ବ୍ରହ୍ମପୁର ଅଫିସ, ୯। ୧-ଗୋଷାଣୀନୂଆଗଁ। ଥାନା ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ଘଟଣାର ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଛି। କିନ୍ତୁ ୯ ଜଣ ଏବେବି ନିଖୋଜ ଅଛନ୍ତି। ବୁଧବାର ଅପରାହ୍ନ ସୁଦ୍ଧା ଭୁବନେଶ୍ୱରରୁ ୩ ଓ ବ୍ରହ୍ମପୁରରୁ ଜଣେ ଉଦ୍ଧାର ହୋଇଥିବା ଗୋଷାଣୀନୂଆଗଁ। ଥାନାଧିକାରୀ ସୁମିତ କୁମାର ସୋରେନ ସୂଚନା ଦେଇଛନ୍ତି। ଅନ୍ୟପଟେ ମଙ୍ଗଳବାର ରାତି ସାଢ଼େ ୭ଟାରେ ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ଏକ ଖବରଦାତା ସମ୍ମିଳନୀରେ ୭ ଜଣ ନାବାଳିକା ଉଦ୍ଧାର ହୋଇଥିବା କହିଥିଲେ। ପ୍ରଶାସନିିକ ଅଧିକାରୀ ମିଛ ତଥ୍ୟ ଦେଉଛନ୍ତି। ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ନାବାଳିକା ଉଦ୍ଧାର ତଥ୍ୟର ଏବେ ତାଳମେଳ ରହୁନାହିଁ। ବୁଧବାର ଏନେଇ ବ୍ରହ୍ମପୁର ଉପ ଜିଲାପାଳ କୁହନ୍ତି, ମଙ୍ଗଳବାର ୭ ଜଣ ଉଦ୍ଧାର ହେବାର ସମ୍ଭାବନା ଥିବାରୁ ମୁଁ ଏପରି କହିଥିଲି। କିନ୍ତୁ ପ୍ରକୃତରେ ୪ ନାବାଳିକା ଉଦ୍ଧାର ହୋଇଥିବା ସେ ସ୍ବୀକାର କରିଛନ୍ତି। ନିଖୋଜ ନାବାଳିକାମାନେ କେଉଁଆଡେ ଗଲେ, ସେମାନେ କିପରି ଅଛନ୍ତି ପରିବାର ଲୋକେ ଚିନ୍ତାରେ ପଡିଛନ୍ତି। ଜିଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବିଭିନ୍ନ ସୂଚନାକୁ ଆଧାର କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ବୁଧବାର ପୋଲିସ ଗଞ୍ଜାମ ଜିଲାରେ ୫ ନାବାଳିକା ରହିଥିବା ଖବର ପାଇ ବଡ଼ଗଡ଼, ଶେରଗଡ ଏପରି ଅନେକ ସ୍ଥାନକୁ ଯାଇ ଖାଲି ହାତରେ ଫେରିିଛି।
ସୂଚନାଯୋଗ୍ୟ, ଗତ ୧ ବର୍ଷ ମଧ୍ୟରେ ଉକ୍ତ ବାଳାଶ୍ରମରୁ ୭ ନାବାଳିକା ପାଚେରି ଡେଇଁ ଚମ୍ପଟ ମାରିଥିବା ଥାନାରେ ଅଭିଯୋଗ ହୋଇଥିବା ଥାନାଧିକାରୀ ସୋରେନ ସୂଚନା ଦେଇଛନ୍ତି। ଗତ ବର୍ଷ ଜୁଲାଇ ୭ ରେ ଜଣେ ନାବାଳିକା ଓ ଜଣେ ସାବାଳିକା ପାଚେରି ଡେଇଁ ଚମ୍ପଟ ମାରିଥିଲେ। ଏନେଇ ଥାନାରେ ବାଳାଶ୍ରମ ଅଧୀକ୍ଷକ ସସ୍ମିତା ରାଣୀ ପାଢ଼ୀ ଅଭିଯୋଗ କରିଥିଲେ।
ବର୍ତ୍ତମାନ ଏଠାରେ ଅନ୍ତେବାସୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଗଞ୍ଜାମ ଜିଲା ଭାଜପା ପୂର୍ବତନ ସଭାପତି କାହ୍ନୁ ଚରଣ ପତି କହିଛନ୍ତି। ସେହିପରି ବାଳାଶ୍ରମରୁ ନାବାଳିକା ନିଖୋଜ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ମଧ୍ୟ ସେ ଦାବି କରିଛନ୍ତି। ଘଟଣା ପରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ମଧ୍ୟ ବ୍ରହ୍ମପୁରରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି।
୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ
ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...
ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…
ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...
ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି
ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...
ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା: ନକଲି ଜମି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?
ପୁରୁଷୋତ୍ତମପୁର,୧୧।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟର ଅଫିସରେ ଜମି ଦୁର୍ନିତିର ପର୍ଦ୍ଦାପାଶ ହୋଇଛି। ଜମିର ପ୍ରକୃତ ମାଲିକ ମୃତ୍ୟୁବରଣ କରିଥିବା ସତ୍ତ୍ବେ ଅନ୍ୟ ଜଣେ...
ଭଞ୍ଜନଗର ଉପଖଣ୍ଡରେ ୨୩ରୁ ଖୋଲିବ ମଣ୍ଡି
ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ। ଏଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...
ଶତପ୍ରତିଶତ ପରୀକ୍ଷା ଫଳ ଉପରେ ଗୁରୁତ୍ୱ: କେନ୍ଦ୍ରୀୟ ବିଦ୍ୟାଳୟ…
ଭଞ୍ଜନଗର,୧୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ବୁଧବାର ସନ୍ଧ୍ୟାରେ ଅନୁଷ୍ଟିତ ହୋଇଯାଇଛି। ଏଥିରେ ଉପଜିଲାପାଳ ତଥା କଲେଜ ପରିଚାଳନା...
ବାଇକ୍ରେ ଯାଉଥିଲେ ଯୁବକ, ଅଗରୁ ଜଗି ରହିଥିଲେ ଦୁର୍ବୃତ୍ତ: ପେଟରେ ଛୁରି ପୁରାଇ …
ଆସିକା,୧୧।୧୨(ସୁରେନ୍ଦ୍ରନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ଗବନଳା-ଅତରଙ୍ଗ ରାସ୍ତା ତତରାନାଳ ନିକଟରେ ଜଣେ ଯୁବକଙ୍କୁ ସଙ୍ଘ ବଧ୍ୟ ଆକ୍ରମଣ ହୋଇଛି। ଦୁର୍ବୃତ୍ତ ଛୁରିରେ...
ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି
ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...
Archives


