କାଳିଆ ଟଙ୍କା ହ୍ରାସ ନିଷ୍ପତ୍ତି ରଦ୍ଦ ଦାବିରେ ଧାରଣା

ଛତ୍ରପୁର,୭ା୧(ଡି.ଏନ.ଏ.)-କାଳିଆ ଯୋଜନାରେ ଟଙ୍କା ହ୍ରାସ ନିଷ୍ପତ୍ତି ରଦ୍ଦ ଦାବିରେ ସୋମବାର ନବନିର୍ମାଣ କୃଷକ ସଙ୍ଗଠନ ଗଞ୍ଜାମ ଜିଲା କମିଟି ପକ୍ଷରୁ ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା ା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ା
ପୂର୍ବରୁ ୭୦ ଲକ୍ଷ ଚାଷୀ କାଳିଆ ଯୋଜନାରେ ସାମିଲ ହେବେ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଏପରିକି ନିର୍ବାଚନ ଜିତିବାର ୨୪ ଘଣ୍ଟା ମଧ୍ୟରେ ସମସ୍ତଙ୍କ ଜନଧନ ଆକାଉଣ୍ଟକୁ ଏହି ଟଙ୍କା ଯିବ ା ପ୍ରଥମ କିସ୍ତି ୨୪ ଲକ୍ଷ ଚାଷୀ ପାଇ ନ ଥିବା ବେଳେ ଦ୍ୱିତୀୟ କିସ୍ତି ୪୦ ଲକ୍ଷ ଚାଷୀ ପାଇନାହାନ୍ତି ା ଏନେଇ ପ୍ରତିବାଦ କଲେ ମଧ୍ୟ କୌଣସି ସମାଧାନ ବାଟ ବାହାରୁନି ା ତୁରନ୍ତ ଚାଷୀଙ୍କୁ ୧୦ ହଜାର ଲେଖାଏ କାଳିଆ ଯୋଜନାରେ ଟଙ୍କା ପ୍ରଦାନ କରିଥିବା ପ୍ରତିଶ୍ରୁତି ପାଳନ କାର୍ଯ୍ୟକାରୀ କରିବାକୁ ଦାବି ହୋଇଛି ା ଏଥିରେ ଇଜୁ ଆମିନ୍‌ ଖାନ୍‌, ଆବାହକ ରମେଶ ଚନ୍ଦ୍ର କର, ଜିଲା ସଂଯୋଜକ ସୁଦର୍ଶନ ପାତ୍ର, ରଙ୍କନାଥ ପାତ୍ର, କିଶୋର ଚନ୍ଦ୍ର ସାହୁ, ବିଜୟ କୁମାର ଜେନା, ସନ୍ନ୍ୟାସୀ ରଣା, ଜି.କାମେଶୁ ରେଡ୍ଡୀ, ଦୁର୍ଗା ଚରଣ ସାହୁ, ରାଜ୍ୟ କୋର
କମିଟି ସଭ୍ୟ ଦେବୀ ପ୍ରସାଦ ମହାରଣା ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡିବେ ସମୀର ଦାଶ! ଟ୍ବିଟ କରି ଧନ୍ୟବାଦ ଦେଲେ…

ଭୁବନେଶ୍ୱର,୫।୫: ବିଜେଡି ଛାଡିବେ କି ନିମାପଡା ବିଧାୟକ ସମୀର ଦାଶ! ଏନେଇ କଳ୍ପନାଜଳ୍ପନାର ଅନ୍ତ ଘଟୁ ନ ଥିବାବେଳେ ତାଙ୍କ ଟ୍ବିଟ ରାଜ୍ୟ ରାଜନୀତିକୁ ସରଗରମ...

ଏକତରଫା ପ୍ରେମର ଭୟଙ୍କର ପରିଣତି, ସ୍ତ୍ରୀଙ୍କୁ ଗାଡ଼ି ଚଢାଇ ହତ୍ୟା ଉଦ୍ୟମ କଲେ ସ୍ୱାମୀ

ଭୁବନେଶ୍ୱର,୫।୫: ରାଜଧାନୀ ଭୁବନେଶ୍ୱରରେ ଅଭାବନୀୟ ଘଟଣା। ପ୍ରେମରେ ବିଫଳ ହେବାରୁ, ଗାଡ଼ି ଚଢାଇ ହତ୍ୟା ଯୋଜନା କଲା ଅଭିଯୁକ୍ତ। ସ୍ତ୍ରୀକୁ ଗାଡ଼ି ଚଢାଇ ହତ୍ୟା ଉଦ୍ୟମ...

ଘରେ ମରାମତି କରୁଥିବା ବେଳେ ଅଘଟଣ: ପୁଅଙ୍କୁ ବିଦ୍ୟୁତ୍‌ ଆଘାତରୁ ବଞ୍ଚାଇବାକୁ ଯାଇ ବାପା ମୃତ, ମା’ ଗୁରୁତର

ଯାଜପୁର,୫।୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ରୋଡ଼ ଥାନା ବେଙ୍ଗପାଟିଆ ଗ୍ରାମରେ ରବିବାର ଅଘଟଣ ଘଟିଛି। ବିଦ୍ୟୁତ୍‌ ଆଘାତରେ ବାପ ଓ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’...

ପାଣ୍ଡିଆନଙ୍କ ବ୍ରହ୍ମପୁର ସମ୍ପର୍କ, କହିଲେ ଝିଅ ପାଇଛି ଏହିଠୁ…

ଭୁବନେଶ୍ୱର,୫।୫: ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ନେତା ଭିକେ ପାଣ୍ଡିଆନ ୪ଟି ଜିଲାର ୩ ଲୋକ ସଭା ଆସନରେ ମାରାଥନ ପ୍ରଚାର କରିଛନ୍ତି।...

ଘରୁ ମତଦାନ କରିବେ ବରିଷ୍ଠ ମତଦାତା

ଭୁବନେଶ୍ୱର,୫ା୫(ଅନିଲ ଦାସ): ପ୍ରତିଟି ଭୋଟ ମୂଲ୍ୟବାନ। ଭାରତୀୟ ଗଣତନ୍ତ୍ରକୁ ପରିପୁଷ୍ଟ କରିବାରେ ପ୍ରତି ଭୋଟରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଯେଉଁ ମତଦାତାମାନେ ମତଦାନ କେନ୍ଦ୍ରକୁ...

‘ସର୍ଭେ ନାମରେ ହିତାଧିକାରୀ ଆଧାରିତ ଯୋଜନା ବନ୍ଦ କର’

ଭୁବନେଶ୍ୱର,୫ା୫(ଅନିଲ ଦାସ): ଚଳିତ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ, ନିରପେକ୍ଷ ଓ ସ୍ବଚ୍ଛ କରିବା ପାଇଁ ଭାରତ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧିର...

ହାତ ମିଶାଇଲେ ସୌମ୍ୟ-ଅନୁଭବ, ଖଣ୍ଡପଡ଼ାରେ ହେବ ବଡ଼ ଲଢେଇ

ବ୍ରହ୍ମପୁର,୫।୫: ଖଣ୍ଡପଡ଼ାରେ ରୋଚକ ହେଉଛି ବିଧାନସଭା ଲଢେଇ। ହାତ ମିଶାଇଛନ୍ତି ବିଜେଡିରୁ ନିଲମ୍ବିତ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ।...

କୁକୁଡ଼ାଫାର୍ମ ଗନ୍ଧରେ ଅତିଷ୍ଠ ବସ୍ତିବାସିନ୍ଦା

ରାଉରକେଲା,୫ା୫(ବିପ୍ଲବ ରଞ୍ଜନ ଦାଶ)ରାଉରକେଲା ମହାନଗର ନିଗମ ଓ୍ବାର୍ଡ ନଂ. ୪ରେ ଥିବା ପ୍ରଧାନପାଲି ବସ୍ତି ନିକଟରେ କୁକୁଡ଼ାଫାର୍ମ ରହିଛି। ଫଳରେ ବସ୍ତି ପରିବେଶ ପ୍ରଦୂଷିତ ହେଉଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri