ଟାଟା-ମିସ୍ତ୍ରି ମାମଲା: ଏନ୍‌ସିଏଲ୍‌ଏଟିଙ୍କ ଆଉ ଏକ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

 

ନୂଆଦିଲ୍ଲୀ,୨୫-୧: ଟାଟା ସନ୍ସ ଏବଂ ସାଇରସ ମିସ୍ତ୍ରି କର୍ପୋରେଟ ବିବାଦ ମାମଲାରେ ସୁପ୍ରିମକୋର୍ଟ ନ୍ୟାଶନାଲ କମ୍ପାନୀ ଆଇନ ଆପିଲେଟ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଏଟି) ଦେଇଥିବା ଆଉ ଏକ ରାୟ ଉପରେ ଶୁକ୍ରବାର ରହିତାଦେଶ ଦେଇଛନ୍ତି। ଏହି ମାମଲାରେ ପ୍ରଥମେ ଏନ୍‌ସିଏଲ୍‌ଏଟି ସାଇରସ ମିସ୍ତ୍ରିଙ୍କ ସପକ୍ଷରେ ରାୟ ଶୁଣାଇଥିଲେ। ରାୟରେ କୁହାଯାଇଥିଲା ଯେ, ଟାଟା ସନ୍ସ ଅଧ୍ୟକ୍ଷ ପଦବୀରୁ ସାଇରସଙ୍କ ବହିଷ୍କାର ବେଆଇନ ଥିଲା। ଏହା ସହ ନୂଆ ଅଧ୍ୟକ୍ଷ ଭାବେ ଏନ୍‌.ଚନ୍ଦ୍ରଶେକରନଙ୍କ ନିଯୁକ୍ତି ଏବଂ ଟାଟାସନ୍ସକୁ ଏକ ଘରୋଇ କମ୍ପାନୀରେ ପରିବର୍ତ୍ତନ ବେଆଇନ ବୋଲି ଏନ୍‌ସିଏଲ୍‌ଏଟି କହିଥିଲେ। ଟାଟାସନ୍ସକୁ ଏକ ଘରୋଇ କମ୍ପାନୀରେ ରୂପାନ୍ତର ନେଇ ରାୟରେ ବ୍ୟବହାର କରାଯାଇଥିବା ବେଆଇନ ଶବ୍ଦ ସଂଶୋଧନ କରିବା ଲାଗି ରେଜିଷ୍ଟ୍ରାର ଅଫ କମ୍ପାନିଜ( ଆର୍‌ଓସି) ଏନ୍‌ସିଏଲ୍‌ଏଟିରେ ଆବେଦନ କରିଥିଲା। ଏହି ଆବେଦନକୁ ଏନ୍‌ସିଏଲ୍‌ଏଟି ଖାରଜ କରି ଦେଇଥିଲେ। ଏହି ରାୟ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଶୁକ୍ରବାର ରହିତାଦେଶ ଦେଇଛନ୍ତି। ପ୍ରଧାନ ବିଚାର ଏସ୍‌.ଏ.ବୋବ୍‌ଡେ, ଜଷ୍ଟିସ ବି.ଆର୍‌. ଗଭାଇ, ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଟାଟାସନ୍ସ ପ୍ରାଇଭେଟ ଲିମିଟେଡ(ଟିଏସ୍‌ପିଏଲ୍‌) ଆବେଦନର ଶୁଣାଣି କରିବାକୁ ରାଜି ହେବା ସହ ବିଭିନ୍ନ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି।
ଏହି ମାମଲାର ବିସ୍ତୃତ ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଡିସେମ୍ବର ୧୮ରେ ଏନ୍‌ସିଏଲ୍‌ଏଟି ଟାଟାସନ୍ସର ଅଧ୍ୟକ୍ଷ ପଦବୀରେ ସାଇରସ ମିସ୍ତ୍ରିଙ୍କୁ ପୁନଃ ଅବସ୍ଥାପିତ କରିବା ସହ ଟାଟାକୁ ମାମଲାର ଚ୍ୟାଲେଞ୍ଜ ପାଇଁ ଗୋଟିଏ ମାସ ସମୟ ଦେଇଥିଲେ। ୨୦୧୬ ଅକ୍ଟୋବରରେ ଏକ ବିବାଦୀୟ ସ୍ଥିତିରେ ଟାଟାସନ୍ସ ଅଧ୍ୟକ୍ଷ ପଦବୀରୁ ମିସ୍ତ୍ରିଙ୍କୁ ହଟାଯାଇଥିଲା। ଏହା ବିରୋଧରେ ସେ ପ୍ରଥମେ ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି)ରେ ଆବେଦନ କରିଥିଲେ। ଏହି ମାମଲା ଟାଟା ସପକ୍ଷରେ ଯାଇଥିଲା। ଏହା ପରେ ମିସ୍ତ୍ରି ସେ ଏନ୍‌ସିଏଲ୍‌ଏଟି ଯାଇଥିଲେ, ଯେଉଁଠାରେ ରାୟ ତାଙ୍କ ସପକ୍ଷରେ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଲାବାରର ଅକ୍ଷୟ ତୃତୀୟା କଲେକ୍ସନ

ଭୁବନେଶ୍ୱର,୪।୫: ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା କଲେକ୍ସନ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶହୀଦ ନଗରସ୍ଥିତ ମାଲାବାରର ଏକ୍ସକ୍ଲୁସିଭ...

ଲାକ୍‌ମୀ ଏକାଡେମୀର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୪।୫: ଲାକ୍‌ମୀ ଏକାଡେମୀର ୨ୟ ବାର୍ଷିକ ଉତ୍ସବ ଶୁକ୍ରବାର ଶହୀଦ ନଗରସ୍ଥିତ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶୀତଲ ପାତ୍ର...

ଖିମ୍‌ଜୀ ଜୁଏଲର୍ସର ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌

ଭୁବନେଶ୍ୱର,୪।୫ (ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ତଥା ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍‌ଜୀ ଜୁଏଲର୍ସ’ର ବହୁ ପ୍ରତୀକ୍ଷିତ ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି।...

ରଣଜିତ ମାଝିଙ୍କୁ ୧୧ତମ ଶାମ୍ଭବୀ ପୁରସ୍କାର

ଭୁବନେଶ୍ୱର,୪।୫: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ (ବିଆଇପିଏଫ୍‌) ପକ୍ଷରୁ ଶୁକ୍ରବାର ଆୟୋଜିତ ୧୧ତମ ଶାମ୍ଭବୀ ପୁରସ୍କାର ବିତରଣ ଉତ୍ସବ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି...

ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ

ଭୁବନେଶ୍ୱର,୪।୫: ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ ନିକଟରେ ପ୍ରକାଶ ପାଇଛି। ବ୍ୟାଙ୍କର ଗ୍ରସ୍‌ ଅଗ୍ରିମ ୧୫.୬୨% ବୃଦ୍ଧି ପାଇ ୧,୮୬,୮୭୭ କୋଟି ଟଙ୍କାରେ ପହଞ୍ଚତ୍ଛି।...

ଏସ୍‌ଆର୍‌ଏମ୍‌-ସିସିଟିଆର୍‌ ସହ ପତଞ୍ଜଳିର ଚୁକ୍ତି

ଭୁବନେଶ୍ୱର,୪।୫(ଅନୁରାଧା ମହାରଣା): ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେଶନ (ପିଆର୍‌ଏଫ୍‌) ଏବଂ ଚେନ୍ନାଇର ଏସ୍‌ଆର୍‌ଏମ୍‌ ସେଣ୍ଟର ଫର୍‌ କ୍ଲିନିକାଲ ଟ୍ରାଏଲ ଆଣ୍ଡ ରିସର୍ଚ୍ଚ ବା ଏସ୍‌ଆର୍‌ଏମ୍‌-ସିସିଟିଆର୍‌ ମଧ୍ୟରେ ଏକ...

କମିଲା ଅଶୋଧିତ ତୈଳ ଦର: ରୁଷିଆରୁ ଅଶୋଧିତ ତୈଳ ଆମଦାନୀ

ଭୁବନେଶ୍ୱର,୪।୫ (ଅନୁରାଧା ମହାରଣା): ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୮୦ ଡଲାରରୁ ତଳକୁ ଖସିଛି। ଡବ୍ଲ୍ୟୁଟିଆଇ ଅଶୋଧିତ ତୈଳ ବ୍ୟାରେଲ ପିଛା ୭୮.୯୯...

ରେକର୍ଡ ପରିମାଣର ବିଦ୍ୟୁତ୍‌ ଚାହିଦା ପୂରଣ

ଭୁବନେଶ୍ୱର,୪।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ‘ଟିପିସିଓଡିଏଲ୍‌’ ଚଳିତ ବର୍ଷ ଏପ୍ରିଲରେ ୨୧୪୦ ମେଗାୱାଟ୍‌ର ରେକର୍ଡ ସର୍ବୋଚ୍ଚ ବିଦ୍ୟୁତ୍‌ ଚାହିଦାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri