Posted inଖେଳ

ଫିଟ୍‌ନେସ୍‌ ଟେଷ୍ଟବେଳେ ଅକମଲଙ୍କ ଅସଦାଚରଣ

କରାଚୀ,୩।୨- ଦୀର୍ଘଦିନ ହେଲା ପାକିସ୍ତାନ ଜାତୀୟ ଦଳରୁ ବାଦ୍‌ ପଡ଼ିଥିବା ଉମର ଅକମଲ ଶୃଙ୍ଖଳାଗତ ଦଣ୍ଡାଦେଶର ସମ୍ମୁଖୀନ ହୋଇପାରନ୍ତି। ସେ ଫିଟ୍‌ନେସ ଟେଷ୍ଟବେଳେ ଟ୍ରେନରଙ୍କୁ ଅପମାନିତ କରିଥିବା ରିପୋର୍ଟ ହୋଇଛି। ଫିଟ୍‌ନେସ ଟେଷ୍ଟବେଳେ ଟ୍ରେନରଙ୍କୁ ‘ଚର୍ବି କୋଉଠି ଅଛି’ ବୋଲି ପ୍ରଶ୍ନ କରିଥିଲେ। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ନିକଟରେ ଏ ନେଇ ରିପୋର୍ଟ ହୋଇଛି। ଜାତୀୟ କ୍ରିକେଟ ଏକାଡେମିରେ ଘଟିଥିବା ଘଟଣା ସମ୍ପର୍କରେ ଆମେ ଅବଗତ ଅଛୁ। ଏ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଦରକାର। ଜୁନିୟର ଅକମଲ ଫିଟନେସ ଟେଷ୍ଟରେ ବିଫଳ ହେବା ପରେ ଶାର୍ଟ ଖୋଲି ଚର୍ବି କାହିଁ ବୋଲି ପ୍ରଶ୍ନ କରିଥିଲେ। ଫିଟ୍‌ନେସ ସମସ୍ୟା ଦେଇ ଅକମଲ ବ୍ରଦର୍ସ ଦୀର୍ଘ ବର୍ଷ ହେଲା ସଂଘର୍ଷ କରୁଛନ୍ତି। ମୁଖ୍ୟକୋଚ୍‌ ତଥା ପୂର୍ବତନ ଅଧିନାୟକ ମିଶବା ଉଲ ହକ୍‌ ଏବେ ଖେଳାଳିଙ୍କ ଫିଟନେସ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ତାଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରତ୍ୟେକ ପ୍ରୋଭିନ୍ସିଆଲ ଦଳର ଖେଳାଳି ୪ ମାସକୁ ଥରେ ଫିଟନେସ ଟେଷ୍ଟର ସମ୍ମୁଖୀନ ହେବେ। ଏକଦା ପାକିସ୍ତାନ ଦଳ ପାଇଁ ପ୍ରତିଭାସମ୍ପନ୍ନ ଯୁବ ଖେଳାଳି ଥିବା ଉମର ୨୦୦୯ରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପଦାର୍ପଣ କରିଥିଲେ। ସେ ଏପର୍ଯ୍ୟନ୍ତ ୧୯ ଟେଷ୍ଟ, ୧୨୧ ଦିନିକିଆ ଓ ୮୪ ଟି୨୦ ଖେଳିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶ୍ରୀମୟୀଙ୍କ ପୋଷ୍ଟକୁ ନେଇ କଡ଼ା କାଉଣ୍ଟର କଲେ ସ୍ନେହାଙ୍ଗିନୀ: ରାଜ୍ୟ ରାଜନୀତିରେ ହଇଚଇ 

ଭୁବନେଶ୍ୱର,୨୩।୧୨: ଶଙ୍ଖ ଭବନରେ ମହିଳା ନେତ୍ରୀଙ୍କ ବୈଠକ ପରେ ବିଜେଡିରେ ସୁଜାତା ଏଣ୍ଟ୍ରି କଲେ କି ପ୍ରଶ୍ନରେ ଉତ୍ତର ରଖିଲେ ସ୍ନେହାଙ୍ଗିନୀଙ୍କ ଛୁରିଆ। ସେ କହିଛନ୍ତି,ନବୀନ...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ବୁଧଙ୍କ ବିରଳ ଗୋଚର; ବର୍ଷ ଶେଷରେ ମାଲାମାଲ ହୋଇଯିବେ ଏହି ରାଶି…

ଆସନ୍ତା ୨୯ ତାରିଖରେ ବୁଦ୍ଧିର ଦାତା ବୁଧ ଗୁରୁ ରାଶି ଧନୁରେ ପ୍ରବେଶ କରିବାକୁ ଯାଉଛନ୍ତି । ବୁଧଙ୍କ ଏହି ଗୋଚର ୨୦୨୫ ବର୍ଷ ଶେଷରେ...

ଯାଜପୁରରେ ରୁଦ୍ଧଦ୍ୱାର ବୈଠକ ପରେ ମୁହଁ ଖୋଲିଲେ ମୋକିମ୍‌: କହିଲେ…

ଯାଜପୁର,୨୩।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆରେ ବନ୍ଧୁମିଳନ ପରେ ପ୍ରତିକ୍ରିୟା ରଖିଲେ ମୋକିମ। କହିଲେ, କଂଗ୍ରେସରେ ଅନେକ ନେତା ଓ କର୍ମୀ...

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଶେଷ: ଖୁବଶୀଘ୍ର ହେବ ଅଳଙ୍କାର ଗଣତି ମଣତି

କଟକ,୨୩।୧୨: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଏବଂ ରତ୍ନ ଅଳଙ୍କାର ଗଣତି ମଣତି ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଭାରତୀୟ ପ୍ରତ୍ନତତ୍ତ୍ୱ...

ଚାଲିଗଲା ମା’ ଛେଉଣ୍ଡ ଛୁଆହାତୀ ଶମ୍ଭୁର ଜୀବନ

ବାରଙ୍ଗ,୨୩।୧୨(ଲିଙ୍ଗରାଜ ରାଉତ): ଚନ୍ଦକା ଜଙ୍ଗଲର କୁମାରଖୁଣ୍ଟିରେ ରହୁଥିବା ୬ମାସର ମା’ଛେଉଣ୍ଡ ହାତୀ ଛୁଆ ଶମ୍ଭୁ ମଙ୍ଗଳବାର ମୃତ୍ୟୁବରଣ କରିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri