Posted inଖେଳ

ଅଷ୍ଟ୍ରେଲିଆନ୍‌ ଓପନ୍‌: ତୃତୀୟ ରାଉଣ୍ଡରେ ଫେଡେରର, ଜୋକୋଭିଚ୍‌

ମେଲବୋର୍ନ,୨୨।୧(ଏଏଫ୍‌ପି): ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ବୁଧବାର ତୃତୀୟ ଦିନରେ ପହଞ୍ଚିଛି। ସିଡେଡ ଖେଳାଳିମାନେ ଦ୍ୱିତୀୟ ରାଉଣ୍ଡରେ ବିଜୟୀ ହୋଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଦ୍ୱିତୀୟ ସିଡ ମାନ୍ୟତା ପାଇଥିବା ସର୍ବିୟାର ନୋଭାକ ଜୋକୋଭିଚ୍‌ ଜାପାନ କ୍ୱାଲିଫାୟର ତାତ୍‌ସୁମା ଇଟୋଙ୍କୁ ୬-୧, ୬-୪, ୬-୨ ସେଟ୍‌ରେ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏଥର ସଫଳ ହେଲେ ଜୋକୋଭିଚ୍‌ କ୍ୟାରିୟରର ଅଷ୍ଟମ ଅଷ୍ଟ୍ରେଲିଆନ ଓପନ୍‌ ଟାଇଟଲ ହାସଲ କରିବେ। ତୃତୀୟ ରାଉଣ୍ଡରେ ସେ ଅନ୍ୟତମ ଜାପାନ ଖେଳାଳି ୟୋସିହିଟୋ ନିଶିଓକାଙ୍କୁ ଭେଟିବେ। ତୃତୀୟ ସିଡ ଅଭିଜ୍ଞ ସୁଇଜରଲାଣ୍ଡର ରୋଜର ଫେଡେରର ସର୍ବିୟାର ଫିଲିପ୍‌ କ୍ରାଜିନୋଭିକଙ୍କୁ ୬-୧,୬-୪,୬-୧ ସେଟରେ ହରାଇ ତୃତୀୟ ରାଉଣ୍ଡକୁ ଉଠିଛନ୍ତି। ସେ ଏଥିସହିତ ଏହି ଟୁର୍ନାମେଣ୍ଟରେ ୯୯ତମ ବିଜୟ ହାସଲ କରିଛନ୍ତି। ଏବେ ସେ ଅଷ୍ଟ୍ରେଲିଆର ଜନ୍‌ ମିଲମ୍ୟାନଙ୍କୁ ଭେଟିବେ। ସେହିପରି କ୍ରୋଏସିଆର ମାରିନ୍‌ ସିଲିକ୍‌ ତୃତୀୟ ରାଉଣ୍ଡରେ ନବମ ସିଡ ରୋବେର୍ଟୋ ବତିସ୍ତା ଅଗୁଟଙ୍କୁ ଭେଟିବା ସ୍ପଷ୍ଟ ହୋଇଛି। ସିଲିକ୍‌ ୬-୨ ୬-୭, ୩-୬, ୬-୧, ୭-୬ ସେଟ୍‌ରେ ୨୧ତମ ସିଡ ଫ୍ରନ୍ସର ବୋନୋଇଟ ପାଇରେଙ୍କୁ ହରାଇ ତୃତୀୟ ରାଉଣ୍ଡକୁ ଉଠିଛନ୍ତି। ସେହିପରି ଅଗୁଟ ଆମେରିକା କ୍ୱାଲିଫାୟର ମାଇକେଟ ମୋଙ୍କୁ ୫-୭, ୬-୨, ୬-୪, ୬-୧ ସେଟ୍‌ରେ ହରାଇ ଅଗ୍ରଗତି କରିଛନ୍ତି। ୩୨ତମ ସିଡ କାନାଡ଼ାର ମିଲୋସ ରାଓନିକ ୬-୩, ୬-୪, ୬-୨ ସେଟରେ ଚିଲିର କ୍ରିଷ୍ଟିଆନ ଗାରିନଙ୍କୁ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ ଏବେ ଗ୍ରୀସ୍‌ର ଷଷ୍ଠ ସିଡ ଖେଳାଳି ଷ୍ଟିଫାନୋସ ସିତିସପାସଙ୍କୁ ଭେଟିବେ। ସିତିସପାସ ଫିଲିପ କୋହେଲସ୍କ୍ରେଇବରଙ୍କ ବିପକ୍ଷ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ରେ ଓ୍ବାକ୍‌ ଓଭର ପାଇ ତୃତୀୟ ରାଉଣ୍ଡକୁ ଉଠିଛନ୍ତି। ଅନ୍ୟଏକ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ଦୁଇ ଆମେରିକୀୟ ଖେଳାଳି ସାମ କ୍ୟୁରେ ଓ ଟେନିସ ସାଣ୍ଡଗ୍ରୀନ ପରସ୍ପରକୁ ଭେଟିବେ। କ୍ୟୁରେ ଓ ସାଣ୍ଡଗ୍ରୀନ ସେମାନଙ୍କ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ ଜିତି ଅଗ୍ରଗତି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ଈଶାନ କିସାନଙ୍କ ଧୂଆଁଧାର ଶତକ: ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଲା ଝାଡ଼ଖଣ୍ଡ

ପୁନେ,୧୮ା୧୨: ଅଧିନାୟକ ଇଶାନ କିଶନଙ୍କ ଧୂଆଁଧାର ଶତକ ବଳରେ ଝାଡ଼ଖଣ୍ଡ କ୍ରିକେଟ ଦଳ ଏକ ନୂଆ ଇତିହାସ ରଚିଛି। ଗୁରୁବାର ପୁଣେର MCA ଷ୍ଟାଡିୟମଠାରେ ଅନୁଷ୍ଠିତ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri