ବ୍ରହ୍ମପୁର ଅଫିସ,୨୫ା୧-ଛତିଶଗଡ଼ ପୋଲିସର ଏକ ୬ ଜଣିଆ ଟିମ ବ୍ରହ୍ମପୁର ପୋଲିସ ସହାୟତାରେ ଶୁକ୍ରବାର ବ୍ରହ୍ମପୁରରେ ଚଢ଼ାଉ କରି ଗ୍ରୀନ ଇଣ୍ଡିଆ ଚିଟ୍ଫଣ୍ଡ ସଂସ୍ଥାର ଅନ୍ୟତମ ଏମ୍ଡି ଜିତେନ୍ଦ୍ର ମିଶ୍ରଙ୍କୁ ଗିରଫ କରିଛି। ତାଙ୍କୁ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ସିଜେଏମ୍)ଙ୍କ କୋର୍ଟରେ ହାଜର କରାଯାଇଥିଲା। ସିଜେଏମ ଦାୟିତ୍ୱରେ ଥିବା ସିଭିଲ ରେଜିଷ୍ଟ୍ରାର ଅମିତ ସ୍ବରୂପ ସେଠ୍ ଅଭିଯୁକ୍ତଙ୍କୁ ଦୁଇଦିନିଆ ରିମାଣ୍ଡରେ ନେବା ପାଇଁ ଛତିଶଗଡ଼ ପୋଲିସକୁ ଅନୁମତି ଦେଇଛନ୍ତି। ଛତିଶଗଡ଼ ରାଜ୍ୟ ଚେରିମେରି ଥାନା ଇଲାକାରେ ଗ୍ରୀନ ଇଣ୍ଡିଆ ଚିଟଫଣ୍ଡ ସଂସ୍ଥା ଲୋକଙ୍କ ଠାରୁ ଟଙ୍କା ଠକେଇ କରିଥିବା ନେଇ ୨୦୧୬ ମାର୍ଚ୍ଚ ୫ରେ ଅଭିଯୋଗ ହୋଇଥିଲା। ଏ ନେଇ ଚେରିମେରି ଥାନା ଥାନାରେ ମାମଲା ନଂ. ୭୯/୧୬ ରୁଜୁ ହୋଇଥିଲା। ସେବେଠାରୁ ସଂସ୍ଥାର ଏମଡି ଜିତେନ୍ଦ୍ରଙ୍କୁ ପୋଲିସ ଖୋଜୁଥିଲା। ବଡ଼ବଜାର ଥାନା ଅନ୍ତର୍ଗତ ପାଣିଗ୍ରାହୀପେଣ୍ଠ ଗଣପତି ନଗରରେ ଜିତେନ୍ଦ୍ର ଲୁଚି ରହୁଥିବା ସୂଚନା ମିଳିଥିଲା। ତେଣୁ ଛତିଶଗଡ଼ ପୋଲିସ ଗୁରୁବାର ଠାରୁ ବ୍ରହ୍ମପୁରରେ ଡ଼େରା ପକାଇଥିଲା। ବ୍ରହ୍ମପୁର ଟାଉନ ଥାନା ପୋଲିସ ସହାୟତାରେ ଚଢ଼ାଉ କରାଯାଇ ଜିତେନ୍ଦ୍ରଙ୍କୁ ଗିରଫ କରାଯାଇଛି। ଛତିଶଗଡ଼ର ଡିଏସ୍ପି କରିନା କୁମାର ୱାଇ, ଇନ୍ସପେକ୍ଟର ଅଭିଳାଶ ଦୁବେଙ୍କ ନେତୃତ୍ୱରେ ୬ ଜଣିଆ ଟିମ ଶୁକ୍ରବାର ବ୍ରହ୍ମପୁର ଆସି ଜିତେନ୍ଦ୍ରଙ୍କୁ ଛତିଶଗଡ଼ ନେଇଛନ୍ତି।
ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ: ୭ ଦିନରେ ଦାବି…
ଭୁବନେଶ୍ୱର,୧୦।୧୨: ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସହ...
ସମସ୍ତେ ଆତ୍ମସମ୍ମାନର ସହ ବଞ୍ଚିବା ଜରୁରୀ: ମାନବାଧିକାରକୁ ଗୁରୁତ୍ୱାରୋପ
ପୁରୁଷୋତ୍ତମପୁର,୧୦/୧୨(ସବିତା ମଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ତାରାତାରିଣୀ କଲେଜ ପରିସରରେ ବୁଧବାର ମାନବ ଅଧିକାର...
ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ…
ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...
କୁକୁର, ଗାଈ ନେଇ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି
ଭୁବନେଶ୍ୱର,୧୦।୧୨: ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି। କୁକୁର, ଗାଈ କଲେଜରେ ପ୍ରବେଶ ରୋକିବା ପାଇଁ ପଦକ୍ଷେପ ନେବାକୁ ଚିଠି ହୋଇଛି। କଲେଜରେ...
ତାମିଲ ବାବୁଙ୍କୁ ଧର…ମୋହନ ସରକାରଙ୍କୁ କାହିଁକି ଏମିତି କହିଲେ ରଣେନ୍ଦ୍ର
ଭୁବନେଶ୍ୱର,୧୦।୧୨(ରବି ନାରାୟଣ ଜେନା):ନିର୍ବାଚନ ବେଳେ ତାମିଲ ବାବୁ ଚାବି ନେଇଗଲେ ବୋଲି କହୁଥିଲ। ଏବେ ତାମିଲ ବାବୁଙ୍କୁ ଧର ବୋଲି ବିଜେଡିର ବରିଷ୍ଠ ସଦସ୍ୟ ରଣେନ୍ଦ୍ର...
୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...
ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି
ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...
ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ
ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...
Archives


