ମନ୍ଥର ଗତିରେ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଜଳେଶ୍ୱର, ୯।୨(ସ୍ବ.ପ୍ର.)-ଦୁଇବର୍ଷ ପୂର୍ବେ ଆରମ୍ଭ ହୋଇଥିବା ବହୁ ପ୍ରତୀକ୍ଷିତ ବାଲେଶ୍ୱର ଜିଲାର ଚାଲନ୍ତି ରେଳ ଓଭରବ୍ରିଜ୍‌ର ଅବଧି ଆଉ ୬ମାସ ବାକି ଅଛି। ଏହାର ଏକ ଚତୁର୍ଥାଂଶ କାମ ସରିଥିବାରୁ ପ୍ରକଳ୍ପ କାମ ଶେଷ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ନିର୍ମାଣ କାମ ମନ୍ଥର ଗତିରେ ଚାଲିଛି। ମରାମତି ଅଭାବରୁ ପୁରୁଣା ରାସ୍ତା ଏବେ ମରଣଯନ୍ତାରେ ପରିଣତ ହୋଇଛି। ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ ସହିତ ପୁରୁଣା ରାସ୍ତାର ମରାମତି ଦ୍ରୁତ ଗତିରେ କରାଯିବାକୁ ଦାବି ହେଉଛି ା
୬୦ନଂ. ଜାତୀୟ ରାଜପଥର ଚାଲନ୍ତିଠାରୁ ଜଳେଶ୍ୱର, ଦାନ୍ତୁନ, ଖଡ଼ଗପୁର, ରାଇବଣିଆ, ଗୋପୀବଲ୍ଲଭପୁର ଓ ଏପରିକି ଚନ୍ଦନେଶ୍ୱର, ଦୀଘା ଯିବା ପାଇଁ ରେଳ ଲେଭଲ କ୍ରସିିଂ ବାଧକ ସୃଷ୍ଟି କରୁଛି। ବାରମ୍ବାର ଲେଭଲ କ୍ରସିଂ ଫାଟକ ପଡୁଥିବାରୁ ଯାନବାହନଗୁଡିକ ଦୀର୍ଘ ସମୟ ଧରି ଅଟକି ରହିବାକୁ ପଡୁଛି। ବହୁ ଦାବି, ଆନ୍ଦୋଳନ ପରେ ୨୦୧୫ରେ ତତ୍କାଳୀନ ଏମ୍‌ପି ଇଂ. ରବୀନ୍ଦ୍ର କୁମାର ଜେନା ଓ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ହସ୍ତକ୍ଷେପ ଫଳରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଭାଗିତାରେ ସେଠାରେ ଏକ ରେଳ ଓଭରବ୍ରିଜ୍‌ ( ଆର୍‌ଓବି-୫୨) ନିର୍ମାଣ ଲାଗି ଯୋଜନା ପ୍ରସ୍ତୁତ ହୋଇଥିଲା। ଫଳରେ ଚାଲନ୍ତିଠାରେ ୪୦୮ମିଟର ଲମ୍ବ ଓ ୧୩.୫ ମିଟର ଓସାରର ପୋଲ ସହିତ ଏକ ମିଟର ଓସାରର ଫୁଟ ଓଭରବ୍ରିଜ୍‌ ଓ ୨୦୦ ମିଟର ଆପ୍ରୋଚ୍‌ରୋଡ ନିର୍ମାଣ ବାବଦ ମୋଟ ୬୧ କୋଟି ୯୫ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ଏଥିରେ ମୋଟ ୩୧ଟି ପିଲର୍‌ ରହିବାକୁ ଥିବା ବେଳେ ୩୭.୨୫ ମିଟର ଲମ୍ବର ୪ଟି ରେଳ ବିଭାଗର ପିଲର୍‌ ଓ ୧୯.୨୫ ମିଟର ଲମ୍ବର ଅନ୍ୟ ୨୭ଟି ପିଲର୍‌ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ଠିକାଦାର ନିର୍ମାଣ କରିବାର ଚୁକ୍ତି ହୋଇଥିଲା। ଚୁକ୍ତି ଅନୁଯାୟୀ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ ୨୦ା୭ା୧୮ରେ ଆରମ୍ଭ ହୋଇଥିବା ବେଳେ ୧୯ା୭ା୨୦୨୦ରେ ଶେଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଥିପାଇଁ ୪୯ କୋଟି ୯୨ଲକ୍ଷ ୫୭ ହଜାର ୦୨୮ଟଙ୍କାରେ ବ୍ୟୟ ଅଟକଳ କରାଯାଇଛି। ଅଦ୍ୟାବଧି କାର୍ଯ୍ୟ ଶେଷ ହେବାକୁ ୬ମାସ ବାକି ଥିବା ବେଳେ ଠିକାଦାର ଆଶୀର୍ବାଦ କନ୍‌ଷ୍ଟ୍ରକଶନ ୨୭ ପିଲର ମଧ୍ୟରେ ମାତ୍ର ୧୬ଟି ପିଲର ଗ୍ରାଉଣ୍ଡ ଲେଭଲଠାରୁ ଆରମ୍ଭ କରିଛି। ଅନ୍ୟ ୧୧ଟି ପିଲର କାମ ଆଦୌ ଆରମ୍ଭ ହୋଇନାହିଁ। ଏହି ଆର୍‌ଓବି ଲାଗି ବେସରକାରୀ ଜମି ଅଧିଗ୍ରହଣ ହେବାକୁ ନ ଥିବାବେଳେ ପୋଲ ନିର୍ମାଣ ଲାଗି ପୁନଃ ଆର୍ଥତ୍କ ନିର୍ଦ୍ଧାରଣ ୬୩ କୋଟି ୮୧ଲକ୍ଷ ୪୯୬୦ଟଙ୍କା ଧାର୍ଯ୍ୟ ହୋଇଛି। ଗୋଟିଏ ପିଲରୁ ଅନ୍ୟ ଏକ ପିଲର ମଧ୍ୟରେ ଥିବା ସ୍ଲାବରେ ୫ଟି ବିମ୍‌ସ୍‌ ଦିଆଯାଇ ଅତ୍ୟାଧୁନିକ ଯନ୍ତ୍ର ମାଧ୍ୟମରେ ତାହା ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି। ଅଦ୍ୟାବଧି କାର୍ଯ୍ୟର ପ୍ରଗତି ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଣି ଓପିଟିସିଏଲ୍‌ର ଏକ ଟାୱାର ଲାଇନ୍‌ ପ୍ରତିବନ୍ଧକ ସୃଷ୍ଟି ମଧ୍ୟ କରୁଛି। ଏହାକୁ ଅପସାରଣ ଲାଗି ୨କୋଟି ୧ଲକ୍ଷ ୬୮ହଜାର ଟଙ୍କାର ଅନ୍ୟ ଏକ ଟେଣ୍ଡର ହୋଇଥିବା ଜଣାଯାଇଛି। ଏବେ ଠିକାଦାର କାର୍ଯ୍ୟକୁ ୩୦ା୬ା୨୦୨୧ରେ ଶେଷ କରିବା ପାଇଁ ସରକାରଙ୍କୁ ଆବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri