Posted inଖେଳ

୪ ଦିନିଆ ଟେଷ୍ଟକୁ ଲିୟନ, ଲାଙ୍ଗରଙ୍କ ନାପସନ୍ଦ

ସିଡ୍‌ନୀ,୨।୧(ପି.ଟି.)- ପ୍ରସ୍ତାବିତ ୪ ଦିନିଆ ଟେଷ୍ଟ ଫର୍ମାଟକୁ ଅଷ୍ଟ୍ରେଲିଆର କେତେକ ଆଗଧାଡ଼ିର କ୍ରିକେଟର ନାପସନ୍ଦ କରିଛନ୍ତି। ନୂଆ ଫର୍ମାଟରେ ଖେଳାଯିବାକୁ ଥିବା ଟେଷ୍ଟର ଏହି ଫର୍ମାଟକୁ ସେମାନେ ବିରୋଧ କରିଛନ୍ତି। ଏଭଳି ପ୍ରସ୍ତାବ ନିହାତି ହାସ୍ୟାସ୍ପଦ ବୋଲି ଅଷ୍ଟ୍ରେଲିଆ ସ୍ପିନର ନାଥନ ଲିୟନ କହିଛନ୍ତି। ଟେଷ୍ଟର ପାରମ୍ପରିକ ୫ ଦିନିଆ ଫର୍ମାଟରେ କୌଣସି ପରିବର୍ତ୍ତନକୁ ଅଷ୍ଟ୍ରେଲିଆ ହେଡ୍‌ କୋଚ୍‌ ଜଷ୍ଟିନ୍‌ ଲାଙ୍ଗର ନାପସନ୍ଦ କରିଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ କେଭିନ ରବଟର୍‌ସ ୪ ଦିନିଆ ଟେଷ୍ଟ ନେଇ ବୋର୍ଡ ବହୁତ ଉତ୍ସାହିତ ରହିଛି। ନୂଆବର୍ଷରେ ଆଫଗାନିସ୍ତାନ ବିପକ୍ଷରେ ଏହି ୪ ଦିନିଆ ଟେଷ୍ଟ ଅଷ୍ଟ୍ରେଲିଆ ଖେଳିପାରେ ବୋଲି ସେ ସୂଚନା ଦେବାର ଗୋଟିଏ ଦିନ ପରେ ଲିୟନ ଏଭଳି ମତ ଦେଇଛନ୍ତି।
ଏହି ନୂଆ ଫର୍ମାଟକୁ ସମ୍ପୂର୍ଣ୍ଣ ରୂପେ ବିରୋଧ କରୁଛି। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଏହାକୁ ବିଚାରକୁ ନେବ ନାହିଁ ବୋଲି ଲିୟନ କହିଛନ୍ତି। ଅନ୍ତିମ ତଥା ପଞ୍ଚମ ଦିନରେ ହିଁ ଟେଷ୍ଟ ଫର୍ମାଟର ମଜା ଦେଖିବାକୁ ମିଳିଥାଏ। ଏ ଭଳି କେତୋଟି ଟେଷ୍ଟ ମଧ୍ୟ ମୁଁ ଖେଳିଛି। ଉଲ୍ଲେଖଥାଉ କି, ୨୦୨୩ରେ ଆଇସିସି ୪ ଦିନିଆ ଟେଷ୍ଟକୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ସାମିଲ କରିବ ବୋଲି କୁହାଯାଇଥିଲା। ତେବେ ପ୍ରସ୍ତାବିତ ଏହି ନୂଆ ଫର୍ମାଟକୁ ଆଦୌ ପସନ୍ଦ କରେନାହିଁ। ବରଂ ୫ ଦିନିଆ ଟେଷ୍ଟ ଶ୍ରେଷ୍ଠ ବୋଲି ଲାଙ୍ଗର ମତ ଦେଇଛନ୍ତି। ଯଦି ବି ଟେଷ୍ଟ କ୍ରିକେଟକୁ ଜୀବିତ ରଖିବା ପାଇଁ ଓ ଏହାର ଲୋକପ୍ରିୟତା ୪ ଦିନିଆ ଫର୍ମାଟ ଖେଳାଯିବ ତା’ହାଲେ ଏହାର ସୁଫଳ ଦେଖିବା ଜରୁରୀ। କିନ୍ତୁ ୫ ଦିନିଆ ଟେଷ୍ଟକୁ ଅଧିକ ପସନ୍ଦ କରେ। କାରଣ ଏଥିରେ ପରିବର୍ତ୍ତନ ଚାହେଁନାହି ବୋଲି ଲାଙ୍ଗର କହିଛନ୍ତି। ୨୦୧୪ରେ ଆଡିଲେଡରେ ଖେଳାଯାଇଥିବା ଭାରତ ବିପକ୍ଷ ଟେଷ୍ଟର ଉଦାହରଣ ଦେଇଛନ୍ତି ଲିୟନ। ଏହି ମ୍ୟାଚ୍‌ର ଅନ୍ତିମ ଘଣ୍ଟାରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା। ଏହି ମ୍ୟାଚ୍‌ ମଧ୍ୟ ବେଶ୍‌ ଉପଭୋଗ୍ୟ ଥିଲା ବୋଲି ଲିୟନ କହିଛନ୍ତି। ସେହିପରି ୨୦୧୪ରେ ଖେଳାଯାଇଥିବା କେପ୍‌ଟାଉନ ଟେଷ୍ଟ ମଧ୍ୟ ବେଶ୍‌ ରୋମାଞ୍ଚକ ଥିଲା। ଆଉ ଦୁଇ ଓଭର ପରେ ମ୍ୟାଚ୍‌ ଶେଷ ହେବାକୁ ଯାଉଥିବା ବେଳେ ମର୍ନ ମୋର୍କେଲଙ୍କୁ ରିଆନ ହାରିସ ବୋଲ୍ଟ କରିଥିଲେ ଓ ମ୍ୟାଚ୍‌ ଅଷ୍ଟ୍ରେଲିଆ ସପକ୍ଷରେ ଯାଇଥିଲା ବୋଲି ଲିୟନ ମନେ ପକାଇ କହିଛନ୍ତି।
ଉଲ୍ଲେଖଥାଉ କି, ୪ ଦିନିଆ ଟେଷ୍ଟରେ ଗୋଟିଏ ଦିନରେ ୯୦ ବଦଳରେ ୯୮ ଓଭର ବୋଲିଂ କରାଯିବ। ଗତ ୧୦ ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ୪୩ଟି ଟେଷ୍ଟ ଫଳାଫଳ ମିଳିଥିଲା। ତେବେ ୩୮ଟି ମ୍ୟାଚ୍‌ର ଫଳାଫଳ ୩୯୨ ଓଭରରେ ଅର୍ଥାତ ୪ଦିନ ମଧ୍ୟରେ ମିଳିଯାଇଥିଲା। ତେବେ ୪ ଦିନିଆ ଟେଷ୍ଟ ନୂଆ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିଛି ବୋଲି ଲିୟନ କହିଛନ୍ତି। ଅଷ୍ଟ୍ରେଲିଆ ଟେଷ୍ଟ ଅଧିନାୟକ ଟିମ୍‌ ପେନ୍‌ ଓ ଉପ- ଅଧିନାୟକ ଟ୍ରାଭିସ ହେଡ ମଧ୍ୟ ୫ଦିନିଆ ଟେଷ୍ଟକୁ ସମର୍ଥନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri