୫ ବର୍ଷ ବିତିଲା, ସମ୍ପୂର୍ଣ୍ଣ ହେଲାନି ପୋଲ

ବାସୁଦେବପୁର,୬।୧(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ବଳିବିନ୍ଧା ଗ୍ରାମଠାରୁ ଗମେଈ ନଦୀକୁ ସଂଯୋଗ କରୁଥିବା ମୋହନ ସାମଲ ନାଳ ଜଳ ନିଷ୍କାସନର ଏକ ପ୍ରମୁଖ ନାଳ। ଏହି ନାଳ ବଳିବିନ୍ଧା ବାଷଠି, ଚୂଡ଼ାମଣି, ଭୈରବପୁର ଆଦି ସଂଲଗ୍ନ ଗ୍ରାମର ଚାଷୀଙ୍କ ଚାଷଜମିକୁ ଦୁଇଭାଗ କରିଛି। ଏପାଖର ଚାଷୀ ଆରପାଖକୁ ଯିବା ପାଇଁ ଦୀର୍ଘବର୍ଷ ଧରି ହନ୍ତସନ୍ତ ହେଉଛନ୍ତି। ବିଶେଷକରି ଚାଷ ଆରମ୍ଭ ସମୟରେ ଚାଷୀମାନେ ପୋଲ ନ ଥିବାରୁ ନାଳରେ ପଶି ଅପର ପାଖକୁ ଯାଇ ଚାଷ କାର୍ଯ୍ୟ କରିଥାନ୍ତି। ସେହିପରି ଧାନ ଅମଳ ସମୟରେ ମଧ୍ୟ ଚାଷୀମାନେ ପାଚିଲା ଶସ୍ୟକୁ ବହୁ ବିପଜ୍ଜନକ ଭାବେ ଆରପାଖକୁ ନେଇଥାନ୍ତି। ଚାଷୀମାନଙ୍କ ଦୀର୍ଘଦିନର ଦାବି ପରେ ୫ ବର୍ଷ ତଳେ ଡ୍ରେନେଜ ବିଭାଗ ଏହି ନାଳ ଉପରେ ଏକ ପୋଲ ନିର୍ମାଣ ଆରମ୍ଭ କରିଥିଲା। ଏହାମଧ୍ୟରେ ୫ ବର୍ଷ ବିତିଯାଇଥିଲେ ମଧ୍ୟ ପୋଲ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଅଧାପନ୍ତରିଆ ହୋଇ ରହିଥିବା ଯୋଗୁ ପୋଲ ଚାଷୀଙ୍କ କାମରେ ଆସୁନି ବୋଲି ଅଭିଯୋଗ ହେଉଛି।
ଏହି ଅସମ୍ପୂର୍ଣ୍ଣ ପୋଲ ପ୍ରାୟ ଆଖପାଖ ୫ ଖଣ୍ଡ ଗ୍ରାମର ୧ ହଜାର ଚାଷୀଙ୍କ ଦୁର୍ଦ୍ଦଶା ପାଲଟିଛି ବୋଲି କୁହାଯାଉଛି। ସେହିପରି ନାଳକୁ ପରିଷ୍କାର କରାଯାଉ ନ ଥିବା ସହିତ ପୁନଃ ଖନନ କରାଯାଉ ନ ଥିବାରୁ ବଳକା ପାଣି ଠିକ୍‌ ଭାବେ ମଧ୍ୟ ନିଷ୍କାସନ ହୋଇପାରୁ ନାହିଁ ବୋଲି ଅଭିଯୋଗ ହେଉଛି। ବଳିବିନ୍ଧା ଗ୍ରାମର ଚାଷୀ ଗଙ୍ଗାଧର ବାରିକ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୫ ବର୍ଷ ହେବ ଅଧାପନ୍ତରିଆ ରହିଥିବାରୁ ଚାଷୀମାନେ ସମସ୍ୟାରେ ପଡୁଛନ୍ତି ବୋଲି କହିଛନ୍ତି। ଏହି ପୋଲ କାର୍ଯ୍ୟ ତୁରନ୍ତ ଶେଷ କରାଗଲେ ୧ ହଜାରରୁ ଊର୍ଦ୍ଧ୍ୱ ଚାଷୀ ଉପକୃତ ହେବେ ବୋଲି ଚାଷୀ ଗଣେଶ ଚନ୍ଦ୍ର ସାହୁ କହିଛନ୍ତି। ଯୁବ ଚାଷୀ ନାରାୟଣ ବେହେରା କହିଛନ୍ତି ଯେ, ପୋଲ ଅଧାପନ୍ତରିଆ ହୋଇପଡ଼ିଥିବାରୁ ଏହା ଚାଷୀଙ୍କ ଦୁର୍ଦ୍ଦଶା ବଢ଼ାଉଛି। ଡ୍ରେନେଜ ବିଭାଗ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ଡ୍ରେନେଜ ବିଭାଗ ଯନ୍ତ୍ରୀ ଶ୍ରୀପତି କରଣଙ୍କୁ ପଚାରିବାରୁ କେଉଁ ପରିସ୍ଥିତିରେ ଏହି ପୋଲ ଅସମ୍ପୂର୍ଣ୍ଣ ରହିଲା ତାହାର ତଦନ୍ତ ଓ ତନଖି କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନର ଦାଦନ ମୁକ୍ତ ନେଇ…

ନୂଆପଡ଼ା,୧୦ା୧୨ (ମକାରୁ ବେମାଲ): ବଲାଙ୍ଗୀର ଜିଲା ତୁରେକେଲା ଥାନା ମହୁଲବାହାଳି ରେଳଲାଇନ୍‌ରୁ ସୋମବାର ନୂଆପଡ଼ା ଜିଲା ଲଖନା ଗାଁର ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ମୃତଦେହ...

ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ପ୍ରେମ ନିବେଦନ: ମେସେଜ୍‌ କରି କହିଲେ ଯଦି ତୁମେ…

ବୋଲଗଡ଼,୧୦ା୧୨(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ...

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଝାରସୁଗୁଡା, ୧୦।୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା ବାଗଡ଼ିହି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜି ପାନପାଲି ଗ୍ରାମ ପଞ୍ଚାୟତ ପିତାମାଲ ଗ୍ରାମର ହୀରା ବୁଡା...

ଅନୁସୂଚିତ ଜନଜାତି-ଜାତି ଉନ୍ନୟନ ବିଭାଗର ବଡ଼ ପଦକ୍ଷେପ: ଲୁକ୍କାୟିତ ପ୍ରତିଭାଙ୍କୁ ଚି଼ହ୍ନଟ

ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିର ହେଲିପ୍ୟାଡ଼ ପଡିଆଠାରେ ବୁଧବାର ବ୍ଲକସ୍ତରୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଯେ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ...

ଗାଜଲବାଡି ଘାଟି ସମ୍ପ୍ରସାରଣ ବିଳମ୍ବ: ବଢିଲା ଅସନ୍ତୋଷ, ଆନ୍ଦୋଳନ ଚେତାବନୀ

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟରାଜପଥର ଗାଜଲବାଡି ଘାଟିର ସମ୍ପ୍ରସାରଣ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ। କେନ୍ଦ୍ର...

ଏଣିକି ଛାତ୍ରୀଛାତ୍ର ହେବେ ଆତ୍ମନିର୍ଭରଶୀଳ: କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ…

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ): କଲେଜ ପଢୁଥିବା ଛାତ୍ରୀଛାତ୍ରମାନେ ପାଠ ପଢା ସରିବା ପରେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ...

ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...

ସ୍କୁଲ ପରିସରରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ନବମ ଶ୍ରେଣୀ ଛାତ୍ରୀ, ମା’ କହିଲେ ଏହି କାରଣ ପାଇଁ…

ଗଜପତି, ୧୦।୧୨(ଗିରିଧାରୀ ପରିଛା): ଗଜପତି ଜିଲା କାଶୀନାଗର ବ୍ଲକ କାଶୀନାଗର ବାରଣାସୀ ହାଇ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲ ପରିସରରେ ମୂଷା ମରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri