Posted inଖେଳ

କଳିଙ୍ଗରେ ୬ ଗ୍ରୁପ୍‌, ୨ ନକ୍‌ଆଉଟ ମ୍ୟାଚ

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି)- ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ୭ମ ସଂସ୍କରଣ ଭାରତର ୫ଟି ସହରରେ ନଭେମ୍ବର ୨ରୁ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ମଙ୍ଗଳବାର ନୂଆଦିଲ୍ଲୀଠାରେ ଫିଫା ଏବଂ ସ୍ଥାନୀୟ ଆୟୋଜକ କମିଟି ପକ୍ଷରୁ କାର୍ଯ୍ୟସୂଚୀ, ଆୟୋଜକ ସହର ନାମ ଏବଂ ଅଫିସିଆଲ ସ୍ଲୋଗାନ ଉନ୍ମୋଚନ କରାଯାଇଛି। ପ୍ରତିଯୋଗିତା ଆରମ୍ଭ ହେବାକୁ ଆଉ ୨୫୮ ଦିନ ବାକି ଥିବାବେଳେ ଅହମ୍ମଦାବାଦ, ଭୁବନେଶ୍ୱର, ଗୁଆହାଟୀ, କୋଲକାତା ଓ ନଭି ମୁମ୍ବାଇରେ ମ୍ୟାଚ ଗୁଡ଼ିକ ଖେଳାଯିବ ବୋଲି ସ୍ପଷ୍ଟ କରାଯାଇଛି। ବିଶ୍ୱର ଶ୍ରେଷ୍ଠ ୧୬ଟି ଯୁବ ମହିଳା ଦଳକୁ ନେଇ ହେବାକୁ ଯାଉଥିବା ପ୍ରତିଯୋଗିତାର ଅଫିସିଆଲ ସ୍ଲୋଗାନ ‘କିକ୍‌ ଅଫ୍‌ ଦି ଡ୍ରିମ’ ରଖା ଯାଇଛି। ଏଥିରେ ମୋଟ ୩୨ଟି ମ୍ୟାଚ ଅନୁଷ୍ଠିତ ହେବ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ମୋଟ ୬ଟି ଗ୍ରୁପ ଏବଂ ୨ଟି ନକ୍‌ଆଉଟ ମ୍ୟାଚ ଖେଳାଯିବ। ନଭେମ୍ବର ୨, ୫ ଓ ୮ରେ ୨ଟି ଲେଖାଏ ଗ୍ରୁପ ମ୍ୟାଚ, ୧୨ରେ କ୍ୱାର୍ଟର ଫାଇନାଲ ଏବଂ ୧୭ରେ ସେମିଫାଇନାଲ ଅନୁଷ୍ଠିତ ହେବ। ନଭେମ୍ବର ୨୧ରେ ନଭି ମୁମ୍ବାଇରେ ଫାଇନାଲ ଖେଳାଯିବ। ଆଗାମୀ ଦିନର ମହିଳା ଫୁଟବଲ ପ୍ରତିଭାଙ୍କୁ ନେଇ ହେବାକୁ ଯାଉଥିବା ଟୁର୍ନାମେଣ୍ଟର ଭେନ୍ୟୁ ଚୂଡ଼ାନ୍ତ ଏବଂ କାର୍ଯ୍ୟସୂଚୀ ଘୋଷଣା ପରେ ପ୍ରତିଯୋଗିତାକୁ ନେଇ ସ୍ବାଭାବିକଭାବେ ଉଷ୍ମତା ବଢ଼ିଛି।
”୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ୨୦୨୦ ଆୟୋଜନ କରିବାକୁ ଯାଉଥିବା ୫ ସହରକୁ ମୁଁ ଆନନ୍ଦର ସହ ଅଭିନନ୍ଦନ ଜଣାଉଛି। ଭାରତ ଆଉ ଏକ ଫିଫା ଇଭେଣ୍ଟ ଆୟୋଜନ କରିବାକୁ ଯାଉଥିବାରୁ ସାରା ଭାରତବାସୀ ଏହାକୁ ସମର୍ଥନ କରନ୍ତୁ ବୋଲି ମୁଁ ଚାହୁଁଛି। ଏଥିସହିତ ଏହାର ଗ୍ରାଣ୍ଡ ସଫଳତା କାମନା କରୁଛି। ଭାରତୀୟ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ଦଳ ପ୍ରଥମଥରପାଇଁ ଫିଫା ଟୁର୍ନାମେଣ୍ଟ ଖେଳିବାକୁ ଯାଉଛି। ଏହା ଦେଶ ପାଇଁ ଗର୍ବର କଥା ଏବଂ ଆବଶ୍ୟକ ସମସ୍ତ ସହଯୋଗ ଯୋଗାଇବାକୁ ଆମେ ପ୍ରସ୍ତୁତ“ ବୋଲି କାର୍ଯ୍ୟକ୍ରମ ଅବସରରେ କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ପ୍ରକାଶ କରିଛନ୍ତି।
ଗତବର୍ଷ ଫ୍ରାନ୍ସରେ ମହିଳା ଫିଫା ବିଶ୍ୱକପ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଭାରତରେ ୨୦୧୭ରେ ଆୟୋଜିତ ୧୭ ବର୍ଷରୁ କମ୍‌ ପୁରୁଷ ଫିଫା ବିଶ୍ୱକପ ମଧ୍ୟ ସଫଳ ହୋଇଥିଲା। ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପରେ ସେହି ଉତ୍ସାହ ଦେଖିବାକୁ ମିଳିବ ବୋଲି ଆୟୋଜକମାନେ ଆଶା ରଖିଛନ୍ତି। ‘କିକ୍‌ ଅଫ ଦି ଡ୍ରିମ’ ବାର୍ତ୍ତା ମାଧ୍ୟମରେ ଭାରତର ଉଭୟ ମହିଳା ଓ ପୁରୁଷ ଫୁଟବଲ ଦଳକୁ ଉତ୍ସାହିତ କରିବା ମୁଖ୍ୟ ଲକ୍ଷ୍ୟ। ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ଟୁର୍ନାମେଣ୍ଟ କାର୍ଯ୍ୟସୂଚୀ, ଆୟୋଜକ ସହର, ଅଫିସିଆଲ ସ୍ଲୋଗାନ ପ୍ରତିଯୋଗିତାର ଏବଂ ଭାରତ ଓ ବିଶ୍ୱର ଫୁଟବଲ ପ୍ରଶଂସକଙ୍କ ପାଇଁ ବଡ଼ ମୁହୂର୍ତ୍ତ ବୋଲି ଫିଫା ମହିଳା ଫୁଟବଲ ମୁଖ୍ୟ ଅଧିକାରୀ ସାରାଇ ବାରେମାନ ପ୍ରକାଶ କରିଛନ୍ତି। ଏହି ପ୍ରତିଯୋଗିତାରେ କେବଳ ଯେ ମହିଳା ଫୁଟବଲର ଉନ୍ନତି ହେବ ତା ନୁହେଁ, ଭାରତ ଏବଂ ବିଶ୍ୱର ଫୁଟବଲପ୍ରେମୀମାନେ ଏହି ପ୍ରତିଯୋଗିତାରେ ଆଗାମୀ ଦିନର ମହିଳା ସୁପରଷ୍ଟାରଙ୍କୁ ଦେଖିବାକୁ ପାଇବେ ବୋଲି ସେ କହିଛନ୍ତି।
” କାର୍ଯ୍ୟସୂଚୀ ଘୋଷଣା ପ୍ରତିଯୋଗିତାର ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ଏହାଦ୍ୱାରା ଆମେ କେଉଁ ସହରରେ ଟୁର୍ନାମେଣ୍ଟ ଆୟୋଜନ ହେବ ଏବଂ କେଉଁ ମ୍ୟାଚ କେଉଁଠାରେ ହେବ ଜାଣିବାକୁ ମିଳିଛି। ଫୁଟବଲପ୍ରେମୀମାନେ କେଉଁ ମ୍ୟାଚ ଦେଖିବେ ତାହା ଏବେ ସ୍ଥିର କରିପାରିବେ। ଆୟୋଜକ ସହର ଗୁଡ଼ିକ ପ୍ରତିଯୋଗିତାକୁ ଅତ୍ୟନ୍ତ ସଫଳତାର ସହ ସମ୍ପନ୍ନ କରିବା ନେଇ ମୁଁ ଦୃଢ଼ ନିଶ୍ଚିତ“ ବୋଲି ଆୟୋଜକ କମିଟି ମୁଖ୍ୟ ତଥା ଫିଫା କାଉନ୍‌ସିଲ ସଦସ୍ୟ ପ୍ରଫୁଲ୍ଲ ପଟେଲ ପ୍ରକାଶ କରିଛନ୍ତି। ଫିଫାର ୟୁଥ୍‌ ଟୁର୍ନାମେଣ୍ଟ ମୁଖ୍ୟ ରୋବେର୍ଟୋ ଗ୍ରାସି କହିଛନ୍ତି ଯେ, ” ୫ଟି ଆୟୋଜକ ସହରରେ ୧୬ଟି ଦଳ ୩୨ ମ୍ୟାଚରେ ଅବତୀର୍ଣ୍ଣ ହେବେ। ଉଦୀୟମାନ ମହିଳା ଫୁଟବଲ ଖେଳାଳିଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ। ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ସ୍ଥାନୀୟ ଆୟୋଜକ କମିଟି ସହିତ ମିଶି ପ୍ରତିଯୋଗିତାକୁ ଜୀବନ୍ତ କରି ଗଢ଼ିତୋଳିବାକୁ ଆମେ ବ୍ୟଗ୍ର। ଚଳିତ ବର୍ଷ ଶେଷଭାଗରେ ଭାରତରେ ଏହି ଟୁର୍ନାମେଣ୍ଟ ଚିତ୍ତାକର୍ଷକ ହେବ ବୋଲି ଆମେ ଆଶା ରଖିଛୁ। ଉଚ୍ଚସ୍ତରରେ ଭଲ ପ୍ରଦର୍ଶନ ପାଇଁ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ ଏକ ଭଲ ପ୍ଲାଟଫର୍ମ“। ଅନ୍ୟପକ୍ଷରେ ”ପ୍ରଥମଥରପାଇଁ ଭାରତର ଏକ ମହିଳା ଦଳ ଫିଫା ବିଶ୍ୱକପରେ ଭାଗ ନେବାକୁ ଯାଉଛି। ଦେଶର ମହିଳା କ୍ରୀଡ଼ାରେ ଏହା ଏକ ସ୍ମରଣୀୟ ମୁହୂର୍ତ୍ତ। ‘କିକ୍‌ ଅଫ ଦି ଡ୍ରିମ୍‌’ ସ୍ଲୋଗାନ ଟୁର୍ନାମେଣ୍ଟ ପାଇଁ ଅତ୍ୟନ୍ତ ପ୍ରଯୁଜ୍ୟ ଏବଂ ଦେଶରେ ମହିଳା ଫୁଟବଲ ଖେଳାଳିଙ୍କ ସ୍ବପ୍ନ ସାର୍ଥକ କରିବା ପାଇଁ ଏକ ସୁନ୍ଦର ମାଧ୍ୟମ“ ବୋଲି ସ୍ଥାନୀୟ ଆୟୋଜକ କମିଟି ଟୁର୍ନାମେଣ୍ଟ ନିର୍ଦ୍ଦେଶକ ରୋମା ଖାନ୍ନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

‘ସେ ତେନ୍ଦୁଲକର ଥିଲେ…’ Vaibhav Suryavanshiଙ୍କୁ ଭାରତୀୟ ଟିମରେ ସ୍ଥାନ ଦିଆଯାଉ, BCCI ନିକଟରେ ବଡ଼ ଦାବି କଲେ ଥରୁର

ନୂଆଦିଲ୍ଲୀ,୨୫।୧୨: କଂଗ୍ରେସ ଏମପି ଶଶି ଥରୁର ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିଭାକୁ କିମ୍ବଦନ୍ତୀ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରିଛନ୍ତି। ଥରୁର BCCIକୁ ୧୪ ବର୍ଷୀୟ...

RCB ଖେଳାଳିଙ୍କ ବିରୋଧରେ ବୟସ ଜାଲିଆତି ଅଭିଯୋଗ, ସୂଚନା ପାଇଲା ବିସିସିଆଇ ଦୁର୍ନୀତି ନିବାରଣ ୟୁନିଟ

ନୂଆଦିଲ୍ଲୀ,୨୫।୧୨: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମ ଥର ପାଇଁ IPL ୨୦୨୫ରେ ଚାମ୍ପିଅନ ହୋଇଥିଲା। ଏବେ, ଫ୍ରାଞ୍ଚାଇଜ IPL ୨୦୨୬ପାଇଁ ପ୍ରସ୍ତୁତ ହେଉଛି। ଡିସେମ୍ବର ୧୬ରେ...

IPL 2026 ପ୍ଲେଅଫରେ ପହଞ୍ଚିବ କେଉଁ ୪ଟି ଟିମ୍‌? ବଡ଼ ଭବିଷ୍ୟବାଣୀ କଲେ ପୂର୍ବତନ କ୍ରିକେଟର!

ନୂଆଦିଲ୍ଲୀ,୨୫।୧୨: IPL 2026 ଖେଳାଳିଙ୍କ ମିନି-ନିଲାମ ନିକଟରେ ଶେଷ ହୋଇଛି। ଡିସେମ୍ବର ୧୬ରେ ଆବୁଧାବିରେ IPL ମିନି-ନିଲାମ ହୋଇଥିଲା, ଯେଉଁଥିରେ ୨୯ ବିଦେଶୀ ଖେଳାଳିଙ୍କ ସମେତ...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri