Posted inଖେଳ

ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜରୁ ବାଦ୍‌ପଡ଼ିଲେ ପାଣ୍ଡ୍ୟା

ନୂଆଦିଲ୍ଲୀ,୧।୨: ଭାରତୀୟ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପୂର୍ଣ୍ଣ ଫିଟନେସ୍‌ ହାସଲ କରି ନ ଥିବାରୁ ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ପାଣ୍ଡ୍ୟା ଏନ୍‌ସିଏ ମୁଖ୍ୟ ଫିଜିଓ ଆଶିଷ କୌଶିକଙ୍କ ସହ ଲଣ୍ଡନ ଗସ୍ତ କରିଥିଲେ। ସେଠାରେ ସ୍ପାଇନାଲ ସର୍ଜନ ଜେମ୍ସ ଅଲିବୋନଙ୍କୁ ଭେଟିଥିଲେ। ସର୍ଜନଙ୍କ ପରାମର୍ଶ ପରେ ପାଣ୍ଡ୍ୟାଙ୍କ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିବା ବିସିସିଆଇ ସାଧାରଣ ସମ୍ପାଦକ ଜୟ ଶାହା ଏକ ବିବୃତିରେ କହିଛନ୍ତି। ସେ ଏବେ ସମ୍ପୂର୍ଣ୍ଣ ଫିଟନେସ ହାସଲ କରିବା ପର୍ଯ୍ୟନ୍ତ ଜାତୀୟ କ୍ରିକେଟ ଏକାଡେମୀ(ଏନ୍‌ସିଏ)ରେ ରହିବେ। ଗତବର୍ଷ ଅକ୍ଟୋବରରେ ପାଣ୍ଡ୍ୟାଙ୍କ ଅଣ୍ଟାରେ ସଫଳ ଅସ୍ତ୍ରୋପଚାର କରାଯାଇଥିଲା। ସେବେଠାରୁ ସେ ପଡ଼ିଆକୁ ଫେରି ନାହାନ୍ତି। ଅନ୍ତିମ ଥର ଭାରତ ପାଇଁ ସେପ୍ଟେମ୍ବରରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ। ଅଣ୍ଟାଜନିତ ସମସ୍ୟା ଯୋଗୁ ଦଳରେ ନିୟମିତ ସ୍ଥାନ ପାଉ ନ ଥିଲେ। ଅସ୍ତ୍ରୋପଚାରରୁ ଫେରିବା ପରେ ଗତମାସରେ ପାଣ୍ଡ୍ୟା ବାଧ୍ୟତାମୂଳକ ଫିଟ୍‌ନେସ ଟେଷ୍ଟରେ ଫେଲ୍‌ ହେବା ପରେ ଭାରତ ଏ’ ଦଳରୁ ଓହରି ଯାଇଥିଲେ। ଚୟନକର୍ତ୍ତାମାନେ ତାଙ୍କୁ ରଣ୍‌ଜୀରେ ପରୀକ୍ଷା ନ କରାଇ ସିଧାସଳଖ ଦଳରେ ଚୟନ କରିଥିଲେ। ଫିଟନେସ ଟେଷ୍ଟରେ ପାଣ୍ଡ୍ୟାଙ୍କ ସ୍କୋର ଭଲ ନ ଥିଲା। ଫଳରେ ତାମିଲନାଡୁ ଅଧିନାୟକ ବିଜୟ ଶଙ୍କରଙ୍କୁ ଇଣ୍ଡିଆ ଏ’ ଦଳରେ ନିଆଯାଇଥିଲା। ଚଳିତମାସ ୨୧ ତାରିଖରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଓ୍ବେଲିଂଟନ୍‌ଠାରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଦ୍ୱିତୀୟ ଟେଷ୍ଟ ଫେବୃୟାରୀ ୨୯ରୁ ଖ୍ରୀଷ୍ଟଚର୍ଚ୍ଚାଠାରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭଲ ଥିଲା ମୁଁ ଛକା ମାରି ନ ଥିଲି: କାହିଁକି ଏମିତି କହିଲେ କୋହଲି

ବେଙ୍ଗାଲୁରୁ,୨୯।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁଜରାଟ ଟାଇଟାନ୍ସକୁ ୯ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ଆରସିବି ପାଇଁ ମଧ୍ୟ...

ଅରେଞ୍ଜ-ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ଆକର୍ଷଣୀୟ: କାହା ପାଖରେ ଏବେ କ୍ୟାପ୍‌ ଜାଣନ୍ତୁ

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ପରେ ଅରେଞ୍ଜ କ୍ୟାପ୍‌ ରେସ୍‌ ମଧ୍ୟ ଆକର୍ଷଣୀୟ ହୋଇପଡିଛି। ୪୬ତମ ମ୍ୟାଚରେ ଋତୁରାଜ ଗାଇକ୍ୱାଡ ୯୮ ରନର ଇନିଂସ...

ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ପରେ ପଏଣ୍ଟ ଟେବୁଲ୍‌ରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛନ୍ତି

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିଲା। ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ...

ଧୋନୀଙ୍କ ଚୌକା ଦେଖି ଏମିତି ପ୍ରତିକ୍ରିୟା ଦେଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଏମଏସ ଧୋନୀ ବ୍ୟାଟିଂ କରିବାକୁ ବାହାରିଥିଲେ। ଧୋନୀ ପ୍ରଥମ ବଲରେ ଚୌକା ମାରିଥିଲେ। ମାହିଙ୍କ...

‘ୟୁନିଭର୍ସ ବସ’ଙ୍କ ୧୧ ବର୍ଷର ରେକର୍ଡ ଭାଙ୍ଗିଲେ ୱିଲ ଜ୍ୟାକ୍ସ

ବେଙ୍ଗାଲୁରୁ,୨୯।୪:ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବ୍ୟାଟ୍ସମ୍ୟାନ ୱିଲ ଜ୍ୟାକ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ୪୧ ବଲରେ ୧୦୦ ରନ ସ୍କୋର କରିଥିଲେ। ଏହି ବ୍ୟାଟ୍ସମ୍ୟାନ ତାଙ୍କ ଇନିଂସରେ...

ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ: ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ

ଅକଲାଣ୍ଡ,୨୯।୪: ନ୍ୟୁଜିଲାଣ୍ଡ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଟୁର୍ଣ୍ଣାମେଣ୍ଟ ପାଇଁ କେନ ୱିଲିୟମ୍ସନଙ୍କୁ ଅଧିନାୟକ କରାଯାଇଛି। ନିକଟରେ ନ୍ୟୁଜିଲାଣ୍ଡ...

ଇତିହାସ ରଚିଲେ ଧୋନୀ: ପ୍ରଥମ ଖେଳାଳି ଭାବେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଏମଏସ ଧୋନୀ ବ୍ୟାଟିଂ କରିବାକୁ ବାହାରିଥିଲେ। ଧୋନୀ ଅପରାଜିତ...

ଗୁଜରାଟକୁ ଶକ୍ତ ଧକ୍କା: ଆର୍‌ସିବିର ଦମ୍‌ଦାର ବିଜୟ

ଅହମଦାବାଦ, ୨୮।୪:ଓ୍ବିଲ ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ ଏବଂ ବିରାଟ କୋହଲିଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ରବିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri