ଜିଡିପିରେ କରୋନା ଭାଇରସ୍‌

ସହଦେବ ସାହୁ
ଉହାନ୍‌ ନାମକ ପ୍ରଦେଶ କରୋନା ଭାଇରସ୍‌-୨୦୧୯ (2019-nCoV)ର ଉପତ୍ତ୍ତିସ୍ଥଳ ହୋଇଥିବାରୁ ଚାଇନା ସେ ପ୍ରଦେଶଟିକୁ ପୂରାପୂରି ଘେରବନ୍ଦୀ କରିରଖିଛି, ଅନ୍ୟ ଅଞ୍ଚଳ ସହ ଏହାର ସମ୍ପର୍କ ତୁଟାଇ ଦେଇଛି। ଚାଇନାରେ ଏହା ବ୍ୟାପୁଥିବାରୁ ଚାଇନା ବି ପୃଥିବୀର ଅନ୍ୟ ଦେଶଗୁଡ଼ିକଠାରୁ ଯୋଗାଯୋଗ ଉପରେ କଟକଣା ନିଜେ କରିଛି ଏବଂ ଅନ୍ୟ ଦେଶଗୁଡ଼ିକ ବି ଚାଇନା ଉପରେ କଟକଣା ଲାଗୁ କରିଛନ୍ତି। ଉହାନ ପ୍ରଦେଶର ଲୋକଙ୍କ କଷ୍ଟ ବଢିଯାଇଛି ଏବଂ ସେଠାରେ ମୃତ୍ୟୁସଂଖ୍ୟା ବି ବଢିଚାଲିଛି। ବିଶ୍ୱର ୨୯ଟି ଦେଶରେ କରୋନା ବ୍ୟାପିଲାଣି ଓ ଏହି ଭୂତାଣୁ ଉପରେ ନିୟନ୍ତ୍ରଣର ଉପାୟ ଏ ଯାଏ ବାହାରି ନାହିଁ।
ଏତେ ଦୂରରେ ଥାଇ ବି ଆମ ଦେହରେ ବିନା ଗ୍ରୀଷ୍ମରେ ଝାଳ ବୋହିଲାଣି, ଆମେ ହଇରାଣରେ ପଡିଲୁଣି। କାରଣ ଆମଦାନି-ରପ୍ତାନିରେ କଟକଣା। ଯଦି ଚାଇନାରୁ ମାଲମତା ଯୋଗାଣ ଶୀଘ୍ର ଆରମ୍ଭ ନ ହୁଏ, ଆମେ ଏତେ ଅଭାବରେ ପଡିବୁ ଯେ ବହୁତ ଖାଉଟି ଦ୍ରବ୍ୟର ଦାମ୍‌ ଖୁବ୍‌ ବଢିଯିବ। ଚାଇନାର ବିକଳ୍ପ ତିଆରି କରିବାକୁ ସମୟ ଲାଗିବ, ପୁଞ୍ଜି ବହୁତ ବି ଦରକାର ହେବ। ଏବେ କେତେକ ଆଣ୍ଟିବାୟୋଟିକ୍‌, ଆଣ୍ଟିଇନ୍‌ଫ୍ଲାମେଟାରି, ଯନ୍ତ୍ରଣାହ୍ରାସକ ଔଷଧଗୁଡିକର ଦର ଆକାଶଛୁଆଁ ହେଲାଣି। ପାରାସିଟାମଲ୍‌ର ଦର କିଲୋକୁ ୨୬୦ ଟଙ୍କାରୁ ବଢି ୩୬୦ ହେଲାଣି। ନିମେସୁଲାଇଡ୍‌ ୪୫୦ ଟଙ୍କାରୁ ୧୧ଶହ ହେଲାଣି, ଦୁଇଗୁଣରୁ ବେଶି। ବ୍ୟାକ୍ଟେରିଆର ଆକ୍ରମଣରୁ ରକ୍ଷା ପାଇଁ ଆଜିଥ୍ରୋମାଇସିନ୍‌ ଏବଂ ଶ୍ୱାସକ୍ରିୟାଜନିତ ସଂକ୍ରମଣର ଚିକିତ୍ସା ପାଇଁ ମଣ୍ଟେଲୁକାଷ୍ଟ ଦର ଶତକଡା ୩୦ ଭାଗ ବଢିଗଲାଣି। ସିପ୍ଲା ଭଳି କମ୍ପାନୀଗୁଡ଼ିକ ଚାଇନାରୁ ଆମଦାନି କରି ଔଷଧ ତିଆରି କରନ୍ତି। ଯାହା ଜଣାପଡୁଛି, ଯଦି ଚାଇନାର ଯୋଗାଣକାରୀ କମ୍ପାନୀଗୁଡ଼ିକ ଫେବୃୟାରୀ ଶେଷସୁଦ୍ଧା ସେମାନଙ୍କ ଉପତ୍ାଦନ ଓ ଭାରତକୁ ରପ୍ତାନି ଆରମ୍ଭ ନ କରନ୍ତି ତେବେ ଦୁଇମାସ ପାଖାପାଖି ଷ୍ଟକ୍‌ ରଖୁଥିବା ଔଷଧ କମ୍ପାନୀଗୁଡ଼ିକ ବଡ ଅସୁବିଧାରେ ପଡିଯିବେ।
ଇଲେକ୍ଟ୍ରୋନିକ୍ସ ଶିଳ୍ପରେ ଟେଲିଭିଜନ ପ୍ୟାନେଲ୍‌, ଏଲ୍‌ଇଡି ଚିପ୍ସ, ରେଫ୍ରିଜରେଟର୍‌ ଓ ଏୟାର କଣ୍ଡିଶନର୍‌ର କମ୍ପ୍ରେସର୍‌, ବିଭିନ୍ନ ପ୍ରକାରର ମୋଟର ଭଳି ସାମଗ୍ରୀ ବହୁ ପରିମାଣରେ ଚାଇନାରୁ ଆସେ। ଯଦି ବହୁଦିନ ଧରି ଚାଇନାର ରପ୍ତାନି ବନ୍ଦ ହୋଇଯାଏ, ଭାରତରେ ଇଲେକ୍ଟ୍ରୋନିକ୍ସ ଶିଳ୍ପର ଦୁର୍ଦ୍ଦିନ ଆସିଯିବ। ଟେଲିଭିଜନ ପ୍ୟାନେଲ ଅଭାବ ହେଉଥିବାରୁ ହଂକଂରୁ ପଠାଉଥିବା କମ୍ପାନୀଗୁଡ଼ିକ ଶତକଡା ୫ରୁ ୭ ଦାମ୍‌ ବଢାଇଦେଲେଣି। ଯଦି ଆଉ ଗୋଟିଏ ମାସ ଏମିତି ଚାଲେ ତେବେ ଶିଳ୍ପଟି ମୃତପ୍ରାୟ ହୋଇଯିବ। ଜୋତା କଥା ଦେଖନ୍ତୁ। ଉଡ୍‌ଲ୍ୟାଣ୍ଡ ଭଳି ଜୋତା ଚାଇନାରୁ କଞ୍ଚାମାଲ ଆଣେ, ଯଦି ତା’ର ଦରକାରର ଶତକଡା ୧୦ ଭାଗ ବି ନ ପାଏ, ତେବେ ଉଡ୍‌ଲାଣ୍ଡ କମ୍ପାନୀର ଜୋତା ବ୍ୟବସାୟ ବନ୍ଦ ହୋଇଯିବ। ଚାଇନା ଭିନ୍ନ ଅନ୍ୟ ଦେଶକୁ ତା’ର ଉପତ୍ାଦନ କାରଖାନା ଉଠାଇ ନେବାକୁ ଚାହିଁଲେ ବି ଉଡ୍‌ଲ୍ୟାଣ୍ଡକୁ ବହୁତ ଦିନ ଲାଗିବ।
ମୋବାଇଲ ହ୍ୟାଣ୍ଡସେଟ୍‌ କଥା କହିଲେ ନ ସରେ। ଆଉ ଗୋଟିଏ ଦୁଇଟି ସପ୍ତାହ ଭିତରେ ଯଦି ଚାଇନାର କମ୍ପାନୀଗୁଡ଼ିକ ପୂରା ଦମ୍‌ରେ ଚାଲୁ ନ ହୁଅନ୍ତି ତାହାହେଲେ ଭାରତରେ ମୋବାଇଲ ସେଟ୍‌ ମିଳିବା କଷ୍ଟକର ହେବ। ବିକଳ୍ପ ଜାଗା ଖୋଜିବା ପାଇଁ ଭାରତୀୟ କମ୍ପାନୀଗୁଡ଼ିକ ଲାଗିପଡିଛନ୍ତି।
ମୋଟରଗାଡିରେ ବି ସେହି କଥା, ଅଧିକାଂଶ ପାର୍ଟସ୍‌ ଚାଇନାରୁ ଆସେ ଓ ଶସ୍ତା ପଡେ। ଚାଇନାରେ ମୋଟର କମ୍ପାନୀଗୁଡିକର କର୍ମଚାରୀଙ୍କୁ ଛୁଟି କରିଦିଆଯାଇଛି। ଫେବୃୟାରୀ ୯ରେ ଖୋଲିବା କଥା, ତାହା ଏବେ ଡେରି ହେବ। ଏମ୍‌ଜି ମୋଟରର ଭାରତୀୟ ବ୍ୟବସାୟୀ ରାଜୀବ ଚାବା କହନ୍ତି, ତାଙ୍କ ହାତରେ ଏସ୍‌ୟୁଭି ଶ୍ରେଣୀର ଗାଡି ପାଇଁ ୧୮୦୦୦ ବୁକିଂ ଅଛି ଏବଂ ଇଲେକ୍ଟ୍ରିକ୍‌ ଭେଇକ୍ଲ ପାଇଁ ୨୪୦୦ ଶହ। ତାହା ପୂରଣ କରିବା ଅସମ୍ଭବ ହୋଇପଡିବ। ମହୀନ୍ଦ୍ରା ଆଣ୍ଡ ମହୀନ୍ଦ୍ରା କମ୍ପାନୀର ବିଏସ୍‌ ୪ ଗାଡିଗୁଡିକର ବିକ୍ରି ବନ୍ଦ ହୋଇଯିବ, ଯଦି ମାର୍ଚ୍ଚ ୩୧ ପୂର୍ବରୁ ସେ କମ୍ପାନୀ ଚାଇନାରୁ ତା’ର ପାର୍ଟସ୍‌ ନ ପାଏ।
ଚାଇନାକୁ ହୀରା ଏବଂ ସାମୁଦ୍ରିକ ଖାଦ୍ୟର ରପ୍ତାନି ବନ୍ଦ ହୋଇଯିବାରୁ ଭାରତର ବହୁତ କ୍ଷତିହେବ। ଚାଇନିଜ୍‌ ନିୟୁ ଇଅର୍‌ରେ ହୀରା ବହୁତ ବିକ୍ରି ହୁଏ। ଏ ବର୍ଷ ଆରମ୍ଭରେ ଚାଇନା ଗ୍ରାହକମାନଙ୍କ ଅନୁସନ୍ଧାନ ଢେର କମିଯାଇଛି। ସେମିତି ସାମୁଦ୍ରିକ ଖାଦ୍ୟରେ ଚାଇନା ଯାହା ଭାରତରୁ ମଗାଏ ତାହା ବନ୍ଦ କରିଦେଇଛି। ଚାଇନାରେ ଚିଙ୍ଗୁ୍‌ଡ଼ି ଉପତ୍ାଦନ କମିଯାଉଥିବାରୁ ଗତ ଦୁଇବର୍ଷ ହେଲା ଭାରତରୁ ବେଶି ଚିଙ୍ଗୁଡ଼ି ନେଉଥିଲା। ପ୍ରାୟ ୧୦ ବିଲିୟନ ଡଲାର ମୂଲ୍ୟର ରପ୍ତାନି ବନ୍ଦ ହୋଇଯାଇଥିବାରୁ ଭାରତରେ ଚିଙ୍ଗୁଡ଼ି ଓ ମାଛର ଗୋଦାମ ଭର୍ତ୍ତି ହୋଇଗଲାଣି।
ଧନିଆ ଓ ଲଙ୍କା ଭଳି ମସଲା ଚାଇନା ଭାରତଠାରୁ ଆମଦାନି କରେ। ଯଦି କରୋନା ଭାଇରସ୍‌ ଯୋଗୁ ଆଉ ଦୁଇମାସ ଚାଇନାର ଆମଦାନି ବନ୍ଦ ରହେ, ଭାରତରେ ମାର୍ଚ୍ଚ ଏପ୍ରିଲରେ ବାହାରୁଥିବା ରବି ଋତୁର ମସଲା ବହୁତ କ୍ଷତିଗ୍ରସ୍ତ ହେବ। ଗତବର୍ଷ ଭାରତ ୪୬,୫୦୦ କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ (ସି’ଫୁଡ୍‌) ଏବଂ ୧୯,୫୦୦ କୋଟି ଟଙ୍କାର ମସଲା ଚାଇନାକୁ ରପ୍ତାନି କରିଥିଲା। ଆମଦେଶର ପ୍ରାକୃତିକ ରବରର ମୁଖ୍ୟ ଗ୍ରାହକ ହେଉଛି ଚାଇନା। ତାହା ବନ୍ଦ ହୋଇଗଲେ ବା ମାନ୍ଦା ହୋଇଗଲେ ଜମାକରା ହେଉଥିବା ରବର ନଷ୍ଟ ହୋଇଯିବ। କେରଳ ଭଳି ରାଜ୍ୟ ବହୁତ କ୍ଷତି ସହିବେ।
ଭାରତର ଫୋନ୍‌ ବ୍ୟବସ୍ଥାରେ ଚାଇନାର ପ୍ରଭାବ ଏତେ ବେଶି ଯେ ଆମେ ତାହା ବନ୍ଦ କରିପାରିବା ନାହିଁ। ଚାଇନାର ପ୍ରଭାବ ତ ବଢି ବଢି ଚାଲିଛି। ଆମେରିକାର ପ୍ରକାଣ୍ଡକାୟ କମ୍ପାନୀ ଆମାଜନ୍‌, ଫେସ୍‌ବୁକ୍‌ ଓ ହ୍ବାଟ୍‌ସଆପ୍‌ ଆଦି ରାଜନୈତିକ ଚାଲବାଜିର ଶିକାର ହୋଇ ବି ଚାଇନାକୁ ଛାଡିପାରୁ ନାହାନ୍ତି। ଚାଇନାର ଫୋନ୍‌ ଶିଳ୍ପ ହିଁ ତାହାର ଉପସ୍ଥିତ ଜିଡିପିକୁ ୧୪.୧ ଟ୍ରିଲିଅନ ଡଲାରକୁ ଉଠାଇନେଇଛି, ୨୦୨୪ ବେଳକୁ ୨୦ ଟ୍ରିଲିଅନ ଡଲାର କରିଦେବ। କାରଣ କୋଟି କୋଟି ଗ୍ରାହକ ଚାଇନା ତିଆରି ଫୋନ୍‌ ଶସ୍ତାରେ କିଣୁଛନ୍ତି। ହଂକଂର ଏକ ଗବେଷଣା କେନ୍ଦ୍ର ‘କାଉଣ୍ଟର ପଏଣ୍ଟ ରିସର୍ଚ୍ଚ’ ଦେଖାଇଛି ଯେ ଚାଇନା ତିଆରି ସ୍ମାର୍ଟଫୋନ୍‌ ୨୦୧୯ରେ ବଜାରର ଶତକଡା ୭୨ ଭାଗ ଛୁଇଁଲାଣି। (୨୦୧୮ରେ ଶତକଡା ୬୦ ଥିଲା।) ଭାରତରେ ବିକ୍ରିହେଉଥିବା ସ୍ମାର୍ଟଫୋନ୍‌ର ଶତକଡା ୯୯ ଭାଗ ଆମ ଦେଶରେ ତିଆରି ହେଉଛି କହିବା ବେଳେ ଆମେ ଭୁଲି ଯାଉଛୁ ଯେ ବିଭିନ୍ନ କିସମର ସ୍ମାର୍ଟ ଫୋନ୍‌ ଯୋଗାଉଥିବା ସାଓମି ଓ ବିବିକେ ନାମକ ଦୁଇଟି ପ୍ରକାଣ୍ଡକାୟ ଚାଇନା କମ୍ପାନୀ ଆମ ଦେଶରେ ଯୋଡାଯୋଡି (ଆସେମ୍ବ୍ଲି) କରୁଛନ୍ତି, ପ୍ରକୃତ ମାନୁଫାକ୍ଚରିଂ ନୁହେଁ। ପୁଣି ୫ଜି ପାଇଁ ଆମକୁ ହୁଆଇ କମ୍ପାନୀ ଉପରେ ନିର୍ଭର କରିବାକୁ ହେବ।
ବାଦଲ ଭିତରେ ବି ରୁପେଲି ଆଲୋକ ଲୁଚି ରହିଥାଏ। ଚାଇନା ପ୍ରତି ଆନ୍ତର୍ଜାତିକ ଜାହାଜ ଓ ବିମାନ ଚଳାଚଳରେ କଟକଣା ଆସିଯାଇଥିବାରୁ ବିଦେଶରୁ ଅଶୋଧିତ ତୈଳ କି ରନ୍ଧାବଢା ତେଲ ଚାଇନାକୁ ଯାଇପାରୁ ନାହିଁ। ଚାଇନା ଲୋକସଂଖ୍ୟାକୁ ଚାହିଁ ଏତେ ଖଣିଜ ତେଲ ଓ ରାନ୍ଧଣା ତେଲ ଆମଦାନୀ କରେ ଯେ ଆନ୍ତର୍ଜାତିକ ବାଣିଜ୍ୟ ବନ୍ଦ ହୋଇଥିବାରୁ ଅଶୋଧିତ ଖଣିଜ ତେଲ ଓ ରାନ୍ଧଣା ତେଲର ଦର ଆମ ପାଇଁ ଶସ୍ତା ହେବ। ତଥାପି ଆମେ ଚାହୁଁ କରୋନା ଭାଇରସ୍‌ ଶୀଘ୍ର ନିୟନ୍ତ୍ରଣାଧୀନ ହୋଇଯାଉ ଏବଂ ବିଶ୍ୱ ଆଶ୍ୱସ୍ତ ହେଉ।
ଇମେଲ୍‌: sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri