Posted inଖେଳ

ଜାତୀୟ ଟିମ୍‌ ଚେସ୍‌ ଚାମ୍ପିୟନଶିପ୍‌: ପଦ୍ମିନୀଙ୍କୁ ସ୍ବର୍ଣ୍ଣ, ସ୍ବୟମ୍ସ, ବୈଭବଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୧୫।୨(କ୍ରୀଡ଼ା ପ୍ରତିନିଧି)-
ଅହମ୍ମଦାବାଦରେ ଅନୁଷ୍ଠିତ ୪୦ତମ ଜାତୀୟ ଟିମ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ବିଭିନ୍ନ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଶା ଖେଳାଳିମାନେ ଚମତ୍କାରିତା ପ୍ରଦର୍ଶନ କରିଛନ୍ତି। ଅନ୍ତର୍ଜାତୀୟ ମାଷ୍ଟର ପଦ୍ମିନୀ ରାଉତ ସ୍ବର୍ଣ୍ଣ ପଦକ ପାଇଥିବାବେଳେ ଗ୍ରାଣ୍ଡମାଷ୍ଟର (ଜିଏମ) ସ୍ବୟମ୍ସ ମିଶ୍ର ଏବଂ ବୈଭବ ମିଶ୍ର ବ୍ୟକ୍ତିଗତ ପ୍ରଭାବୀ ପ୍ରଦର୍ଶନ ପାଇଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ତାଙ୍କ ଟିମ୍‌ ଏୟାର ଇଣ୍ଡିଆ ୧୦ମ ସ୍ଥାନରେ ରହି ପ୍ରତିଯୋଗିତା ଶେଷ କରିଥିଲେ ହେଁ ସ୍ବୟମ୍ସ ୯ ରାଉଣ୍ଡରୁ ୬.୫ ପଏଣ୍ଟ ପାଇ ୩ୟ ବୋର୍ଡରେ ବ୍ୟକ୍ତିଗତ ବ୍ରୋଞ୍ଜ ପାଇଛନ୍ତି। ଏୟାର ଇଣ୍ଡିଆ ପକ୍ଷରୁ ସ୍ବୟମ୍ସଙ୍କ ବ୍ୟତୀତ ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠିତ ଖେଳାଳି ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ) ସ୍ବୟଂଶୁ ସତ୍ୟପ୍ରଜ୍ଞ, ଜିଏମ ନାରାୟଣ ଶ୍ରୀନାଥ, ଜିଏମ ତେଜାସ ବାକ୍ରେ ଓ ଆଇଏମ ଚନ୍ଦ୍ରଶେଖର ଗୋଖଲେ ପ୍ରତିନିଧିତ୍ୱ କରୁଥିଲେ। ବ୍ୟକ୍ତିଗତ ପ୍ରଦର୍ଶନକୁ ନେଇ ସ୍ବୟମ୍ସ ସନ୍ତୋଷ ପ୍ରକାଶ କରିଛନ୍ତି।
ବୈଭବ ପ୍ରଭାବୀ
ପ୍ରତିଯୋଗିତାରେ ଭାଗ ନେଇଥିବା ଓଡ଼ିଶା‘ଏ’ ୮ମ ସ୍ଥାନରେ ରହି ପ୍ରତିଯୋଗିତା ଶେଷ କରିଛି। ଓଡ଼ିଶା ‘ଏ’ ପକ୍ଷରୁ ଆଇଏମ ସିଦ୍ଧାନ୍ତ ମହାପାତ୍ର, ଉତ୍କଳ ରଞ୍ଜନ ସାହୁ, ରାଜେଶ ନାୟକ, ଆଶୀର୍ବାଦ ସ୍ବାଇଁ ଓ ବୈଭବ ମିଶ୍ର ପ୍ରତିନିଧିତ୍ୱ କରୁଥିଲେ। ଉତ୍କଳ ଦଳର ନେତୃତ୍ୱ ନେଉଥିଲେ। ବୈଭବ ୪ର୍ଥ ବୋର୍ଡରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ପ୍ରତିଯୋଗିତାରେ ଭାଗ ନେଇଥିବା ଓଡ଼ିଶା ‘ବି’ ୧୪ତମ ସ୍ଥାନରେ ସନ୍ତୁଷ୍ଟ ରହିଛି। ଏହି ଦଳରେ ଅଂଶୁମାନ ସାମଲ, ନିଲ୍‌ସୁ ପଟ୍ଟନାୟକ, ସୁସୋଭିତ ଦାସ, ଆଶୁତୋଷ ମହାନ୍ତି ଖେଳୁଥିଲେ। ସୁସୋଭିତ ଦାସ ଦଳର ନେତୃତ୍ୱ ନେଇଥିଲେ।
ପଦ୍ମିନୀଙ୍କ ଟିମ୍‌ ଚାମ୍ପିୟନ
ପ୍ରତିଯୋଗିତାର ମହିଳା ବିଭାଗରେ ଆଇଏମ୍‌ ପଦ୍ମିନୀ ରାଉତଙ୍କ ପେଟ୍ରୋଲିୟମ ସ୍ପୋଟର୍‌ସ ପ୍ରମୋଶନ ବୋର୍ଡ ଚାମ୍ପିୟନ ହୋଇଛି। ଏହି ଦଳରେ ପଦ୍ମିନୀଙ୍କ ସହିତ ମହିଳା ଗ୍ରାଣ୍ଡମାଷ୍ଟର ମାରି ଆନ ଗୋମ୍ସ, ସୌମ୍ୟା ସ୍ବାମୀନାଥନ, ମହିଳା ଅନ୍ତର୍ଜାତୀୟ ମାଷ୍ଟର ରକ୍ଷିତା ଦେବୀ ଓ ଆଇଏମ ନିଶା ମୋହତା ଖେଳୁଥିଲେ। ପେଟ୍ରୋଲିୟମ ସ୍ପୋଟର୍‌ସ ପ୍ରମୋଶନ ବୋର୍ଡ ୭ ମ୍ୟାଚରୁ ୭ ବିଜୟ ହାସଲ କରିଥିଲା।
ଓଡ଼ିଶାର ପ୍ରଥମ ମହିଳା ଗ୍ରାଣ୍ଡମାଷ୍ଟର (ଡବ୍ଲ୍ୟୁଜିଏମ)କିରଣ ମନୀଷା ମହାନ୍ତି ଏହି ପ୍ରତିଯୋଗିତାରେ ତାଙ୍କ ନିଯୁକ୍ତି ସଂସ୍ଥା ଏଲଆଇସି ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଏଥିରେ ଏଲଆଇସି ୯ମ ସ୍ଥାନ ଅଧିକାର କରିଥିଲା। କିରଣଙ୍କ ବ୍ୟତୀତ ଡବ୍ଲ୍ୟୁଜିଏମ ସ୍ବାତୀ ଘାଟେ, ଅନଘା ୟାର୍ଡି, ମହିଳା ଫିଡେ ମାଷ୍ଟର ବିନ୍ଦୁ ସରିତା କେ. ଓ ମନୀଷା ତ୍ରିବେଦୀ ଏହି ଦଳ ପକ୍ଷରୁ ଖେଳୁଥିଲେ।
ଓଡ଼ିଶାକୁ ୧୪ତମ ସ୍ଥାନ
ମହିଳା ବିଭାଗରେ ଲୋପାମୁଦ୍ରା ରାଉତରାୟ, ନବନୀତା ପଟ୍ଟନାୟକ, ସ୍ମାରକୀ ମହାନ୍ତି ଓ କ୍ୟାଣ୍ଡିଡେଟ ମାଷ୍ଟର ଅପରାଜିତା ଗୋଚ୍ଛିକାର ଓଡ଼ିଶା ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ। ତେବେ ୭ ରାଉଣ୍ଡରୁ ୬ ପଏଣ୍ଟ ପାଇ ଓଡ଼ିଶା ଦଳ ୧୪ତମ ସ୍ଥାନରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସିଖବର

ନୂଆଦିଲ୍ଲୀ,୭।୫: ଭାରତୀୟ କ୍ରିକେଟ ଦଳର କିଛି ଖେଳାଳି ଟି-୨୦ ବିଶ୍ୱକପ ଘୋଷଣା ପରେ ଫ୍ଲପ ହୋଇଥିବାର ନଜର ଆସିଥିଲେ। କିନ୍ତୁ ବର୍ତ୍ତମାନ ଦଳ ପାଇଁ ଏକ...

ପ୍ଲେ ଅଫ୍‌ ଯାଇପାରିବ କି ମୁମ୍ବାଇ ଇଣ୍ଡିଆନ୍ସ: ଜାଣନ୍ତୁ କ’ଣ କହୁଛି ସମୀକରଣ

ମୁମ୍ବାଇ,୭।୫: ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆଇପିଏଲ ୨୦୨୪ର ଚତୁର୍ଥ ବିଜୟ ପଞ୍ଜିକରଣ କରିଛି। ସିଜିନର ୫୫ତମ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକ ମୁମ୍ବାଇ...

ଟି-୨୦ ବିଶ୍ୱକପ୍‌ ପାଇଁ ଲଞ୍ଚ୍‌ ହେଲା ଟିମ୍‌ ଇଣ୍ଡିଆର ଜର୍ସି: ଏହି ଲୁକ୍‌ରେ ନଜର ଆସିବେ ଖେଳାଳି

ନୂଆଦିଲ୍ଲୀ,୭।୫: ଟି-୨୦ ବିଶ୍ୱକପକୁ ମାତ୍ର କିଛି ସପ୍ତାହ ବାକି ଅଛି ଏବଂ କିଛି ଘଣ୍ଟା ପୂର୍ବରୁ ଭାରତୀୟ ଦଳର ଜର୍ସି ଲଞ୍ଚ୍‌ ହୋଇଛି॥ ଭାରତୀୟ ଦଳର...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି ଟିମ୍‌ ଇଣ୍ଡିଆ? ବିସିସିଆଇ ନେଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ,୭।୫: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଅନୁଷ୍ଠିତ ହେବ ଏବଂ ଏହି ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବା ଉପରେ ସନ୍ଦେହ ରହିଛି।...

ଜୁନିୟର ମହିଳା ହକି ଦଳରେ ଓଡ଼ିଶାର ୪

ନୂଆଦିଲ୍ଲୀ,୭ା୫ (ପି.ଟି.): ମେ ୨୧ରୁ ୨୯ ପର୍ଯ୍ୟନ୍ତ ୟୁରୋପ ଟୁର୍‌ ପାଇଁ ହକି ଇଣ୍ଡିଆ ସୋମବାର ୨୨ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରିଛି। ଏଥିରେ...

ଧର୍ମଶାଳାରେ ଭାରତର ପ୍ରଥମ ହାଇବ୍ରିଡ ପିଚ୍‌

ଧର୍ମଶାଳା,୭।୫(ପି.ଟି.): ଭାରତର ସର୍ବପ୍ରଥମ ହାଇବ୍ରିଡ ପିଚ୍‌ ଧର୍ମଶାଳା କ୍ରିକେଟ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏଚ୍‌ପିସିଏ) ପକ୍ଷରୁ ସୋମବାର ଏହି କାର୍ଯ୍ୟକ୍ରମ...

କ୍ୱାର୍ଟର ଫାଇନାଲରେ ସହିଦ ସ୍ପୋର୍ଟିଂ

ଭୁବନେଶ୍ୱର, ୭।୫ (ତପନ ସ୍ବାଇଁ): ପାରାମାଉଣ୍ଟ ସ୍ପୋର୍ଟିଂ ଆନୁକୂଲ୍ୟରେ ଏହାର ପଡ଼ିଆରେ ଚାଲିଥିବା ୬ଷ୍ଠ ଅରବିନ୍ଦ ସ୍ମାରକୀ ୧୬ ବର୍ଷରୁ କମ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର...

ନୋରିସଙ୍କୁ ପ୍ରଥମ ଫର୍ମୁଲା ଓ୍ବାନ ସଫଳତା

ମାୟାମି ଗାର୍ଡେନ୍ସ, ୭ା୫: ବିଶ୍ୱ ଚାମ୍ପିୟନ ତଥା ରେଡ୍‌ବୁଲର ମାକ୍ସ ଭର୍ଷ୍ଟାପେନ୍‌ଙ୍କୁ ୭ ସେକେଣ୍ଡ ପଛରେ ପକାଇ ଲାଣ୍ଡୋ ନୋରିସ ଏଠାରେ ମାୟାମି ଗ୍ରଁା ପ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri