ଇସ୍କନ ମୁଖ୍ୟଙ୍କୁ ଚିଠି ଲେଖିବେ ଗଜପତି

ପୁରୀ ଅଫିସ, ୬ା୨: ବିଧି ପରମ୍ପରାକୁ ବେଖାତିର କରି ବିଭିନ୍ନ ସ୍ଥାନରେ ଅଦିନରେ ହେଉଛି ରଥଯାତ୍ରା। ଗତ ଗୁରୁବାର ମୁମ୍ବାଇରେ ଇସ୍କନ ପକ୍ଷରୁ ଅସମୟରେ ରଥଯାତ୍ରା କରାଯାଇଥିବାରୁ ଏହାକୁ ନେଇ ପ୍ରତିକ୍ରିୟା ତୀବ୍ର ହେବାରେ ଲାଗିଛି। ଏହା ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ମହାପ୍ରଭୁଙ୍କ ପ୍ରତି ଅପମାନ ବୋଲି କହି ପୁରୀରେ ଏହାକୁ ଘୋର ବିରୋଧ କରାଯାଇଛି। ବାରମ୍ବାର ଇସ୍କନ ଏଭଳି ଆଚରଣ ଦେଖାଇ ବିଧି, ପରମ୍ପରାକୁ ମାନୁ ନ ଥିବାରୁ ଶ୍ରୀମନ୍ଦିର ସେବାୟତ, ଭକ୍ତ, ବୁଦ୍ଧିଜୀବୀ, ଗବେଷକ ତୀବ୍ର ପ୍ରତିବାଦ କରିଛନ୍ତି। ତେଣୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମଧ୍ୟ ଏ ପ୍ରସଙ୍ଗ ଉଠିଛି। ସଦସ୍ୟମାନଙ୍କ ମଧ୍ୟରେ ଏ ନେଇ ଉଦ୍‌ବେଗ ପ୍ରକାଶ ପାଇଥିବାବେଳେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏ ନେଇ ଇସ୍କନ ମୁଖ୍ୟଙ୍କୁ ଚିଠି ଲେଖି ଅବଗତ କରାଇବେ ବୋଲି ନିଷ୍ପତ୍ତି ହୋଇଛି। ଆଗାମୀ ଦିନରେ ଅତିଥିରେ ରଥଯାତ୍ରା ନ କରିବାକୁ ଚିଠିରେ ଦର୍ଶାଯିବ। ସେହିପରି ଏ ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିବ ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର କହିଛନ୍ତି, ଅଦିନିଆ ରଥଯାତ୍ରାକୁ ନେଇ ପୂର୍ବରୁ ଇସ୍କନର କେତେକ ପ୍ରତିନିଧିଙ୍କ ସହ ଆଲୋଚନା ହୋଇଥିଲା। ଏଥିରେ ଇସ୍କନର ବରିଷ୍ଠ ନେତୃତ୍ୱମାନେ ଯୋଗଦେଇଥିଲେ। ଆସନ୍ତା ଏପ୍ରିଲରେ ମାୟାପୁରରେ ହେବାକୁ ଥିବା ଇସ୍କନ ପରିଚାଳନା ପରିଷଦ ବୈଠକରେ ଏହି ପ୍ରସଙ୍ଗ ଉପସ୍ଥାପନ କରାଯିବ ବୋଲି ସେମାନେ କହିଥିଲେ। ପୂର୍ବରୁ ମଧ୍ୟ ଲୁଧିଆନାରେ ଅଦିନରେ ରଥଯାତ୍ରା ଆୟୋଜନ ଲାଗି ଇସ୍କନ ନିଷ୍ପତ୍ତି ନେଇଥିଲା। ମାତ୍ର ପରେ ଏଥିରୁ ଓହରିଯାଇଥିଲା। କିନ୍ତୁ ନିକଟରେ ମୁମ୍ବାଇରେ ଇସ୍କନ ପକ୍ଷରୁ ରଥଯାତ୍ରା କରାଯାଇଛି। ମହାପ୍ରଭୁଙ୍କର ଯେଉଁ ପରମ୍ପରା ରହିଛି ସେହି ଅନୁସାରେ ରଥଯାତ୍ରା ହେବା କଥା। ବିଶେଷକରି ହିନ୍ଦୁ ଧର୍ମ ଏବଂ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ଲାଗି ସମସ୍ତେ ଉଦ୍ୟମ କରିବା ଦରକାର। ମୁମ୍ବାଇରେ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ଇସ୍କନ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ତଥାପି ଗଜପତି ମହାରାଜା ନିଜେ ଇସ୍କନ ମୁଖ୍ୟଙ୍କୁ ଚିଠି ଲେଖି ଜଣାଇବେ। ଆଗକୁ ଅତିଥିରେ ରଥଯାତ୍ରା ନ କରିବାକୁ ଏଥିରେ ଉଲ୍ଲେଖ କରାଯିବ। ଏଥିସହ ରାଜ୍ୟ ସରକାର ମଧ୍ୟ ସେମାନଙ୍କୁ ଜଣାଇବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯିବ। ଏପ୍ରିଲରେ ଇସ୍କନ ବୈଠକରେ ସକାରାତ୍ମକ ନିଷ୍ପତ୍ତି ହେବା ନେଇ ଆଶା ରଖିଛୁ ବୋଲି ମୁଖ୍ୟ ପ୍ରଶାସକ ପ୍ରକାଶ କରିଛନ୍ତି।
ସୂଚନାଥାଉ କି, ଅଦିନିଆ ରଥଯାତ୍ରାକୁ ନେଇ ଗତବର୍ଷ ସେପ୍ଟେମ୍ବର ୬ରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ପୁରୀରେ ଯେଉଁଭଳି ବିଧି ଓ ପରମ୍ପରା ଅନୁସାରେ କରାଯାଉଛି ଅଧିକାଂଶ ସ୍ଥାନରେ ବିଧି ମୁତାବକ ହେଉନାହିଁ। ତେଣୁ ରାଜ୍ୟ ସରକାରଙ୍କ ସହଯୋଗରେ ରଥଯାତ୍ରର ବିଧି ବିଶ୍ୱବାସୀଙ୍କୁ ଜଣାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଏହାସତ୍ତ୍ବେ କେତେକ ଅନୁଷ୍ଠାନ ଏହାକୁ ବେଖାତିର କରୁଛନ୍ତି। ଗତବର୍ଷ ନଭେମ୍ବରରେ ଇସ୍କନ ପଞ୍ଜାବ ଲୁଧିଆନାରେ ରଥଯାତ୍ରା କରିବା ଲାଗି ନିଷ୍ପତ୍ତି ନେଇଥିଲା। ସେହିପରି ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ଶ୍ରୀମଦ୍‌ ନାରଦୀୟ ଭାଗବତ ନିକୁଞ୍ଜ ଟ୍ରଷ୍ଟ ଗତବର୍ଷ ଡିସେମ୍ବର ୨୯ରେ ରଥଯାତ୍ରା ଆୟୋଜନ ଲାଗି ନିମନ୍ତ୍ରଣପତ୍ର ବାଣ୍ଟି ସାରିଥିଲା। ମାତ୍ର ତୀବ୍ର ବିରୋଧ ଏବଂ ଥାନାରେ ଏତଲା ଦିଆଯିବା ପରେ ଉଭୟେ ସେମାନଙ୍କ ନିଷ୍ପତ୍ତିରୁ ଓହରିଥିଲାବେଳେ ଗତ ଗୁରୁବାର ଇସ୍କନ ପକ୍ଷରୁ ମୁମ୍ବାଇରେ ରଥଯାତ୍ରା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri