ନିର୍ବାଚିତ ପରିଷଦ କାର୍ଯ୍ୟକାଳ ସରିବାର ୧୫ ମାସ ଝୁଲାଇ ରଖାଯାଇଛି ନିର୍ବାଚନ

ବ୍ରହ୍ମପୁର ଅଫିସ,୩୧ା୧୨-ବ୍ରହ୍ମପୁର ମହାନଗର ନିଗମ ନିର୍ବାଚିତ ପରିଷଦ ୫ ବର୍ଷିଆ କାର୍ଯ୍ୟକାଳ ୨୦୧୮ ସେପ୍ଟେମ୍ବର ୩୦ରେ ଶେଷ ହୋଇଛି। ଗତ ୧୫ ମାସ ହେବ ଗଞ୍ଜାମ ଜିଲାପାଳଙ୍କୁ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଜନ ପ୍ରତିନିଧି ନ ଥିବାରୁ ଉନ୍ନୟନ କାର୍ଯ୍ୟ ସବୁ ୱାର୍ଡରେ ଧିମା ହୋଇଯାଇଥିବା ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି। ସରକାରୀ ବାବୁମାନେ ବିକାଶ ମୂଳକ ଯୋଜନା କେବଳ ବୈଠକ ପରେ ବୈଠକରେ ସମୀକ୍ଷା କରୁଛନ୍ତି। ଫଳରେ ମହାନଗରବାସୀ ହନ୍ତସନ୍ତ ହେଉଛନ୍ତି। ପୂର୍ବତନ କର୍ପୋରେଟରମାନେ ଅସନ୍ତୋଷ ପ୍ରକାଶ କରୁଥିଲେ ମଧ୍ୟ ଝୁଲି ରହିଥିବା ପୌର ନିର୍ବାଚନ କେବେ ହେବ ଅନାଇ ରହିଛନ୍ତି। ତେବେ ସରକାରଙ୍କ ଅବହେଳା ବିରୋଧରେ ପାଟି ଖୋଲିବାକୁ ସାହସ କରୁନାହାନ୍ତି।
ସୂଚନାଯୋଗ୍ୟ, ମହାନଗରର ୪୦ ୱାର୍ଡ ମଧ୍ୟରୁ ଓବିସି, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥାରେ ତ୍ରୁଟି ରହିଛି। ରାଜ୍ୟର ଉଚ୍ଚ ନ୍ୟାୟାଳୟ ସଂରକ୍ଷଣ ବ୍ୟବସ୍ଥା ୫୦% ମଧ୍ୟରେ ରଖିବାକୁ ରାୟ ଦେଇଥିଲେ। ଏହାକୁ ବିରୋଧ କରି ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେଠାର ହାଇକୋର୍ଟ ଆଦେଶ କାଏମ ରହିଛି। ତେଣୁ ଅଡ଼ୁଆ ସ୍ଥିତି ଉପୁଜିଛି। ପୁଣି ୱାର୍ଡଗୁଡ଼ିକ ପୁନର୍ଗଠନ ହେବା ବାଧ୍ୟତାମୂଳକ ହୋଇଥିବା ବେଳେ ଏଥିପାଇଁ ୧୯୫୦ ପୌର ଆଇନ ଏବଂ ୨୦୦୩ ମ୍ୟୁନିସିପାଲ କର୍ପୋରେଶନ ଆଇନର ସଂଶୋଧନ ନିହାତି ଆବଶ୍ୟକ। ତେଣୁ କ୍ୟାବିନେଟ ଅନୁମୋଦନ ପରେ ସଂଶୋଧନ ବିଲ ବିଧାନସଭାରେ ପାରିତ କରିବାକୁ ପଡ଼ିବ । ପରେ ରାଜ୍ୟପାଳଙ୍କ ମୋହର ବାଜିଲେ ତାହା କାର୍ଯ୍ୟକାରୀ ହେବ ।
କେବଳ ପୌର ନିଗମ ନୁହେଁ ସବୁ ପୌର ସଂସ୍ଥା ଓ ଏନ୍‌ଏସିରେ ଏହା ଲାଗୁ ହେବ । ଗଞ୍ଜାମ ଜିଲାରେ ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜିଳି ପୌର ପରିଷଦ ଓ ଆଉ ୧୬ ଏନ୍‌ଏସି ରହିଛି। ଏହି ୧୮ ସହରାଞ୍ଚଳ ଦାୟିତ୍ୱ ୧୫ ମାସ ହେବ ସରକାରୀ ନିୟନ୍ତ୍ରଣରେ ଅଛି । କେବେ ପୌର ନିର୍ବାଚନ ହେବ ତାହା ଅନିଶ୍ଚିତ ହୋଇଯାଇଛି। ୨୦୧୮ ସେପ୍ଟେମ୍ବର ଶେଷ ସୁଦ୍ଧା ସବୁ ପୌର ସଂସ୍ଥା ବିଜେଡି ଦଖଲରେ ଥିଲା। ନିର୍ବାଚିତ କର୍ପୋରେଟର ଓ କାଉନସିଲରମାନେ ଶୀଘ୍ର ପୌର ନିର୍ବାଚନ ହେବ ଏବଂ ପୁଣି ବିଜେଡି ଦଖଲକୁ ଆସିବାର ସ୍ବପ୍ନ ଦେଖିଥିଲେ। ତେବେ ଏହାର ନଁା ଗନ୍ଧ ନ ଥିବାରୁ ସମସ୍ତେ ହତାଶ ହୋଇଯାଇଛନ୍ତି। ଏହାର ସୁଯୋଗରେ ବିରୋଧୀ ଭାଜପା ଓ କଂଗ୍ରେସ ସରକାରଙ୍କୁ ବିଭିନ୍ନ ଭାବରେ ସମାଲୋଚନା କରୁଛନ୍ତି। ସହରାଞ୍ଚଳ ଭୋଟ ଶାସକ ଦଳ ବିରୋଧରେ ଯିବାର ଆଶଙ୍କା କରି ନିର୍ବାଚନ ପାଇଁ ଭୟ କରୁଥିବା ବିରୋଧୀ ଦର୍ଶାଇଛନ୍ତି।
ବ୍ରହ୍ମପୁର ପୌର ପରିଷଦ ବ୍ରିଟିଶ ସରକାର ଶାସନରେ ୧୮୬୭ ରେ ପ୍ରତିଷ୍ଠା ହୋଇଥିଲା। ପୂର୍ବ ରେକର୍ଡ ନ ଥିଲେ ମଧ୍ୟ ୧୯୪୯ ରୁ ୨୦୦୧ ସୁଦ୍ଧା ୨୩ ଥର ନିର୍ବାଚିତ ପରିଷଦ ଭଙ୍ଗ ହୋଇଛି । ୨୩ ଜିଲାପାଳମାନେ ଶାସନ ମୁଖ୍ୟ ହୋଇଛନ୍ତି। ପୂର୍ବ ମ୍ୟୁନିସିପାଲିଟିର ଶେଷ ପ୍ରଶାସକ ଥିଲେ ଆଇଏଏସ୍‌ ଅଫିସର ସଞ୍ଜୀବ କୁମାର ମିଶ୍ର । ସେ ୨୦୦୧ ଡିସେମ୍ବର ୯ ରୁ ୨୦୦୩ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ନଗରପାଳ ବା ପ୍ରଶାସକ ଦାୟିତ୍ୱ ତୁଲାଇଥିଲେ । ୨୦୦୩ ଅକ୍ଟୋବର ୮ରେ ଅନୁଷ୍ଠିତ ପୌର ନିର୍ବାଚନରେ ପ୍ରଥମଥର ପାଇଁ ବିଜେଡି ସଂଖ୍ୟା ଗରିଷ୍ଠ ଲାଭ କରିଥିଲା ଏବଂ ପ୍ରଥମ ମହିଳା ନଗରପାଳ ହୋଇଥିଲେ ସୁଲୋଚନା ସ୍ବାଇଁ। ୨୦୧୩ ପୌର ନିର୍ବାଚନରେ ତୃତୀୟ ଥର ପାଇଁ ବିଜେଡି ଜିତିବାରୁ ପ୍ରଥମ ମହିଳା ମେୟର ହୋଇଥିଲେ କେ. ମାଧବୀ। ଏବେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଗମର ପ୍ରଶାସକ ଦାୟିତ୍ୱରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର

ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri