ଦିଗପହଣ୍ଡି,(ଡି.ଏନ.ଏ.)/ପାଟପୁର,୧୧ା୧୨-ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମରେ ୨୦୦୪ ଏପ୍ରିଲ ୧୨ ରେ ଘଟିଥିବା ସଂଘବଦ୍ଧ ଆକ୍ରମଣ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଗତ କିଛିଦିନ ହେଲା ଦିଗପହଣ୍ଡି ସବ୍ ଜେଲରେ ବିଚାରାଧୀନ ଅନ୍ତେବାସୀ ଭାବେ ରହିଥିବା ପ୍ରତାପଗିରି ଗ୍ରାମର କୃଷ୍ଣ ନାୟକଙ୍କୁ ମଙ୍ଗଳବାର ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ମାଜିଷ୍ଟ୍ରେଟ ବିଷ୍ଣୁ ପ୍ରସାଦ ଦେବତା ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଘଟଣା ଦିନ ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଗ୍ରାମରେ ନିର୍ବାଚନ ପ୍ରଚାର ପାଇଁ ବାଜା ବଜାଇବାକୁ କେନ୍ଦ୍ରକରି ଲିଙ୍ଗା ନାୟକଙ୍କ ଘର ସମ୍ମୁଖରେ ଦୟା ନାୟକ ଓ ଅଭି ନାୟକଙ୍କ ମଧ୍ୟରେ ମାରପିଟ ହେଉଥିଲା। ମନୁ ନାୟକ ଓ ଅରକ୍ଷିତ ନାୟକ ଛଡ଼ାଇବାକୁ ଯିବାରୁ ତାଙ୍କୁ କୃଷ୍ଣଙ୍କ ସମେତ ଅନ୍ୟ ୭ ଜଣ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। କାତି ଚୋଟରେ ମନୁ ଓ ଅରକ୍ଷିତ ଗୁରୁତର ହୋଇଥିଲେ। ପାଟପୁର ପୋଲିସ ପହଞ୍ଚିବା ପରେ ମନୁ ନାୟକଙ୍କ ସ୍ତ୍ରୀ ଉର୍ମିଳା ଏତଲା ଦେଇଥିଲେ। ଥାନା ମାମଲା ନଂ. ୫୫/୦୪ ଦଫା ୧୪୭/୧୪୮/୧୪୯/୩୪୧/୩୩୭/୩୨୪/ଅନୁଯାୟୀ ଅଭିଯୁକ୍ତମାନଙ୍କ ନଁାରେ ମକଦ୍ଦମା ରୁଜୁ କରାଯାଇଥିଲା। ତତ୍କାଳୀନ ଥାନା ଅଧିକାରୀ କୁଞ୍ଜ ବିହାରୀ ପଟ୍ଟନାୟକ ଘଟଣାର ତଦନ୍ତ କରି ନଂ. ୯୬/୦୪ ଅନୁଯାୟୀ ସମସ୍ତ ଅଭିଯୁକ୍ତମାନଙ୍କ ବିରୋଧରେ କୋର୍ଟରେ ଚାର୍ଜଶିିଟ ଦାଖଲ କରିଥିଲେ। ସମୁଦାୟ ୯ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ମାଜିଷ୍ଟ୍ରେଟ ଅଭିଯୁକ୍ତଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ପୂର୍ବରୁ ଏହି ମାମଲାରେ ୭ ଜଣଙ୍କ ବିରୋଧରେ ଦଣ୍ଡାଦେଶର ଶୁଣାଣି କରାଯାଇଛି। ଏହି ମାମଲାରେ ସରକାରଙ୍କ ପକ୍ଷରୁ ଏପିପି ସତ୍ୟନାରାୟଣ ରଥ, ଦୀପକ କୁମାର ସେଠୀ ମାମଲା ପରିଚାଳନା କରୁଥିଲେ।
Posted inଆମ ଜିଲା ଖବର, ଗଞ୍ଜାମ View All
ଶୁକ୍ରବାର ସମ୍ବଲପୁର ବନ୍ଦକୁ ସମର୍ଥନ କରି ଶତାଧିକ ଚାଷୀଙ୍କ ବାଇକ୍ ରାଲି
ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ଖରିଫ ଧାନ ବିକ୍ରି ପାଇଁ ଟୋକନ ବଣ୍ଟନ ସମସ୍ୟା ବିରୋଧରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର...
ଦାଦନ ଖଟିବାକୁ ଯାଇ ଫସିଲେ ୯ ଯୁବକ, ପାଖରେ ଟଙ୍କା ନାହିଁ କି କାମ ନାହିଁ, ଭିଡିଓ କରି କହିଲେ…
ରାୟଗଡ଼ା,୧୮ା୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଖଣିଜ ସମ୍ପଦ ଭରା କାଶୀପୁର ବ୍ଲକରେ ବକ୍ସାଇଟ ପାଇଁ ବିଶ୍ବ ପରିଚିତ ଉତ୍କଳ ଆଲୁମିନା ଭଳି କମ୍ପାନୀ ରହିଛି।...
କଟନି ଛଟନି ବନ୍ଦ କରିବାକୁ ପରାମର୍ଶ ଦେଲେ ମନ୍ତ୍ରୀ, କହିଲେ ଚାଷୀମାନେ କେବଳ ମଣ୍ଡିରେ ଧାନ ଦିଅନ୍ତୁ
ବୁଗୁଡ଼ା ୧୮/୧୨/(କାଳିଚରଣ ଦାଶ): ଚଳିତ ମାସ ୨୩ ତାରିଖ ଠାରୁ ଖରିଫ ଋତୁ ଧାନ ସଂଗ୍ରହ କରିବେ ସରକାର । ତେଣୁ ଜିଲ୍ଲା ଓ ବ୍ଲକ...
ଅନ୍ୟ ଧର୍ମର ହୋଇଥିବାରୁ ଶବ ପଡିରହିଲା ୩୨ ଘଣ୍ଟା: ଆଉ ତା’ପରେ…
ପାଟଣା,୧୮।୧୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଇଦ ବାଜା ଗାଁ ରେ ରୋଗାକ୍ରାନ୍ତ ମକୁରୁ ମୁଣ୍ଡାଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା।...
କୋର୍ଟରେ ମାମଲା ଡାଏରୀ ଦାଖଲ ପାଇଁ ଲାଞ୍ଚ ନେଉଥିଲେ ଆଇଆଇସି, ଗିରଫ କଲା ଭିଜିଲାନ୍ସ
ଜୟପୁର,୧୮ା୧୨(ପବନ ପାଣିଗ୍ରାହୀ ): କୋରାପୁଟ ଦଶମନ୍ତପୁର ଆଇଆଇସି ସୁକମା ହାଁସଦାଙ୍କୁ ଜୟପୁର ଭିଜିଲାନ୍ସ ଗିରଫ କରିଛି। ଯେତେବେଳେ ସେ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କଠାରୁ ୨୦ ହଜାର ଟଙ୍କା...
ସଟର ତାଡି ନେଇଗଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର, ସକାଳେ ଦୋକାନୀ ମାଲିକ ପହଞ୍ଚିଲା ପରେ…
ଲୋଇସିଂହା, ୧୮।୧୨( ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବସଷ୍ଟାଣ୍ଡ ସ୍ଥିତ ଜେଶ୍ମିନ ଅଳଙ୍କାର ଦୋକାନରୁ ବୁଧବାର ରାତିରେ ଚୋରି ହୋଇଥିବା ନେଇ ଦୋକାନ ମାଲିକ...
ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ
ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...
ଥାନାରେ ପଶିଲା ଭିଜିଲାନ୍ସ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ…
କୋରାପୁଟ,୧୮ା୧୨(ଅମିତାଭ ବେହେରା): ଭିଜିଲାନ୍ସ ହାତରେ ଦଶମନ୍ତପୁର ଥାନାଧିକାରୀ କୌଣସି ମାମଲାରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଜୟପୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ମିଳିଥିବା...
Archives


