Posted inଖେଳ

ବାରବାଟୀ ଦିନିକିଆ: ପଡ଼ିଆ ପ୍ରସ୍ତୁତ: ଆଜି ଅଭ୍ୟାସ

କଟକ ଅଫିସ,୨୧ା୧୨-
ରାଜ୍ୟର ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ ଭେନ୍ୟୁ ବାରବାଟୀ ଷ୍ଟାଡିୟମ ପ୍ରସ୍ତୁତ। ରବିବାର ଏଠାରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ଦିନିକିଆ କ୍ରିକେଟ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବ। ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପଦାଧିକାରୀ, କର୍ମଚାରୀଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନ, ପୋଲିସ ପ୍ରଶାସନ ମ୍ୟାଚ୍‌ ଆୟୋଜନ ନେଇ ସମ୍ପୂର୍ଣ୍ଣ ଭାବେ ବ୍ୟସ୍ତ। ଶନିବାର ଉଭୟ ଦଳ ଏଠାକୁ ଅଭ୍ୟାସ ନିମନ୍ତେ ଆସିବେ। ପୂର୍ବାହ୍ନରେ ପହଞ୍ଚିବ ବିରାଟ ବାହିନୀ। ସକାଳ ୧୦ଟାରୁ ଭାରତୀୟ ଦଳ ଅଭ୍ୟାସ କରିବା ବେଳେ ଅପରାହ୍ନ ୨ଟାରେ ୱେଷ୍ଟଇଣ୍ଡିଜ ଦଳର ଅଭ୍ୟାସ ସମୟ ଧାର୍ଯ୍ୟ କରାଯାଇଛି। ତେବେ ଉଭୟ ଦଳର ଅଭ୍ୟାସ ଦେଖିବାକୁ ଷ୍ଟାଡିୟମର ବିଭିନ୍ନ ଗ୍ୟାଲେରୀରେ ଦର୍ଶକଙ୍କ ଭିଡ଼ ଜମିବ ବୋଲି ଆଶା କରାଯାଉଛି।
ଲଡର୍‌ସ ଲୁକ୍‌ରେ ୱାଚ୍‌ଟାୱାର
ସାମୂଦ୍ରିକ ଝଡ଼ ଫନୀରେ ଷ୍ଟାଡିୟମର ୱାଚ୍‌ଟାୱାର ଅଳ୍ପବହୁତ କ୍ଷତିଗ୍ରସ୍ତ ହୋଇଥିଲା। ମ୍ୟାଚ୍‌ ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ଏହି ଟାୱାରକୁ ମରାମତି କରାଯାଇଛି। ଶନିବାର ଏହାକୁ ଉଦ୍‌ଘାଟନ କରାଯିବ। ତେବେ ବିଶ୍ୱର ଚର୍ଚ୍ଚିତ କ୍ରିକେଟ ଷ୍ଟାଡିୟମ ଲଡର୍‌ସ ପ୍ୟାଭିଲିୟନର ଛାପ ଏହି ଟାୱାରରେ ଦେଖିବାକୁ ମିଳୁଛି। ବାରବାଟୀର ୱାଚଟାୱାରକୁ ଲକ୍ଷ୍ୟ କଲେ ଏହା ଲଡର୍‌ସର ପ୍ୟାଭିଲିୟନ ଭଳି ମନେ ହେବ।
ଗ୍ୟାଲେରୀ ନଂ-୭ରେ ବାଲୁକାକଳା
ଫନୀରେ କ୍ଷତିଗ୍ରସ୍ତ ହୋଇ ଅସୁରକ୍ଷିତ ହୋଇ ପଡ଼ିଥିବା ଗ୍ୟାଲେରି ନଂ-୭ରେ ବାଲୁକାକଳା ଦେଖିବାକୁ ମିଳିବ। ଏହି ମ୍ୟାଚ୍‌କୁ ଆଧାର କରି ବାଲୁକାକଳାରେ ରୂପ ଦିଆଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଶନିବାର ଠାରୁ ଗ୍ୟାଲେରି ନଂ-୭ରେ ବାଲୁକାକଳା ଆରମ୍ଭ ହେବ।
ମଦୁଆଙ୍କୁ ମନା
ମଦ୍ୟପାନ କରି ଷ୍ଟାଡିୟମ ଭିତରକୁ କେହି ପ୍ରବେଶ କରି ପାରିବେ ନାହିଁ। ପୂର୍ବରୁ ଏଠାରେ ହୋଇଥିବା ଅନ୍ତର୍ଜାତୀୟ ମ୍ୟାଚ୍‌ ସମୟରେ ଅନେକ ଗ୍ୟାଲେରୀରେ ମଦ୍ୟପଙ୍କ ଉତ୍ପାତ ଦେଖିବାକୁ ମିଳୁଥିଲା। ହେଲେ ଚଳିତବର୍ଷ ପ୍ରତ୍ୟେକ ଗ୍ୟାଲେରୀର ପ୍ରବେଶ ପଥରେ ପୋଲିସ ବ୍ରେଥ ଆନାଲାଇଜର ବ୍ୟବହାର କରି ମଦୁଆଙ୍କୁ ଧରିବ ବୋଲି ଜଣାପଡ଼ିଛି।
ଜଗିବେ ୮୦ପ୍ଲାଟୁନ ପୋଲିସ
ଶୁକ୍ରବାର ପୋଲିସ ପ୍ରଶାସନ ପକ୍ଷରୁ ଷ୍ଟାଡିୟମରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୋଲିସର ଅନେକ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ମ୍ୟାଚ୍‌ ସମୟରେ ଲାଗୁ ହେବାକୁ ଥିବା କଟକଣା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିସିସିଆଇ ବକ୍ସ ନିକଟରେ ଯାଞ୍ଚକୁ କଡ଼ାକଡ଼ି କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏଠାରେ ସହରର ପ୍ରଭାବଶାଳୀ ବ୍ୟକ୍ତିବିଶେଷ ବିନା ପାସ୍‌ରେ ପ୍ରବେଶ କରୁଥିବାର ଅଭିଯୋଗ ମଧ୍ୟ ହୋଇଛି। ଅନ୍ୟପକ୍ଷରେ ମୋଟ୍‌ ୮୦ ପ୍ଲାଟୁନ ପୋଲିସ ଫୋର୍ସ ମ୍ୟାଚ୍‌ ପରିଚାଳନା ଦାୟିତ୍ୱରେ ରହିବ। କୌଣସି ପୋଲିସ ଅଧିକାରୀ କିମ୍ବା କର୍ମଚାରୀ ମ୍ୟାଚ୍‌ ସମୟରେ ମୋବାଇଲ ଫୋନ ବ୍ୟବହାର କରି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ପୋଲିସ ଡିଜି ଅଭୟ ଶୁକ୍ରବାର ପୂର୍ବାହ୍ନରେ ଷ୍ଟାଡିୟମ ପରିଦର୍ଶନ କରିଥିଲେ।
‘ଆଇ ଲଭ୍‌ କ୍ରିକେଟ’
କ୍ରିକେଟପ୍ରେମୀଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଥମଥର ନିମନ୍ତେ ଏନ ନିଆରା ପଦକ୍ଷେପ ଗ୍ରହଣ କରିଛି ଓସିଏ। ଷ୍ଟାଡିୟମ ପରିସର ବାହାରେ ଓ ବାଉଣ୍ଡରୀ ନିକଟରେ ଦୁଇଟି ସେଲଫି ଜୋନ ତିଆରି ହୋଇଛି। ଯେଉଁଥିରେ ଲେଖା ଯାଇଛି ‘ଆଇ ଲଭ କ୍ରିକେଟ’। ଏହି ସ୍ଥାନରେ ସେଲଫି ଫଟୋ ନେବା ପାଇଁ କ୍ରିକେଟପ୍ରେମୀଙ୍କ ଅହେତକୁ ଭିଡ଼ ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri