Posted inଖେଳ

ଏଫ୍‌ଆଇଏଚ୍‌ ପୁରସ୍କାର : ବିବେକ ଶ୍ରେଷ୍ଠ ଉଦୀୟମାନ ଖେଳାଳି

ନୂଆଦିଲ୍ଲୀ, ୧୧।୨-
ଭାରତୀୟ ହକି ଦଳର ମିଡ୍‌ଫିଲ୍ଡର ବିବେକ ସାଗର ପ୍ରସାଦ ୨୦୧୯ ବର୍ଷ ପାଇଁ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫଆଇଏଚ୍‌)ର ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ଜିତିଛନ୍ତି। ରାଇଜିଂ ଷ୍ଟାର ଅଫ ଦି ଇୟର ପୁରସ୍କାର ଦୌଡ଼ରେ ବିବେକ ଆର୍ଜେଣ୍ଟିନାର ମାଇକୋ କାସେଲା, ଅଷ୍ଟ୍ରେଲିଆର ବ୍ଲାକ୍‌ ଗୋଭର୍ସ, ଗ୍ରେଟ ବ୍ରିଟେନର ଜାଚାରୀ ଓ୍ବାଲାସ ଓ ନେଦରଲାଣ୍ଡ୍ସର ଜୋନାସ ଡି ଜିଉସଙ୍କୁ ପଛରେ ପକାଇ ଦେଇଛନ୍ତି। ବିବେକ ଜାତୀୟ ଆସୋସିଏଶନ ଗୁଡ଼ିକରୁ ୫୦ ପ୍ରତିଶତ ଭୋଟ ପାଇଥିବାବେଳେ ୨୩ ପ୍ରତିଶତ ମିଡିଆ ଓ ୧୫.୧ ପ୍ରତିଶତ ଫ୍ୟାନ୍ସ/ପ୍ଲେୟର୍ସ ଭୋଟ ପାଇଛନ୍ତି। ମୋଟ ଉପରେ ତାଙ୍କର ଭୋଟ ହାର ହେଉଛି ୩୪.୫ ପ୍ରତିଶତ। ସେହି ତୁଳନାରେ କାସେଲା ୨୨ ଓ ଗୋଭର୍ସ ୨୦.୯ ପ୍ରତିଶତ ଭୋଟ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।
ଏହି ସଫଳତା ପାଇଁ ୧୯ ବର୍ଷୀୟ ବିବେକଙ୍କୁ ହକି ଇଣ୍ଡିଆ ପକ୍ଷରୁ ଅଭିନନ୍ଦନ ଜଣାଯାଇଛି। ୨୦୧୮ରେ ନ୍ୟୁଜିଲାଣ୍ଡ ଟୁର୍‌ରେ ମାତ୍ର ୧୭ ବର୍ଷରେ ବିବେକ ବିଶ୍ୱର ଦ୍ୱିତୀୟ ସର୍ବକନିଷ୍ଠ ଖେଳାଳିଭାବେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଏହାପରେ ସେ ଭାରତୀୟ ସିନିୟର ଦଳରୁ ୫୦ରୁ ଅଧିକ ମ୍ୟାଚ ଖେଳି ସାରିଛନ୍ତି। ସେ ୨୦୧୯ରେ ଅନୁଷ୍ଠିତ ସୁଲତାନ ଆଜଲାନ ଶାହ କପ୍‌ ହକିରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ। ଫାଇନାଲରେ ଭାରତ ଶୁଟ୍‌ଆଉଟରେ କୋରିଆଠାରୁ ହାରି ଯାଇଥିଲା। ସେହିପରି ୨୦୧୯ରେ ସେ ଭୁବନେଶ୍ୱରରେ ଅନୁଷ୍ଠିତ ଏଫଆଇଏଚ୍‌ ପୁରୁଷ ହକି ସିରିଜ ଫାଇନାଲ୍ସରେ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ଏହା ପ୍ରତିଯୋଗିତାରେ ସେ ଶ୍ରେଷ୍ଠ ଯୁବ ଖେଳାଳି ପୁରସ୍କାର ପାଇଥିଲେ। ଏହା ବ୍ୟତୀତ ଏହି ବର୍ଷ ସେ ଏଫଆଇଏଚ୍‌ ଅଲିମ୍ପିକ୍‌ କ୍ୱାଲିଫାୟର୍ସରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ଅଲିମ୍ପିକ୍ସ ଯୋଗ୍ୟତା ପ୍ରଦାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।
”ଏହା ମୋ ପାଇଁ ସ୍ମରଣୀୟ। ମୋତେ ଏହି ପୁରସ୍କାର ପାଇଁ ଯେଉଁମାନେ ଭେଟ ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଉଛି। ଆଗାମୀ ଦିନରେ ଆହୁରି କଠିନ ପରିଶ୍ରମ ପାଇଁ ଏହା ମୋତେ ଉତ୍ସାହିତ କରିଛି“ ବୋଲି ବିବେକ ନିଜ ପ୍ରତିକ୍ରୀୟାରେ କହିଛନ୍ତି। ଏହି ଅବସରରେ ବିବେକ ଭାରତୀୟ ଦଳର ସିନିୟର ଖେଳାଳିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ମୁଁ ଯେତେବେଳେ ତ୍ରୁଟି କରିଥାଏ ସିନିୟର ଖେଳାଳିମାନେ ଧୈର୍ଯ୍ୟ ନ ହରାଇବାକୁ ପରାମର୍ଶ ଦେଇଥାନ୍ତି ଏବଂ ତ୍ରୁଟି ସୁଧାରି ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଉତ୍ସାହିତ କରିଥାନ୍ତି ବୋଲି ବୁଏନ୍ସ ଆରିଜଠାରେ ଅନୁଷ୍ଠିତ ୨୦୧୮ ୟୁଥ୍‌ ଅଲିମ୍ପିକ୍ସରେ ନିଜ ନେତୃତ୍ୱରେ ଭାରତକୁ ରୌପ୍ୟ ପଦକ ବିଜୟୀ କରାଇଥିବା ବିବେକ ପ୍ରକାଶ କରିଛନ୍ତି। ବିବେକଙ୍କୁ ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ଅଭିନନ୍ଦନ ଜଣାଇଛନ୍ତି। ”ସମ୍ମାନଜନକ ଏଫଆଇଏଚ୍‌ ରାଇଜିଂ ଷ୍ଟାର ଅଫ ଦି ଇୟର ପୁରସ୍କାର ପାଇଥିବାରୁ ବିବେକଙ୍କୁ ଅଭିନନ୍ଦନ। ଭବିଷ୍ୟତରେ ଅଧିକ ଭଲ ପ୍ରଦର୍ଶନ ପାଇଁ ତାଙ୍କୁ ଶୁଭେଚ୍ଛା। ଏହି ପୁରସ୍କାର ନିଶ୍ଚିତ ତାଙ୍କୁ ଉତ୍ସାହିତ କରିବ“ ବୋଲି ମୁସ୍ତାକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ, ବାଂଲାଦେଶରେ ଦୀପୁଙ୍କ ବନ୍ଧୁମାନେ ବିଶ୍ୱାସଘାତକତା କରି…

ବାଂଲାଦେଶର ମୈମନସିଂ ଜିଲାର ଏକ କପଡ଼ା କାରଖାନାରେ କାମ କରୁଥିବା ୨୭ ବର୍ଷୀୟ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ଗୁରୁବାର (ଡିସେମ୍ବର ୧୬) ଦିନ...

ପାକିସ୍ତାନଠାରୁ ହାରିବା ପରେ ଜବାବ ମାଗିଲା BCCI

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପାକିସ୍ତାନଠାରୁ ଭାରତର ୧୯ ବର୍ଷରୁ କମ ଫାଇନାଲ ପରାଜୟରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଟୁର୍ଣ୍ଣାମେଣ୍ଟରେ ଉପବିଜେତା ପାଇଁ...

ପ୍ରବଳ କୁହୁଡି ଯୋଗୁ ଦେଖାଗଲାନି ରାସ୍ତା: ଗଛରେ ପିଟିହେଲା ପରିବା ବୋଝେଇ ମିନିଟ୍ରକ, ଘଟଣାସ୍ଥଳରେ…

ଦାରିଙ୍ଗବାଡି, ୨୩।୧୨ (ଅରୁଣ ସାହୁ): ଏକ ପନିପରିବା ବୋଝେଇ ମିନିଟ୍ରକ ଦୁର୍ଘଟଣା ଘଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ହେଲପର ଆହତ ହୋଇଛନ୍ତି। ପ୍ରକାଶଯେ,...

ଠକ ସଂସ୍ଥାର ୩ ଅଧିକାରୀ ଅଟକ: ଚାକିରି, ଋଣ କରାଇଦେବେ କହି ନେଉଥିଲେ ଟଙ୍କା

ପାରଳାଖେମୁଣ୍ଡି,୨୩ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ବେକାର ଯୁବତୀ ଯୁବକଙ୍କୁ ବିଭିନ୍ନ ଚାକିରି ଆଉ ସେମାନଙ୍କ ପାଇଁ ଋଣ କରାଇଦେବା ଏବଂ ଘରେ ବସି ଡିଜିଟାଲରେ ଟଙ୍କା...

ଶୀତଦିନେ ମୁହଁ ଘୋଡ଼ାଇ ଶୋଉଥିଲେ ସାବଧାନ! ଏହି ବ୍ୟକ୍ତିଙ୍କ ପାଇଁ ହୋଇପାରେ….

ନୂଆଦିଲ୍ଲୀ,୨୩।୧୨: ପ୍ରାୟତଃ, ଶୀତ ମାସରେ, ଆମେ ଶୋଇବା ସମୟରେ ଆମର ସମ୍ପୂର୍ଣ୍ଣ ମୁହଁକୁ କମ୍ବଳରେ ଘୋଡ଼ାଇ ରଖିଥାଉ କାରଣ ଏହା ଆମକୁ ଆରାମଦାୟକ ଏବଂ ଗରମ...

ଟାର୍ଗେଟରେ କ୍ରିକେଟରଙ୍କ ପରିବାର, ପତ୍ନୀ ପିଲାଙ୍କୁ ମିଳିଲା ହତ୍ୟା ଧମକ

ସିଡ଼ନୀ,୨୩।୧୨: ଡିସେମ୍ବର ୧୪ରେ ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚରେ ଘଟିଥିବା ଭୟଙ୍କର ଗଣ ଗୁଳିକାଣ୍ଡ ସମଗ୍ର ଦେଶକୁ ଚକିତ କରିଦେଇଥିଲା। ପ୍ରାୟ ୩୦ ବର୍ଷ ମଧ୍ୟରେ...

ଟି-୨୦ ବିଶ୍ୱକପ ପରେ ବଦଳିବେ ଅଧିନାୟକ! ସୂର୍ଯ୍ୟକୁମାରଙ୍କ ପରେ ଏହି ୩ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ମିଳିପାରେ ଦାୟିତ୍ୱ

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ ଦଳ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ୨୦୨୬ ଟି୨୦ ବିଶ୍ୱକପ ଖେଳିବ। କିନ୍ତୁ, ତାଙ୍କ ଚୟନ ପରଠାରୁ, ଏହି ଟୁର୍ନାମେଣ୍ଟ ଅଧିନାୟକ ଭାବରେ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri