଛି। ରାଜ୍ୟର ୭୫ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ବେଳେ କୃଷି ଭିତ୍ତିଭୂମି ବିକାଶ ଲାଗି କୌଣସି ଦୀର୍ଘମିଆଦୀ ଯୋଜନା ଗ୍ରହଣ କରାଯାଇନାହିଁ। ବିଶେଷତଃ ଉପକୂଳ ଅଞ୍ଚଳରେ ଜଳସେଚନ ଭିତ୍ତିଭୂମି ବିକାଶ, ନିର୍ଦ୍ଦିଷ୍ଟ କୃଷିଜାତ ସାମଗ୍ରୀ ପାଇଁ ମଣ୍ଡିର ବିକାଶ, କୃଷି ଉତ୍ପାଦର ବିକ୍ରି ପାଇଁ ବଜାର ସୁବିଧା ପ୍ରତିଷ୍ଠା, ରାଜ୍ୟରେ ବୈଜ୍ଞାନିକ ପଦ୍ଧତିରେ ଶସ୍ୟ ଭଣ୍ଡାର ଓ ଶୀତଳ ଭଣ୍ଡାର ପ୍ରତିଷ୍ଠା ପ୍ରଭୃତି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଅଧିକ ଦୃଷ୍ଟି ଦିଆଯିବାର ଆବଶ୍ୟକତା ଥିଲା। ବଢ଼ୁଥିବା ବେକାରି ସମସ୍ୟାର ସମାଧାନ ପାଇଁ ଅଧିକ ନିଯୁକ୍ତି ସୃଷ୍ଟି ଲାଗି କୌଣସି ପଦକ୍ଷେପ ନିଆଯାଇ ନାହିଁ। ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯାଇଥିଲେ ସେଥିରେ ବହୁ ଲୋକ ନିଯୁକ୍ତିର ସୁବିଧା ପାଇପାରିଥାନ୍ତେ। ରାଜ୍ୟରେ ୪୮୦ କିଲୋମିଟର ଦୀର୍ଘ ଉପକୂଳ ଏବଂ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ରହିଛି। ଏସବୁଗୁଡ଼ିକ ମଧ୍ୟରେ ଅନେକ ସ୍ଥାନ ରହିଛି ଯାହାକୁ ପର୍ଯ୍ୟଟନ କ୍ଷେତ୍ର ରୂପେ ବିକାଶ କରାଯାଇପାରିଥାନ୍ତା। ତା’ଛଡ଼ା ଅସଂଖ୍ୟ ପ୍ରାଚୀନ ମନ୍ଦିର ରହିଛି। ବିଶେଷତଃ ସ୍ବର୍ଣ୍ଣ ତ୍ରିଭୁଜ (ପୁରୀ, କୋଣାର୍କ ଓ ଭୁବନେଶ୍ୱର)କୁ ହଜାର ହଜାର ଧାର୍ମିକ ପର୍ଯ୍ୟଟକ ପ୍ରତିବର୍ଷ ଦେଶ ତଥା ଦେଶ ବାହାରୁ ଆସିଥାନ୍ତି। ପର୍ଯ୍ୟଟନ ବଜେଟର ସିଂହଭାଗ ପୁରୀ ଓ ଭୁବନେଶ୍ୱର ପାଇଁ ଦିଆଯାଇଛି। ଏହି କ୍ଷେତ୍ର ପାଇଁ ମୋଟ ୧୬୬୦ କୋଟି ଟଙ୍କା ବରାଦ କରାଯାଇଥିବା ବେଳେ ସେଥି ମଧ୍ୟରୁ ଏହି ଦୁଇଟି ସହର ପାଇଁ ୮୪୫ କୋଟି ଟଙ୍କା ଦିଆଯାଇଛି। ରାଜ୍ୟର ଅନ୍ୟ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକୁ ବି ଅନୁରୂପ ଭାବେ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ଥିଲା। ତେବେ ସ୍ବାସ୍ଥ୍ୟ, ଶିକ୍ଷା ଓ ଗ୍ରାମାଞ୍ଚଳରେ ପାନୀୟ ଜଳଯୋଗାଣ ପାଇଁ ସରକାର ବଜେଟରେ ଯେଉଁ ବ୍ୟବସ୍ଥା କରିଛି ତାହା କିଛି ପରିମାଣରେ ଆଶାନୁରୂପ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆପ୍ରେମୀ ନାହାନ୍ତି

ଓଡ଼ିଶାରେ ନିର୍ବାଚନ ଚାଲିଥିବା ବେଳେ ଏବେ ‘ଅସ୍ମିତା’ ସର୍ବାଧିକ ବ୍ୟବହୃତ ଶବ୍ଦ ପାଲଟିଯାଇଛି। ସବୁ ଦଳ ଏହି ପ୍ରସଙ୍ଗକୁ ନେଇ ପରସ୍ପରକୁ ଦୋଷାରୋପ କରୁଛନ୍ତି। ସାହିତ୍ୟ,...

ଏଇ ଭାରତରେ

ଟେକ୍ସଟାଇଲ ଶିଳ୍ପରୁ ବର୍ଜ୍ୟ କପଡ଼ା ସଂଗ୍ରହ କରି ସେଥିରୁ ଷ୍ଟେସ୍‌ନେରି ଉତ୍ପାଦ ପ୍ରସ୍ତୁତ କରୁଛନ୍ତି ସୁରଟର ରାଶି ଅଗ୍ରଓ୍ବାଲା। ସେ ବର୍ଜ୍ୟରୁ ଡାଏରି, ଜର୍ନାଲ, ପ୍ଲାନର,...

ପ୍ଲାଷ୍ଟିକ୍‌ : ଏକ କ୍ଷୁଦ୍ର ପ୍ରବନ୍ଧ

ଶୈଳେନ୍ଦ୍ର ଦ୍ୱିବେଦୀ   ଆନ୍ତର୍ଜାତିକ ସ୍ତରରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ଏବଂ ତଜ୍ଜନିତ ପ୍ରଦୂଷଣ ରୋକିବା ପାଇଁ ବିଶ୍ୱସ୍ତରରେ ରାଜିନାମା କଥା ଗୁରୁତ୍ୱର ସହ ଚିନ୍ତା କରାଯାଉଥିବାବେଳେ...

ମନ୍ତ୍ରଶକ୍ତିର ପ୍ରଭାବ

ଡ. ଛାୟାକାନ୍ତ ଷଡ଼ଙ୍ଗୀ   ବୈଦିକ ଋଷିମାନଙ୍କୁ ମନ୍ତ୍ରଦ୍ରଷ୍ଟା କୁହାଯାଏ। ଦାର୍ଶନାର୍ଥକ ଦୃଶ୍‌ ଧାତୁରୁ ଦ’ କାର ଲୋପ ହୋଇ ଋଷି ଶବ୍ଦ ଗଠିତ। ନିରୁକ୍ତାଚାର୍ଯ୍ୟ...

ଆଇନରୁ ଆଭାସ

ସଂସଦର ପ୍ରାଥମିକ କାର୍ଯ୍ୟ ହେଉଛି ଆଇନ ଗଢ଼ିବା। କିଏ ଆଇନ ଗଢ଼ିବେ ଏବଂ ପାସ୍‌ କରିବେ ତାହା ବିଚାରକରି ଆମେ ଲୋକ ସଭାକୁ ପ୍ରାର୍ଥୀଙ୍କୁ ଚୟନକରୁ।...

କିମାଶ୍ଚର୍ଯ୍ୟମ

ମହାଭାରତର ଯକ୍ଷ ପ୍ରଶ୍ନ ‘କିମାଶ୍ଚର୍ଯ୍ୟମ?’ ର ଉତ୍ତରରେ ଯୁଧିଷ୍ଠିର କହିଥିଲେ, ପ୍ରତି ମୁହୂର୍ତ୍ତରେ ଲକ୍ଷ ଲକ୍ଷ ଜୀବ ମୃତ୍ୟୁବରଣ କରୁଥିଲେ ମଧ୍ୟ ଆମେ ଚିରଦିନ ବଞ୍ଚିବା...

ଆଷ୍ଟ୍ରାଜେନେକାର ସ୍ବୀକାର ଓ ଭାରତ

ଷ୍ଟ୍ରାଜେନେକା ହେଉଛି ଏକ ବ୍ରିଟେନ-ସୁଇଡେନ ମଲ୍‌ଟିନ୍ୟାଶନାଲ ଫାର୍ମାସ୍ୟୁଟିକାଲ ଆଣ୍ଡ ବାୟୋଟେକ୍ନୋଲୋଜି କମ୍ପାନୀ। ଏହି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ରହିଥିବା କମ୍ପାନୀ ନିକଟରେ ବ୍ରିଟେନର ଏକ ଅଦାଲତରେ...

ଏଇ ଭାରତରେ

ଭାରତର ପ୍ରମୁଖ ସହରଗୁଡ଼ିକରେ ଥିବା କ୍ୟାନ୍‌ସର ହସ୍ପିଟାଲରେ ଚିକିତ୍ସାର ସୁବିଧା ରହିଥିଲେ ମଧ୍ୟ ପୀଡ଼ିତଙ୍କୁ ନେଇ ବାରମ୍ବାର ଯିବା ଓ ସେଠାରେ ରହି କେମୋଥେରାପି ନେବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri