ବିଦ୍ୟୁତ ବିଲ୍‌ ବକେୟା ୧୬୭ କୋଟି

ଜୟପୁର,୬ା୨(ନି.ପ୍ର.) କୋରାପୁଟ ଜିଲା ଅଧୀନ ଜୟପୁର ଉପଖଣ୍ଡରେ ୯୬ କୋଟି ଓ କୋରାପୁଟ ଉପଖଣ୍ଡରେ ୭୦ କୋଟି ଟଙ୍କାର ବିଦ୍ୟୁତ ବକେୟା ପଡ଼ିଛି। ୧୫ ତାରିଖ ସୁଦ୍ଧା ବକେୟା ବିଲ୍‌ ଜମା କରିବା ପାଇଁ ସମୟ ଦେଇଛି ସାଉଥ୍‌କୋ। ପ୍ରଚାର ଗାଡ଼ି ବୁଲିବା ସହ ଡାକବାଜି ଯନ୍ତ୍ରରେ ଏହି ଘୋଷଣା କରାଯାଇଛି। ନିର୍ଦ୍ଧାରିତ ତାରିଖ ଭିତରେ ଜମା ନ କଲେ ୧୬ ତାରିଖରୁ ବିଦ୍ୟୁତ ସଂଯୋଗ କାଟିଦେବା ପାଇଁ ବକେୟା ରଖିଥିବା ଉପଭୋକ୍ତାଙ୍କୁ ଚେତାବନୀ ଦେଇଛି ସାଉଥ୍‌କୋ।
କୋରାପୁଟ ସାଉଥ୍‌କୋ ୟୁଟିଲିଟି ଡିଭିଜନ ଅଧୀନରେ କୋରାପୁଟ, ସେମିଳିଗୁଡ଼ା, ପଟ୍ଟାଙ୍ଗି, ଲକ୍ଷ୍ମୀପୁର, ନନ୍ଦପୁର, ନାରାୟଣପାଟଣା, ବନ୍ଧୁଗାଁ, ଦଶମନ୍ତପୁର ବ୍ଲକ ସହ ସୁନାବେଡ଼ା ଓ କୋରାପୁଟ ପୌରପରିଷଦ ରହିଛି ା ସେହିପରି ଜୟପୁର ସାଉଥ୍‌କୋ ୟୁଟିଲିଟି ଡିଭିଜନ ଅଧୀନରେ ଜୟପୁର, ବୈପାରିଗୁଡ଼ା, କୁନ୍ଦୁରା, ବୋରିଗୁମ୍ମା, କୋଟପାଡ଼, ଲମତାପୁଟ ବ୍ଲକ ରହିଛି। କୋରାପୁଟ ଅଧୀନରେ ପ୍ରାୟ ୧ ଲକ୍ଷ ୪୮ ଜଣ ବିଦ୍ୟୁତ ଉପଭୋକ୍ତା ରହିଛନ୍ତି। ଏଥିମଧ୍ୟରୁ ୨୨ ହଜାର ଉପଭୋକ୍ତା ହିଁ ବିଜୁଳି ବିଲ୍‌ ନିୟମିତ ପଇଠ କରନ୍ତି। ଜୟପୁର ଡିଭିଜନ ଅଧୀନରେ ୧ ଲକ୍ଷ ୫୨ ହଜାର ୨୨୭ ଜଣ ଉପଭୋକ୍ତା ରହିଥିବା ବେଳେ ୩୦ ହଜାର ଉପଭୋକ୍ତା ନିୟମିତ ବିଜୁଳି ବିଲ ପଇଠ କରନ୍ତି। ୯୬ କୋଟି ୭୫ ଲକ୍ଷ ଟଙ୍କା ବକେୟା ରହିଛି। ୧୨୭୦ ସରକାରୀ ଗ୍ରାହକ ରହିଛନ୍ତି। କୋରାପୁଟ ଡିଭିଜନ ଅଧୀନରେ ପଞ୍ଚାୟତିରାଜ ବିଭାଗରେ ୩ କୋଟି ୧୧ ଲକ୍ଷ, ଜନସ୍ବାସ୍ଥ୍ୟ ବିଭାଗରେ ୩ କୋଟି, ବିଦ୍ୟାଳୟ ଗଣଶିକ୍ଷା ବିଭାଗର ୧.୪ କୋଟି ଭଳି ଜିଲାର ୬୭ଟି ସରକାରୀ ବିଭାଗରେ ୧୩ କୋଟି ୧୯ ଲକ୍ଷ ୯୪ ହଜାର ୭୯୭ ଟଙ୍କା ବକେୟା ପଡ଼ିଛି। ସେହିପରି ଜୟପୁର ଡିଭିଜନ ଅଧୀନରେ ନଭେମ୍ବର ୨୦୧୯ ଯାଏ ୪୦ଟି ବିଭାଗରେ ୫ କୋଟି ୪୧ ଲକ୍ଷ ୮୧ ହଜାର ୮୭୨ ଟଙ୍କା ବକେୟା ପଡ଼ିଛି। ଜୟପୁର ଡିଭିଜନ ପଞ୍ଚାୟତରାଜ ବିଭାଗର ୨ କୋଟି ୧୩ ଲକ୍ଷ ୭୬ ହଜାର ୧୦୬ ଟଙ୍କା ବକେୟା ଥିବାବେଳେ ପୌରପରିଷଦ ୪୦ ଲକ୍ଷ ୬୭ ହଜାର ୭୦୯ ଟଙ୍କା ବକେୟା ରଖିଛି। ଏନେଇ ମଙ୍ଗଳବାର ବ୍ରହ୍ମପୁରରେ ଏକ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଜୟପୁର ଡିଭିଜନ ସାଉଥ୍‌କୋ ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ଗୌଡ଼ କହିଛନ୍ତି, ସରକାରୀ ବିଭାଗକୁ ବକେୟା ଟଙ୍କା ପଇଠ କରିବାକୁ କୁହାଯାଇଛି। ସେମାନେ ଶୀଘ୍ର ପଇଠ କରିବେ। ଉପଭୋକ୍ତାଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସୂଚନା ଦିଆଯାଉଛି। ଯେଉଁମାନେ ବକେୟା ଟଙ୍କା ପଇଠ ନ କରିବେ ସେମାନଙ୍କ ବିଦ୍ୟୁତ ସଂଯୋଗ ଛିନ୍ନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri