ସମସ୍ୟା ଘେରରେ ପ୍ୟାରୀମୋହନ ଏକାଡେମୀ

କଟକ ଅଫିସ,୩୧।୧: ପ୍ରାଚୀନ ସହର କଟକରେ ରହିଛି ଅନେକ ପୁରାତନ ଶିକ୍ଷାନୁଷ୍ଠାନ। ଏପରି କି ୧୦୦ବର୍ଷରୁ ଊର୍ଦ୍ଧ୍ୱ ସ୍କୁଲ ଏଠାରେ ସ୍ଥାପିତ ହୋଇଛି। ଭାରତର ସ୍ବାଧୀନତା ସଂଗ୍ରାମରେ ଏହି ଶିକ୍ଷାନୁଷ୍ଠାନଗୁଡିକର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଅନେକ ସଂଗ୍ରାମୀ ଏଠାରେ ଶିକ୍ଷାଲାଭ କରି ସ୍ବାଧୀନାତା ସଂଗ୍ରାମରେ ଝାସ ଦେଇଥିଲେ। ଏଭଳି ଏକ ସ୍କୁଲ ହେଉଛି ପ୍ୟାରୀମୋହନ ଏକାଡେମୀ। ୧୮୭୫ରେ ସ୍ଥାପିତ ହୋଇଥିବା ଏହି ସ୍କୁଲରେ ରହିଛି ଅନେକ ସମସ୍ୟା। ଏହାକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ପ୍ୟାରୀମୋହନ ଏକାଡେମୀରେ ଏବେ ୪ର୍ଥରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଥିବା ବେଳେ ଛାତ୍ରୀଛାତ୍ର ସଂଖ୍ୟା ୭୮୫। ହେଲେ ସେମାନଙ୍କୁ ପଢାଇବା ପାଇଁ ଅଛନ୍ତି ୨୮ ଜଣ ଶିକ୍ଷୟିତ୍ରୀଶିକ୍ଷକ। ଛାତ୍ରୀଛାତ୍ରଙ୍କ ସଂଖ୍ୟା ତୁଳନାରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନ ଥିବାରୁ ଠିକ୍‌ ଭାବେ ପାଠପଢା ହୋଇପାରୁନାହିଁ। ଗତ ୨ବର୍ଷ ହେବ ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ପ୍ରତିକାର ବ୍ୟବସ୍ଥା କରାଯାଉନାହିଁ। ସେହିପରି ଏହି ଏକାଡେମୀର କୋଠାଗୁଡିକ ପୁରାତନ ହୋଇଥିବାରୁ ବର୍ଷା ହେଲେ ପାଣି ଗଳୁଛି। ବିଶେଷକରି ବର୍ଷାଦିନରେ ପରୀକ୍ଷାଗାରରେ ପାଣି ଜମି ରହୁଛି ବୋଲି ଜଣେ ଛାତ୍ର କହିଛନ୍ତି। ଏକାଡେମୀ ପରିସରରେ ଥିବା ଅଡିଟୋରିୟମର ପୁନରୁଦ୍ଧାର ପାଇଁ ଯୋଜନା ହୋଇଛି। ହେଲେ ଏହି ଯୋଜନା କାଗଜପତ୍ରରେ ଅଟକି ରହିଛି ବୋଲି ଅଭିଯୋଗ ହୋଇଛି। ଏକାଡେମୀ ଖେଳପଡିଆରେ ଅଧିକାଂଶ ସମୟ ନର୍ଦ୍ଦମାପାଣି ଜମି ରହୁଛି। ଏଥିଯୋଗୁ କୌଣସି କ୍ରୀଡା ପ୍ରତିଯୋଗିତା ହୋଇପାରୁନାହିଁ। ଏହାଛଡା ଏଠାରେ ଶୌଚାଳୟ, ଶ୍ରେଣୀଗୃହ, ହଷ୍ଟେଲ ଭଳି ଅନେକ ଅସୁବିଧା ରହିଛି। ଏ ସମ୍ପର୍କରେ ଏକାଡେମୀ ପକ୍ଷରୁ ସରକାର ଓ ଜିଲା ପ୍ରଶାସନକୁ ଅବଗତ କରାଯାଇଛି। ଏହାର କୌଣସି ସମାଧାନ କରାଯାଉ ନ ଥିବାରୁ ଛାତ୍ରୀଛାତ୍ରଙ୍କ ସମେତ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କରେ ଏକାଡେମୀର ପ୍ରଧାନଶିକ୍ଷକ ଧିରେନ୍ଦ୍ର ନାଥ ନାୟକ କୁହନ୍ତି, ସମସ୍ୟା ଦୂରକରିବା ନିହାତି ଆବଶ୍ୟକ। ଶହେବର୍ଷରୁ ଅଧିକ ପୁରୁଣା ସ୍କୁଲ ପ୍ରତି ଜିଲା ପ୍ରଶାସନ ବିଶେଷ ଦୃଷ୍ଟିଦେବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri