Posted inଖେଳ

ମହିଳା ହକି ତାରକା ସୁନୀତାଙ୍କ ଅବସର

ଭୁବନେଶ୍ୱର, ୩।୧(କ୍ରୀଡ଼ା ପ୍ରତିନିଧି)- ବର୍ଷ ଆରମ୍ଭରୁ ଓଡ଼ିଶା ହକି ପାଇଁ ଆସିଛି ଏକ ଖରାପ ଖବର। ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ଓଡ଼ିଶାର ସୁନୀତା ଲାକ୍ରା ଗୁରୁବାର ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି। ଆଣ୍ଠୁରେ ଆଘାତ ଜନିତ ସମସ୍ୟା ଯୋଗୁ ସେ କ୍ୟାରିୟର ଅଧାରୁ ଅବସର ନେବାକୁ ବାଧ୍ୟ ହେଉଛନ୍ତି ବୋଲି ଭାବବିହ୍ବଳ କଣ୍ଠରେ ପ୍ରକାଶ କରିଛନ୍ତି। ଆଣ୍ଠୁରେ ଅସ୍ତ୍ରୋପଚାର ଯୋଗୁ ସୁନୀତା ଦୀର୍ଘଦିନଧରି ହକିରୁ ଦୂରେଇ ରହିଥିଲେ। ଏବେ ଆଉ ଏକ ଅସ୍ତ୍ରୋପଚାରର ଆବଶ୍ୟକ ଥିବା ଡାକ୍ତରଙ୍କଠାରୁ ଜାଣିବା ପରେ ଅନ୍ତର୍ଜାତୀୟ ହକିରୁ ଅବସର ନେବାକୁ ନିଷ୍ପତ୍ତି ନେଲେ ବୋଲି କହିଛନ୍ତି ଏହି ଓଡ଼ିଆ ଡିଫେଣ୍ଡର। ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଦଳର ନେତୃତ୍ୱ ନେଇଥିବା ସୁନୀତା ୨୦୧୮ ଏସିଆନ୍‌ ଗେମ୍ସରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟା ରହିଥିଲେ। ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସ୍ବପ୍ନ ରହିଥିଲେ ମଧ୍ୟ ଆଘାତଜନିତ ସମସ୍ୟା ଏଥିରେ ବାଧକ ସୃଷ୍ଟି କଲା ବୋଲି ୨୮ ବର୍ଷୀୟା ଏହି ରାଜଗାଙ୍ଗପୁର ଖେଳାଳି କହିଛନ୍ତି।
‘ଅନ୍ତର୍ଜାତୀୟ ହକିରୁ ଅବସର ନିଷ୍ପତ୍ତି ମୋ ପାଇଁ ସହଜ ନ ଥିଲା। ୨୦୦୮ରୁ ଭାରତୀୟ ମହିଳା ହକି ଦଳ ସହ ମୁଁ ଏହି ଚମତ୍କାର ଯାତ୍ରାରେ ସାମିଲ ରହିଥିଲି। ଏହି ଯାତ୍ରା ମଧ୍ୟରେ ଆମେ ଅନେକ ସଫଳତା ଓ ବିଫଳତାର ସାମ୍ନା କରିଛୁ, କିନ୍ତୁ ଗୋଟିଏ ୟୁନିଟ୍‌ ରୂପେ ଏକାଠି ରହିଛୁ। ଦେଶ ପାଇଁ ସଫଳତା ଆଣିବା ଲାଗି ଏହା ଆମକୁ ମଜଭୁତ ରଖିବା ସହ ଲଢ଼େଇ କରିବାକୁ ଶକ୍ତି ଓ ପ୍ରେରଣା ଦେଇଥିଲା’ ଅତ୍ୟନ୍ତ ଭାବପ୍ରବଣ ବୋଲି ସୁନୀତା ପ୍ରକାଶ କରିଛନ୍ତି। ‘୨୦୧୬ ରିଓ ଅଲିମ୍ପିକ୍ସ ଖେଳିଥିବାରୁ ନିଜକୁ ଭାଗ୍ୟଶାଳୀ ମନେକରୁଛି। ତିନି ଦଶନ୍ଧି ପରେ ଅଲିମ୍ପିକ୍ସରେ ଭାରତର ଏହା ପ୍ରଥମ ଅଂଶଗ୍ରହଣ ରହିଥିଲା। ଭାରତୀୟ ମହିଳା ହକି ପାଇଁ ଏହା ଐତିହାସିକ ମୁହୂର୍ତ୍ତ ଥିଲା । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳର ସଦସ୍ୟା ହେବାକୁ ଲକ୍ଷ୍ୟ ରଖିଥିଲି। କିନ୍ତୁ ଆଣ୍ଠୁ ସମସ୍ୟା ମୋ ସ୍ବପ୍ନକୁ ଛୋଟ କରିଦେଲା’ ବୋଲି ସୁନୀତା ପ୍ରକାଶ କରିଛନ୍ତି। ତେବେ ଭାରତୀୟ ମହିଳା ହକି ଦଳ ଆହୁରି ଅଧିକ କିଛି ହାସଲ କରିପାରିବ ବୋଲି ସେ ବିଶ୍ୱାସ ପ୍ରକଟ କରିଛନ୍ତି। ସୁନୀତା ଆହୁରି ମଧ୍ୟ କହିଛନ୍ତି ଯେ, ‘ଆଗାମୀ ଦିନରେ ଆଣ୍ଠୁରେ ଆଉ ଏକ ଅସ୍ତ୍ରୋପଚାର ଆବଶ୍ୟକତା ଥିବାରୁ ପୂରା ସୁସ୍ଥ ହେବାକୁ ମୋତେ କେତେ ସମୟ ଲାଗିବ ମୁଁ ନିଶ୍ଚିତ ନୁହେଁ। କିନ୍ତୁ ଅସ୍ତ୍ରୋପଚାର ପରେ ଘରୋଇ ହକି ଓ ମୋତେ ଚାକିରି ଦେଇ କ୍ୟାରିୟର ଗଢ଼ିତୋଳିବାରେ ସମର୍ଥନ କରିଥିବା ନାଲ୍‌କୋ ପକ୍ଷରୁ ଖେଳିବି। ଖେଳରେ ମୁଁ ବହୁତ ବାଟ ଯାତ୍ରା କରିଛି ଏବଂ ଭାରତୀୟ ଦଳ ସହ ବିତେଇଥିବା କିଛି ସ୍ମରଣୀୟ ମୁହୂର୍ତ୍ତ ସାଥିରେ ନେଇ ଯାଉଛି’ ବୋଲି ସୁନୀତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri