Posted inଜାତୀୟ

ଉତ୍ତରପୂର୍ବରେ ନିଆଁ

ଅଗରତାଲା/ଗୁଆହାଟୀ/ନୂଆଦିଲ୍ଲୀ, ୧୨ା୧୨(ପି.ଟି./ଆଇଏଏନ୍‌ଏସ୍‌): ନାଗରିକତ୍ୱ ସଂଶୋଧନ ବିଲ୍‌ ଲୋକ ସଭାରେ ପାସ୍‌ ହୋଇ ବୁଧବାର ରାତିରେ ରାଜ୍ୟ ସଭାରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏହାକୁ ଉଚ୍ଚ ସଦନରେ ଉପସ୍ଥାପନ କରିବାବେଳେ ବିଲ୍‌କୁ ଉତ୍ତର-ପୂର୍ବ ସମେତ ଦେଶର ବିଭିନ୍ନ ରାଜ୍ୟରେ ବିରୋଧ କରାଯାଇଛି। ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବୁଧବାର ଏହା ବିରୋଧରେ ସର୍ବାଧିକ ବିକ୍ଷୋଭ ଓ ଆନ୍ଦୋଳନ ଦେଖିବାକୁ ମିଳିଛି। କ୍ରମାଗତ ତୃତୀୟ ଦିନ ଧରି ଏହି ବିବାଦୀୟ ବିଧେୟକକୁ ବିରୋଧ କରିଛନ୍ତି ବିଭିନ୍ନ ଦଳ, ଏନ୍‌ଜିଓ ଏବଂ ଛାତ୍ର ସଙ୍ଗଠନ। କେନ୍ଦ୍ର ସରକାର ଅଞ୍ଚଳବାସୀଙ୍କ ଭାବାବେଗକୁ ସମ୍ମାନ ଦେଇ ବିଲ୍‌କୁ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛି ନର୍ଥ ଇଷ୍ଟ ଷ୍ଟୁଡେଣ୍ଟ ଅର୍ଗାନାଇଜେଶନ୍‌ (ଏନ୍‌ଇଏସ୍‌ଓ)। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀଙ୍କ ବ୍ୟାପକ ପୋଡ଼ାଜଳା ଓ ଭଙ୍ଗାରୁଜା ଦେଖିବାକୁ ମିଳିଛି। ଗୁଆହାଟୀ ସଚିବାଳୟ ବାହାରେ ବିକ୍ଷୋଭକାରୀଙ୍କ ପ୍ରବଳ ବିରୋଧ ଯୋଗୁ ପୋଲିସ ଲାଠିଚାର୍ଜ କରିଛି। ଗୁଆହାଟୀ ସମେତ ଅନେକ ସହରରେ କର୍ଫ୍ୟୁ ଜାରି କରାଯାଇଛି।
ନାଗରିକତ୍ୱ ସଂଶୋଧନ ବିଧେୟକ ପ୍ରତ୍ୟାହାର ଦାବିରେ ବୁଧବାର ଅଭୂତପୂର୍ବ ବିକ୍ଷୋଭ ଦେଖିବାକୁ ମିଳିଥିଲା। ଆସାମ, ତ୍ରିପୁରା, ମିଜୋରାମ ଓ ମେଘାଳୟରେ ଆନ୍ଦୋଳନକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପରୀକ୍ଷାଗୁଡ଼ିକୁ ଘୁଞ୍ଚାଇ ଦିଆଯାଇଛି। ନର୍ଥ ଇଷ୍ଟ୍‌ ଫ୍ରଣ୍ଟିୟର ରେଲଓ୍ବେର ହମ୍‌ସଫର ଏକ୍ସପ୍ରେସ୍‌ ଓ କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ ସମେତ ଅନେକ ଟ୍ରେନ୍‌ ଚଳାଚଳକୁ ବାତିଲ କରିଦିଆଯାଇଛି। ତ୍ରିପୁରାରେ ଭାଜପାର ସହଯୋଗୀ ଥିବା ଇଣ୍ଡିଜେନସ୍‌ ପିପୁଲ୍ସ ଫ୍ରଣ୍ଟ ଅଫ୍‌ ତ୍ରିପୁରା (ଆଇପିଏଫ୍‌ଟି)ର ୬ ସଦସ୍ୟ ବିଶିଷ୍ଟ ଏକ ପ୍ରତିନିଧି ଦଳ ବିଲ୍‌ ପ୍ରତ୍ୟାହାର ସକାଶେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ସହ ଜରୁରୀ ବୈଠକ ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି। ସେହିପରି ପ୍ରଭାବଶାଳୀ ଛାତ୍ର ସଙ୍ଗଠନ ଏନ୍‌ଇଏସ୍‌ଓର ୮ ଜଣିଆ ପ୍ରତିନିଧି ଦଳ ଆନ୍ଦୋଳନକୁ ଅଧିକ ବ୍ୟାପକ କରିବା ପାଇଁ ପ୍ରସ୍ତୁତି ଚଳାଇଛି। ଭାଜପା ଶାସିତ ଆସାମର ଦିସ୍‌ପୁରରେ ଉତ୍ତ୍ୟକ୍ତ ଲୋକେ ଏକ ବସ୍‌ରେ ନିଆଁ ଲଗାଇ ଜାଳିଦେଇଛନ୍ତି। ରାଜଧାନୀ ଗୁଆହାଟୀ, ଦିସପୁର, ଦିବ୍ରୁଗଡ଼ ଓ ଜେରହାଟରେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଲାଠିଚାର୍ଜ କରିଛି। ପୋଲିସ କାର୍ଯ୍ୟାନୁଷ୍ଠାନରେ ଖବରଦାତା ଓ ବିକ୍ଷୋଭକାରୀଙ୍କ ସମେତ ୨୫ ଆହତ ହୋଇଛନ୍ତି। ବିକ୍ଷୋଭ ଯୋଗୁ ରାସ୍ତା ଅବରୋଧ ଥିବାରୁ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ଦୀର୍ଘ ସମୟ ଧରି ଗୁଆହାଟୀ ବିମାନବନ୍ଦରରେ ଅଟକି ରହିଥିଲେ। ଅଘଟଣକୁ ଏଡ଼ାଇବା ପାଇଁ ବ୍ୟାପକ ଅର୍ଦ୍ଧସାମରିକ ବଳ ଯବାନଙ୍କୁ ମୁତୟନ କରାଯାଇଛି। ଆସାମରେ ୧ ହଜାରରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀଙ୍କୁ ଅଟକ ରଖାଯାଇଛି।
ତ୍ରିପୁରାରେ ଇଣ୍ଡିଜେନସ୍‌ ନ୍ୟାଶନାଲିଷ୍ଟ ପାର୍ଟି ଅଫ୍‌ ତ୍ରିପୁରା (ଆଇଏନ୍‌ପିଟି) ନେତୃତ୍ୱରେ ଜଏଣ୍ଟ ମୁଭ୍‌ମେଣ୍ଟ ଏଗେନ୍‌ଷ୍ଟ ସିଟିଜେନ୍‌ଶିପ୍‌ ଆମେଣ୍ଡମେଣ୍ଟ ବିଲ୍‌ (ଜେଏମ୍‌ଏସିଏବି) ପକ୍ଷରୁ ରାଜ୍ୟର ବିଭିନ୍ନ ସହରରେ ଧାରଣା ଦିଆଯାଇଛି। ଓ୍ବେଷ୍ଟ ତ୍ରିପୁରା ଓ ନର୍ଥ ତ୍ରିପୁରା ସମେତ କେତେକ ଜିଲାରେ ହିଂସା, ସଂଘର୍ଷ ଓ ଆକ୍ରମଣ ଭଳି ଘଟଣା ଦେଖିବାକୁ ମିଳିଛି। ମୋବାଇଲ୍‌ ଇଣ୍ଟରନେଟ ସେବାକୁ ଦ୍ୱିତୀୟ ଦିନ ପାଇଁ ବନ୍ଦ କରାଯିବା ସହ ୧୪୪ ଧାରା ଜାରି କରାଯାଇଛି। ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଏହି ବିକ୍ଷୋଭକୁ ରାଜ୍ୟର ବିକାଶ ବିରୋଧୀ ଅନାବଶ୍ୟକ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି। ଉତ୍ତରପୂର୍ବ ରାଜ୍ୟଗୁଡ଼ିକର ଏକ ଗୋଷ୍ଠୀ ନୂଆଦିଲ୍ଲୀ ଯାଇ ବିଲ୍‌ ପ୍ରତ୍ୟାହାର ଦାବିରେ ଯନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ମୋଟ ୫,୦୦୦ ଅର୍ଦ୍ଧସାମରିକ ବଳ ଯବାନଙ୍କୁ ବୁଧବାର ଉତ୍ତର ପୂର୍ବାଞ୍ଚଳକୁ ପଠାଯାଇଛି। ସେହିପରି ସେନା ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟଙ୍କୁ ସପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୪: ସୋମବାର (ଏପ୍ରିଲ ୨୯, ୨୦୨୪) ସୁପ୍ରିମକୋର୍ଟ ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟ କେ ଅନ୍ନାମଲାଇଙ୍କୁ ଆଶ୍ୱସ୍ତି ପ୍ରଦାନ କରଛନ୍ତି। କୋର୍ଟ କହିଛନ୍ତି...

ମୁଁ କଂଗ୍ରେସର ଉଦ୍ଦେଶ୍ୟ ପୂରଣ ହେବାକୁ ଦେବି ନାହିଁ: କର୍ନାଟକରେ ଗର୍ଜିଲେ ମୋଦି

ବେଙ୍ଗାଲୁରୁ,୨୯।୪: ସଂରକ୍ଷଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କର୍ନାଟକରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ...

ପୁଣିଥରେ ଠପ ହେଲା ଏକ୍ସ, ୫ ଦିନରେ ଦୁଇଥର

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୪: ପୂର୍ବରୁ ଟୁଇଟର ଭାବରେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ବନ୍ଦ ହେବାର ଖବର ଆସିଛି। ବ୍ୟବହାରକାରୀମାନେ ଲଗାତାର ସୋସିଆଲ ମିଡିଆରେ ଅଭିଯୋଗ...

ଟ୍ରାଫିକ ବ୍ୟବସ୍ଥା ସମ୍ଭାଳିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୨୯।୪: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରପ୍ରଦେଶର ଲକ୍ଷ୍ନୌ ଆସନରୁ ଭାଜପା ପ୍ରାର୍ଥୀ ଭାବରେ ପୁନଃ ମନୋନୀତ ହୋଇଛନ୍ତି। ସୋମବାର ସେ ଏଠାରୁ ପ୍ରାର୍ଥିପତ୍ର ଦାଖଲ...

ଫସିଗଲେ କହ୍ନେୟା କୁମାର, ଉଦିତ ରାଜ

ନୂଆଦିଲ୍ଲୀ,୨୯।୪: କହ୍ନେୟା କୁମାର ଏବଂ ଉଦିତ ରାଜଙ୍କୁ ଲୋକ ସଭା ପ୍ରାର୍ଥୀ କରାଯିବା ପରେ ଦିଲ୍ଲୀ କଂଗ୍ରେସରେ ଯେଉଁ ଆଲୋଡ଼ନ ସୃଷ୍ଟି ହୋଇଛି, ତାହା ଏପର୍ଯ୍ୟନ୍ତ...

କଂଗ୍ରେସକୁ ବଡ ଝଟ୍‌କା, ନାମାଙ୍କନ ଫେରାଇ ନେଲେ ପ୍ରାର୍ଥୀ

ଇନ୍ଦୋର,୨୯।୪: ଲୋକ ସଭା ନିର୍ବାଚନ ପୂର୍ବରୁ ଇନ୍ଦୋରରେ କଂଗ୍ରେସକୁ ବଡ ଝଟ୍‌କା ଲାଗିଛି। କଂଗ୍ରେସ ପ୍ରାର୍ଥୀ ଅକ୍ଷୟ କାନ୍ତି ବାମ ଆଜି ଦଳକୁ ଚକିତ କରି...

ମମତା ସରକାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଲା ବଡ ଝଟ୍‌କା

ନୂଆଦିଲ୍ଲୀ,୨୯।୪: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ସନ୍ଦେଶଖାଲି ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ କୌଣସି ଆଶ୍ୱସ୍ତି ପାଇନାହାଁନ୍ତି। ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ସନ୍ଦେଶଖାଲି...

ଜମ୍ମୁ-କଶ୍ମୀରରେ ତୁଷାରପାତ

ଶ୍ରୀନଗର,୨୯ା୪: ଏପ୍ରିଲର ଶେଷ ଦିନରେ ଜମ୍ମୁ-କଶ୍ମୀରରେ ପାଣିପାଗ ଧାରା ବଦଳିଛି। ଗୁରେଜ, ମଛିଲ, ରାଜଦାନ ସମେତ ରାଜ୍ୟର ଅନେକ ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ହୋଇଛି। ଏଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri