କଟକ ଡବଲ ମର୍ଡରକୁ ବିତିଲା ୪୮ ଘଣ୍ଟା: ଅଭିଯୁକ୍ତଙ୍କ ପତ୍ତା ପାଉନି ପୋଲିସ

କଟକ ଅଫିସ, ୧୫।୧୨: କଟକ ବେଲେଶ୍ୱର ନ୍ୟୁ କଲୋନୀ ବୃଦ୍ଧ ଦମ୍ପତିଙ୍କ ହତ୍ୟା ଘଟଣାକୁ ୪୮ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି। ହତ୍ୟାକାଣ୍ଡ ଘଟିଥିବା ଘରକୁ ପୋଲିସ ସିଲ୍‌ କରିଥିବା ବେଳେ ସେଠାରେ ୨୪ଘଣ୍ଟିଆ ପୋଲିସ ପହରା ବ୍ୟବସ୍ଥା ହୋଇଛି। ଏହି ଘଟଣାରେ ଶନିବାର ପୋଲିସ ମୃତ ଦମ୍ପତିଙ୍କ ଘରେ କାମ କରୁଥିବା ଚାକରାଣୀଙ୍କୁ ଜେରା କରିଥିଲା। ଦୀର୍ଘ ସମୟର ଜେରା ପରେ ହତ୍ୟାକାଣ୍ଡ ସହିତ ଚାକରାଣୀଙ୍କ କୌଣସି ସମ୍ପର୍କ ନ ଥିବା ପୋଲିସ ସୂଚନା ଦେଇଛି। ଏଥିସହିତ ଦମ୍ପତିଙ୍କ ଘରେ ଭଡାରେ ରହୁଥିବା ଲୋକଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ୪ଟି ଟିମ୍‌ ଗଠନ କରାଯାଇଛି। ସେଥିମଧ୍ୟରୁ ୨ଟି ଟିମ୍‌ ବ୍ରହ୍ମପୁର ଓ ଜଗତ୍‌ସିଂହପୁର ଯାଇଥିବା ବେଳେ ଅନ୍ୟ ୨ଟିମ କଟକରେ ତଦନ୍ତ କରୁଛନ୍ତି। ପୋଲିସ ସ୍ଥାନୀୟ ଲୋକଙ୍କୁ ପଚାରିବା ସହ ବୃଦ୍ଧ ଦମ୍ପତିଙ୍କ ପରିଚିତ ଲୋକଙ୍କୁ ମିଶାଇ ଅଦ୍ୟାବଧି ମୋଟ ୧୬ଜଣଙ୍କୁ ଜେରା କରିଛି। ଡିସିପି ଅଖିଳେଶ୍ୱର ସିଂଙ୍କ କହିବା ଅନୁଯାୟୀ, ପୋଲିସ ତଦନ୍ତ ଜାରି ରହିଛି। ଖୁବଶୀଘ୍ର ହତ୍ୟାକାରୀ ଧରାପଡ଼ିବେ। ଅନ୍ୟପକ୍ଷରେ ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ହତ୍ୟାକାଣ୍ଡରେ ୩ଜଣ ସାମିଲ ଅଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମୁଖ୍ୟତଃ ଫରେନ୍‌ସିକ ପରୀକ୍ଷାରୁ ପୋଲିସ ହାତରେ ବଡ଼ ସୁରାକ ଲାଗିଥିବା ସମ୍ପୃକ୍ତ ଅଧିକାରୀ କହିଛନ୍ତି।

ସୂଚନାଥାଉ କି, ଗୁରୁବାର ରାତିରେ ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ୱର ନ୍ୟୁ କଲୋନୀରେ ରହୁଥିବା ଶ୍ରୀନାଥ ସାମଲ(୭୦) ଓ ବିଦୁଲତା ସାମଲ(୬୫)ଙ୍କୁ କେହି ନିର୍ମମ ଭାବେ ହତ୍ୟା କରିଥିଲେ। ରାତି ପ୍ରାୟ ୯ଟାରେ ଦମ୍ପତିଙ୍କ ଝିଅ ସେମାନଙ୍କୁ ଫୋନ କରିଥିଲେ। ବାରମ୍ବାର ରିଂ କରିବା ପରେ କେହି ଫୋନ ନ ଉଠାଇବାରୁ ସେ ଜଣେ ପଡୋଶୀଙ୍କ ସହ ଯୋଗାଯୋଗ କରିଥିଲେ। ପଡୋଶୀ ଜଣକ ତାଙ୍କ ଘରକୁ ଯାଇ ଦେଖିବା ବେଳକୁ ଘରର କବାଟ ଖୋଲା ରହିଥିଲା। ପଡୋଶୀ ଜଣକ କଲିଂ ବେଲ ବଜାଇଥିଲେ ମଧ୍ୟ କେହି ବାହାରକୁ ଆସି ନ ଥିଲେ। ତେବେ ପଡୋଶୀ ଜଣକ ଘର ଭିତରକୁ ଯାଇ ଦେଖିବାରୁ ବୃଦ୍ଧ ଦମ୍ପତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିଲା। ଏ ନେଇ ପଡ଼ୋଶୀ ଜଣକ ପ୍ରଥମେ ତାଙ୍କ ଝିଅଙ୍କୁ ଜଣାଇବା ସହ ସ୍ଥାନୀୟ ଲୋକଙ୍କୁ ଡାକିଥିଲେ। ଖବରପାଇ ମଧୁପାଟଣା ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିଲା। ହତ୍ୟାକାଣ୍ଡର ପାରିପାର୍ଶ୍ୱିକ ସ୍ଥିତି ଦେଖି ଏହା କୌଣସି ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହୋଇଥିବା ପୋଲିସ ସନ୍ଦେହ କରିଥିଲା। ତେଣୁ ପୋଲିସର ପ୍ରଥମ ସନ୍ଦେହ ମୃତ ଦମ୍ପତିଙ୍କ ପରିଚିତ ଲୋକଙ୍କ ଉପରେ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri